• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

FNN WEB by FNN WEB
October 8, 2024
in ଓଡ଼ିଶା, ମୁଖ୍ୟ ଖବର
0
୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
0
SHARES
0
VIEWS

ସଚ୍ଚୋଟତା, ସ୍ବଚ୍ଛତା ଓ ସାଧୁତାକୁ ଅବଲମ୍ବନ କରି ଲୋକଙ୍କ ସେବା କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ନିଯୁକ୍ତି ସମାରୋହ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ବିଭାଗରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ।

ଆଜି ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ ବିଭାଗ ଯଥା- ଶକ୍ତି ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଡିଶା ଖଣି ନିଗମରେ ୨୮୨ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶକଙ୍କ ଅଧିନରେ ୩୧ ଜଣ ଜୁନିୟର କ୍ଲର୍କ କମ ଟାଇପିଷ୍ଟ, ଆୟୁଷ ନିର୍ଦ୍ଦେଶକଙ୍କ ଅଧିନରେ ୧୯ ଜଣ ଆୟୁର୍ବେଦ ଅଧ୍ୟାପକ ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ୫୪ ଜଣ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି ଏବଂ ସେହିପରି ଓଡିଶା ଖଣି ନିଗମରେ କନିଷ୍ଠ ଯନ୍ତ୍ରୀ ମେକାନିକାଲ ୧୯, କନିଷ୍ଠ ଯନ୍ତ୍ରୀ ଇଲେକ୍ଟ୍ରିକାଲ ୧୪, କନିଷ୍ଠ ଯନ୍ତ୍ରୀ ସିଭିଲ ୧୬, କନିଷ୍ଠ ଫାର୍ମାସିଷ୍ଟ ୯ ଏବଂ ଇଲେକ୍ଟ୍ରିସିଆନ ୩୦ ଜଣଙ୍କୁ ନିଯୁକ୍ତି ମିଳିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ ନିଜର ପ୍ରତିଭା, ଦକ୍ଷତା, ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଏବଂ ନିଜର ଯୋଗ୍ୟତା ଆଧାରରେ ଏହି ସୋପାନକୁ ଆପଣମାନେ ଅତି ସଫଳତାର ସହିତ ଅତିକ୍ରମ କରିପାରିଛନ୍ତି। ଆପଣ ମାନଙ୍କ ଜୀବନରେ ଆଜିର ଦିନଟି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହୋଇ ସ୍ମୃତି ପଟ୍ଟରେ ଆଙ୍କି ହୋଇ ରହିବ। ଆଜି ଆପଣ ମାନେ ଯେଉଁ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ତାହା କେବଳ ଏକ ସରକାରୀ ଚାକିରୀ ନୁହେଁ ବରଂ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଏକ ସୁବର୍ଣ୍ଣ ସୁଯୋଗ। ମାନବିକତା ଧର୍ମରେ ବ୍ରତୀ ହୁଅନ୍ତୁ। ନିଜକୁ ଜଣେ ଭଲ ମଣିଷ ଭାବରେ ଗଢ଼ିବା ଦିଗରେ ପ୍ରଯତ୍ନ ହୁଅନ୍ତୁ। ରାଷ୍ଟ୍ର ନିର୍ମାଣ ଓ ଜନସେବାରେ ଆପଣମାନେ ଜଡ଼ିତ ରହି ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ସର୍ବଦା ତତ୍ପର ରୁହନ୍ତୁ। ନିଜକୁ ଜନସେବା ଓ ରାଷ୍ଟ୍ର ଗଠନରେ ସମର୍ପି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ ଯେ ଆମ ନୂଆ ସରକାର, ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଆମ ସରକାର, ସମସ୍ତ ସରକାରୀ ବିଭାଗରେ ସ୍ୱଚ୍ଛତା ଆଣିବାକୁ ପ୍ରତିବଦ୍ଧ ହୋଇ କାମ କରୁଛନ୍ତି। ସରକାରୀ କର୍ମଚାରୀ ଭାବରେ, ଆପଣମାନଙ୍କ କାର୍ଯ୍ୟକଳାପ ଦ୍ବାରା ସରକାରୀ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ରହିଥିବା ଲୋକଙ୍କ ବିଶ୍ୱାସ ଯେପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ। ପଛୁଆ, ଅବହେଳିତ, ଆଦିବାସୀ, ଦଳିତ ସଂପ୍ରଦାୟକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କର ଉତ୍‌ଥାନ ଦିଗରେ ନିଜର ପ୍ରୟାସ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଶକ୍ତି ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆମ ନୂଆ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ବିଦ୍ୟୁତ ବିଭାଗରେ ସଂସ୍କାର ଓ ବିଭାଗକୁ କ୍ରୀୟାଶୀଳ କରିବା ପାଇଁ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓଡିଶାରେ ଶକ୍ତି କ୍ଷେତ୍ରର ବିକାଶ ସହିତ ବିତରଣ ଓ ସଞ୍ଚାରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ଗୁଡିକ ହେଲା- ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ’ ଯୋଜନା, ‘ଓଡିଶା ବିତରଣ ବ୍ୟବସ୍ଥା ସୁଦୃଢୀକରଣ’ ଯୋଜନା ଏବଂ ‘ଓଡିଶା ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ସୁଦୃଢୀକରଣ’ ଯୋଜନା । ଏହି ତିନୋଟି ଯୋଜନା ପାଇଁ ଚଳିତ ବର୍ଷ ସମୁଦାୟ ୨୩୬୬ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ନୂତନ ନିଯୁକ୍ତି ଦ୍ବାରା ବିଭାଗ ଅଧିକ ସଶକ୍ତ ହେବ ବୋଲି ସେ କହିଥିଲେ।

ସେହିଭଳି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ ଅଛନ୍ତି। ଚଳିତ ବର୍ଷ ବଜେଟ୍ ରେ ସ୍ବାସ୍ଥ୍ୟସେବା ପାଇଁ ୨୧ହଜାର ୨୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି, ଯାହା ସମୁଦାୟ ବଜେଟ୍‌ର ୮ ପ୍ରତିଶତ ଏବଂ ବିଗତ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ। ଆଗାମୀ ଦିନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥି ସହିତ ଓଡିଶା ଖଣି ନିଗମ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଆଗାମୀ ଦିନରେ ଶିଳ୍ପ କ୍ଷେତ୍ରରେ ଓଡିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ପାଇଁ ଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଆମ ନୂଆ ସରକାର ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ଶିଳ୍ପ କ୍ଷେତ୍ରରେ ୩.୫୦ ଲକ୍ଷ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ ଆଜି ଆପଣ ମାନେ ସରକାରୀ ପଦବୀରେ ବସି ସଧାରଣ ଲୋକଙ୍କ ପାଇଁ କାମ କରିବାକୁ ଯାଉଛନ୍ତି। କାମକଲାବେଳେ ନିଜ ଜୀବନରେ ସମ୍ମୁଖୀନ ହୋଇଥିବା ଅସୁବିଧା ଓ ସମସ୍ୟା ବିଷୟରେ ଚିନ୍ତା କରିବେ, ଯାହାଦ୍ବାରା ସାଧାରଣ ଲୋକଟିର କାମ କରିବା ପାଇଁ ଆପଣ ମାନେ ପ୍ରେରଣା ପାଇବେ। କାର୍ଯ୍ୟକ୍ଷେତ୍ରରେ ସଚ୍ଚୋଟତା, ସ୍ବଚ୍ଛତା ଓ ସାଧୁତାକୁ ଅବଲମ୍ବନ କରିବେ ଏବଂ ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉଦବୋଧନ ଦେଇ କହିଥିଲେ ଯେ ଲୋକଙ୍କ ପାଇଁ ଆପଣ ମାନେ ପ୍ରତିବଦ୍ଧ ହୋଇ କାମ କରନ୍ତୁ। ଆପଣ ମାନଙ୍କୁ ଯେତେ କଠିନ ପରିସ୍ଥିତିରେ କାମ କରିବାକୁ ପଡିଲେ ମଧ୍ୟ କେବେ ନିରାଶ ହେବେ ନାହିଁ ନିଶ୍ଚୟ ସଫଳତା ପାଇବେ।

ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଶୁଭେଚ୍ଛା ଜଣାଇ କହିଥିଲେ ଯେ ଜୀବନରେ ବାଟ ଅଙ୍କାବଙ୍କା ଥିଲେ ମଧ୍ୟ ସବୁବେଳେ ସିଧା ଚାଲିବାକୁ ଚେଷ୍ଟା କରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ମୋହନ ସରକାରଙ୍କ ନେତୃତ୍ବରେ ଓଡିଶାରେ ଏକ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେବାକୁ ଯାଉଛି। ଓଡିଶା ବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ରାଜ୍ୟରେ ୩୦୦୦ ଡାକ୍ତର ଓ ପାରାମେଡିକାଲ ପଦବୀରେ ନିଯୁକ୍ତି ଦିଆଯିବ। ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ହେଉଛି ଆପଣମାନଙ୍କ କର୍ମମୟ ଜୀବନର ପ୍ରଥମ ଦିବସ। ଆପଣ ମାନେ ଓଡିଶା ବିକାଶ ରଥର ଲମ୍ବା ରେସ୍‌ର ଘୋଡା ହେବେ।

କାର୍ଯ୍ୟକ୍ରମରେ ତିନୋଟି ବିଭାଗର ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଶକ୍ତି ବିଭାଗ ପକ୍ଷରୁ ମୟୂରଭଞ୍ଜର ଆଶାସ୍ମିତା ନାୟକ ଓ ଗଞ୍ଜାମର ଅମୃତମୟୀ ନାୟକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବରଗଡର ସ୍ବପ୍ନାରାଣୀ ଦୋରା, ଖୋର୍ଦ୍ଧାର ମୌସୁମୀ ନାୟକ, ଓଡିଶା ଖଣି ନିଗମ ପକ୍ଷରୁ କଟକର ରୋଜାଲିନ ଭୋଇ ଓ କେନ୍ଦୁଝରର ବିଜୟ କୁମାର ସୋରେନ ନିଜ ଅଭିଜ୍ଞତାରେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ଚୟନ ପଦ୍ଧତି ହୋଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ସେମାନେ ନିଷ୍ଠାପର ଭାବେ ଦାୟିତ୍ବ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ବାସ୍ଥ୍ୟ ସଚିବ ଶ୍ରୀମତୀ ଅଶ୍ବଥି ଏସ୍. ଉପସ୍ଥିତ ଥିଲେ। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଆସନ୍ତାକାଲିଠୁ ବିଜେଡ଼ିର ସଦସ୍ୟ ସଂଗ୍ରହ ଅଭିଯାନ

Next Post

ବିଧାନସଭା ରେଜଲ୍ଟ: ଘାଟିରେ ଏନସି ଓ ହରିୟାଣାରେ ବିଜେପି

FNN WEB

FNN WEB

Next Post
ବିଧାନସଭା ରେଜଲ୍ଟ: ଘାଟିରେ ଏନସି ଓ ହରିୟାଣାରେ ବିଜେପି

ବିଧାନସଭା ରେଜଲ୍ଟ: ଘାଟିରେ ଏନସି ଓ ହରିୟାଣାରେ ବିଜେପି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.