• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ

FNN WEB by FNN WEB
September 14, 2024
in ଓଡ଼ିଶା, ମୁଖ୍ୟ ଖବର
0
କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ
0
SHARES
3
VIEWS

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ
ଭୁବନେଶ୍ୱର: ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି ବୋଲି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ, ଯୁବଶକ୍ତି ହେଉଛି ଭବିଷ୍ୟତର ମୂଳଦୁଆ। ଏହି ଯୁବଉର୍ଜା, ଉତ୍ସାହ ଓ ନବସର୍ଜନା ସହ ଭାରତ ଆଜି ବିଶ୍ୱରେ ସଫଳତାର କାହାଣୀ ଲେଖିଚାଲିଛି। ଭାରତର ଯୁବଶକ୍ତି ହେଉଛନ୍ତି ପରିବର୍ତ୍ତନ ବାହକ। ଏକ ସମୃଦ୍ଧ ଭାରତ ଗଠନରେ ଯୁବଶକ୍ତିଙ୍କ ଅଗ୍ରଣୀ ଭୂମିକା ରହିଛି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଲେ, ଛାତ୍ରଛାତ୍ରୀଙ୍କ ସଫଳତା ସମାଜର ଅନ୍ୟମାନଙ୍କୁ ଉପରକୁ ଉଠାଇବା ସହ ସମାଜରେ ସାର୍ଥକ ପରିବର୍ତ୍ତନରେ ନିହିତ ରହିଛି। ଏହାକୁ ପ୍ରଥମେ ନିଜ ପରିବାର ଓ ସମାଜରୁ ଆରମ୍ଭ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାସ୍ତବିକ ଜୀବନରେ ପାଦ ଦେବାବେଳେ ସମାଜର ସବୁଠାରୁ ଗରିବ, ନିଷ୍ପେସିତ ଓ ଅବହେଳିତ ଲୋକଙ୍କ କଥା ଚିନ୍ତା କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜୀବନରେ ଯେତେ ଉପରକୁ ଗଲେ ମଧ୍ୟ ନିଜର ମୂଲ୍ୟବୋଧକୁ ଭୁଲିଯିବା ଉଚିତ୍‍ ନୁହେଁ ବୋଲି ସେ କହିଥିଲେ। ଜୀବନରେ ସର୍ବଦା ଦୟା, ବିନମ୍ରତା ଓ ସାମାଜିକ ଦାୟିତ୍ୱବୋଧ ଆଦି ମୂଲ୍ୟବୋଧ ବଜାୟ ରଖିବାକୁ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଆଭାସୀ ମାଧ୍ୟମରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ୟୁକ୍ରେନ୍‍ର ଶାନ୍ତି ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ କିହଲେ, ଖୁବ୍‍ ଅଳ୍ପ ସମୟ ମଧ୍ୟରେ କିଟ୍‍ ଭାରତ ତଥା ବିଶ୍ୱର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । ଏଭଳି ଏକ ଶିକ୍ଷାନୁଷ୍ଠାନ ଗଢ଼ିବା ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ପ୍ରଶଂସନୀୟ। ଜଣେ ସାଧାରଣ ଲୋକ ସମାଜରେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ସହ ଅସାଧାରଣ କାମ କରିପାରେ ବୋଲି ଏଥିରୁ ପ୍ରମାଣିତ ବୋଲି ସେ କହିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ହାଇଦ୍ରାବାଦ୍‍ସ୍ଥିତ ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଏଆଇଜି ହସ୍‍ପିଟାଲ୍‍ର ଅଧ୍ୟକ୍ଷ ଡ. ଡି. ନାଗେଶ୍ୱର ରେଡ୍ଡୀ, ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଡ. ଚନ୍ଦ୍ରଭାନୁ ଶତପଥୀ, ଟେକ୍ନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁନେସ୍ଥିତ କେପିଆଟି ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା କିଶୋର ପାଟିଲ୍‍ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା ଫୁଟବଲ୍‍ ସଙ୍ଘର ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି ସମ୍ମାନ ଗ୍ରହଣ କରି ଡ. ରେଡ୍ଡୀ କହିଲେ, କିଟ୍‍ ହେଉଛି ସମାଜକୁ ପ୍ରତିଦାନ କ୍ଷେତ୍ରରେ ଏକ ଆଦର୍ଶ ମଡେଲ। ଡ. ଶତପଥୀ ଏହି ସମ୍ମାନ ଗ୍ରହଣ କରି କହିଲେ, ଯେଉଁମାନେ ଦିନେ ସ୍ୱପ୍ନ ଦେଖିବାର କଳ୍ପନା କରି ନଥିଲେ, ଅଚ୍ୟୁତ ସାମନ୍ତ ଆଜି ସମାଜର ସେହି ଅବହେଳିତ ବର୍ଗଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିପାରିଛନ୍ତି। ଶ୍ରୀ ପାଟିଲ କହିଲେ, କିଟ୍‍ ଓ କିସ୍‍ ହେଉଛି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ । କିଟ୍‍ର ଏହି ସମ୍ମାନ ମୋତେ ଆଗକୁ ଆହୁରି ଅଧିକ କାମ କରିବାକୁ ପ୍ରେରଣା ଯୋଗାଇବ। ଶ୍ରୀ ବେହେରା ତାଙ୍କର ଏହି ସମ୍ମାନକୁ ସମଗ୍ର କ୍ରୀଡ଼ା ଜଗତକୁ ଉତ୍ସର୍ଗ କରିଥିଲେ।

ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ନିଜ ସଭାପତିତ୍ୱ ଅଭିଭାଷଣରେ ଦୂରଦୃଷ୍ଟି, କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବର ପ୍ରତୀକ ହେଉଛି କିଟ୍‍ ବିଶ୍ୱବିଦ୍ୟାଳୟ ବୋଲି କହିଥିଲେ। କୁଳପତି ପ୍ରଫେସର ଶରଣଜିତ ସିଂହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତବର୍ଷ ମୋଟ ୭୨୮୩ ଛାତ୍ରଛାତ୍ରୀ ଡିଗ୍ରୀ ପାଇଥିବା ବେଳେ ୫୪୫୫ଜଣଙ୍କୁ ସ୍ନାତକ, ୧୫୯୭ ଜଣଙ୍କୁ ସ୍ନାତକୋତ୍ତର ଓ ୧୮୬ ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ୫୯ଜଣ ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରାଯାଇଥିଲା। ୩ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୨୬ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ସେହିପରି ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମୃତି ସ୍ୱର୍ଣ୍ଣ ପଦକଳ ପିପିଏଲ୍‍ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ୍‍ ଏଲ୍‍ ମିତ୍ର, ପ୍ରଫେସର ବେଦ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଜଟଣୀ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା

Next Post

ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌ ଓ କଲେଜ ଛୁଟି

FNN WEB

FNN WEB

Next Post
ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌ ଓ କଲେଜ ଛୁଟି

ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌ ଓ କଲେଜ ଛୁଟି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.