କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସଦସ୍ୟ ସଂଗ୍ରହ ଅଭିଯାନ ଶଙ୍ଖ ଭବନରେ ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ। ଏହାପରେ ବିଭିନ୍ନ ଜିଲ୍ଲାରେ ହେବ। ୧ କୋଟି ୯୧ ହଜାର ୯୧୫ ସଦସ୍ୟ ଗତଥର ଥିଲେ। କିଏ ଅଛନ୍ତି, କାହାର ଦେହାନ୍ତ ହୋଇଛି। ସେ ସବୁକୁ ଦେଖି ସେହି କୋଟି ଯାଏଁ ସଦସ୍ୟ କରିବୁ। ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅଧିକାଂଶ ଗାଁରେ ହେବ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି। ଏକ ଆଞ୍ଚଳିକ ଦଳ ଭାବେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀ ପରି ପବିତ୍ର ଦିନ। ସକାଳ ୧୧ ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ। ସଦର ମହକୁମା ଓ ଜିଲ୍ଲାରେ ସେହି ସମୟରେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ। ସେମାନେ ଅନଲାଇନରେ ଯୋଡି ହେବେ। ପରବର୍ତ୍ତି ସମୟରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏହା ଆଗେଇବ। ସଭ୍ୟ ସଂଗ୍ରହ ଅଭିଯାନ କମିଟିରେ ୨୨ ଜଣ ସଦସ୍ୟ ଅଛନ୍ତି। ଫିଜିକାଲ ଓ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ। ପୂର୍ବରୁ ଏହି କାର୍ଯ୍ୟକ୍ରମ ସଫଳତା ସହ ୧ କୋଟି ପ୍ରାଥମିକ ଓ ୩.୪୦ ଲକ୍ଷ ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ। ଛାତ୍ର ଯୁବ ଏହି କାର୍ଯ୍ୟକ୍ରମରେ ଆଗରେ ରହିବେ। ପୂଜା ପରେ ଆହୁରି ଭଲ ଭାବେ ଏହାକୁ ଆଗେଇ ନିଆଯିବ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ଆମେ ସମର୍ପିତ। ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାକୁ ଆମେ ସଂକଳ୍ପବଧ। ତୃଣମୂଳସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛୁ। ଅଦଭୂତ ସଫଳତା ମିଳିଛି। ୨୨ ଜିଲ୍ଲାରେ ସରିଛି। ଅକ୍ଟୋବର ୨୧ ରୁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବୁ। ନବୀନଙ୍କ ସମୟରେ ହୋଇଥିବା ବିକାଶ କାର୍ଯ୍ୟକ୍ରମର ବାର୍ତ୍ତା ପଠାଇବୁ। ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ଆମେ ଲୋକଙ୍କ ସହ ଯୋଡି ହୋଇଛୁ। ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମ କାର୍ଯ୍ୟକ୍ରମ ଜାରି ରଖିବୁ। ପଦଯାତ୍ରା କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଜେଡିର ତୃଣମୂଳ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ ଦାସବର୍ମା।














