• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବଳୁଆ ହେଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’, କାଲି ନେବ ବାତ୍ୟା ରୂପ

FNN WEB by FNN WEB
October 22, 2024
in ଓଡ଼ିଶା, ମୁଖ୍ୟ ଖବର
0
ବଳୁଆ ହେଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’, କାଲି ନେବ ବାତ୍ୟା ରୂପ
0
SHARES
1
VIEWS

ଭୁବନେଶ୍ବର : ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା । ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରିଛି, କାଲି ବାତ୍ୟା ରୂପ ନେଇଯିବ । ସାଇକ୍ଲୋନର ସମ୍ଭାବ୍ୟ ଗତିପଥକୁ ଦେଖାଇ ଆଜି ପୁଣି ଆଇଏମଡି ଡିଜି କହିଛନ୍ତି- ଭୀଷଣ ବାତ୍ୟା ୨୪ ରାତି ଓ ୨୫ ପାହାନ୍ତା ଭିତରେ ହିଁ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଉପକୂଳ ପାର୍ କରିବ । ସେତେବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ବାତ୍ୟା ବେଶୀ କୋପ ଦେଖାଇବ ଉତ୍ତର ଓଡ଼ିଶାରେ । ସେଠି ଘାଇଁ ଘାଇଁ ପବନ ସାଙ୍ଗକୁ ପ୍ରବଳ ବର୍ଷାର ରହିଛି ଆଶଙ୍କା । ଏଣେ ବାତ୍ୟାର ଗତିପଥ ଓ ପ୍ରକୋପ ଏକ ପ୍ରକାର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି ମୁକାବିଲା ତୟାରି ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ୬୨୪୪ଟି ରିଲିଫ୍ ସେଣ୍ଟର ପ୍ରସ୍ତୁତ କରିବା ସହ ଆସନ୍ତା କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବେ ବୋଲି ଜଣାପଡିଛି। ୧୦ ଲକ୍ଷ ୨୦୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRC ଗୁରୁତ୍ବ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶ ସହ ରିଲିଫ୍ ସେଣ୍ଟର ପାଇଁ ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟ ସରକାର ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜି ରାତିରେ ଭଟିଣ୍ଡାରୁ ହେଲିକପ୍ଟର ଯୋଗେ ୫ଟି ଏନଡିଆରଏଫ ଟିମ୍ ଓଡ଼ିଶା ଆସୁଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅନୁଗୁଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ୧୪ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ୩ ଓଡ୍ରାଫ ଟିମ୍ ରିଜର୍ଭ ରଖିବାକୁ ବି ଆଇନଶୃ୍ଙ୍ଖଳା ଏଡିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି SRC । ଅନ୍ୟପକ୍ଷରେ ଅତିରିକ୍ତ ୧୦ଟି NDRF ଟିମ୍ ପାଇଁ ବି କେନ୍ଦ୍ରକୁ ଚିଠି ଲେଖାଯାଇଛି । ସେପଟେ ଆସନ୍ତାକାଲି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି-ଆଗେ ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି । ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ବି ପ୍ରସ୍ତୁତ ରହିଛି । ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି । ସବୁ ସେଣ୍ଟରରେ ମହିଳା ପୋଲିସ ରହିବେ । ସବୁଠି ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ସେପଟେ ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ପୁରା ତୟାର ରହିଥିବା କହିଛନ୍ତି ବିଭାଗୀୟ ସଚିବ ହେମନ୍ତ ଶର୍ମା । ତାସହ ସୂଚନା ଦେଇଛନ୍ତି-ପବନ ବଢିଲେ ପାୱାର କଟ୍ ହେବ । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍, ୮ ହଜାର ପୋଲ୍ ଓ ୫୦୦ ଟ୍ରାନ୍ସଫର୍ମର ରହିଛି । ହସ୍ପିଟାଲରେ ପାଣି ଓ ବିଦ୍ୟୁତ୍ ସେବା ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ବାତ୍ୟାକୁ ଦେଖି ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆସୁଛି, କାଲିଠୁ ବଦଳିବ ପାଗ ।

Previous Post

ଆସୁଛି ବାତ୍ୟା ‘ଦାନା’: ବାତିଲ ହେଲା ୧୭୮ଟି ଟ୍ରେନ୍‌

Next Post

ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

FNN WEB

FNN WEB

Next Post
୯ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି

ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.