• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସୁଭଦ୍ରା ଗାଇଡଲାଇନ ସଂଶୋଧନ, ନୂଆ ଧାନ ସଂଗ୍ରହ ନୀତିସମେତ ୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

FNN WEB by FNN WEB
October 23, 2024
in ଓଡ଼ିଶା, ମୁଖ୍ୟ ଖବର
0
ସୁଭଦ୍ରା ଗାଇଡଲାଇନ ସଂଶୋଧନ, ନୂଆ ଧାନ ସଂଗ୍ରହ ନୀତିସମେତ ୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
0
SHARES
4
VIEWS

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ନୂଆ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ସମେତ ସୁଭଦ୍ରା ଗାଇଡଲାଇନରେ ସଂଶୋଧନ, ‘ସମୃଦ୍ଧ କୃଷକ ଯୋଜନା’ର କାର୍ଯ୍ୟାନ୍ୱୟନ, ଓଡ଼ିଶା ଏୟାର କନେକ୍ଟିଭିଟି ପଲିସି ଓ ଓଡ଼ିଶା ଜିଏସଟି ଆଇନ-୨୦୧୭ରେ ସଂଶୋଧନ ପାଇଁ ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ମୋଟ ୮୦ଲକ୍ଷ ମେଟ୍ରିକ ଟନ୍ ଧାନ(୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ୨୦୨୪ ନଭେମ୍ବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ଓ ମେ’-ଜୁନ୍ ମାସରେ ରବିଧାନ ସଂଗ୍ରହ କରାଯିବ । ଖରିଫରେ ୬୬ଲକ୍ଷ ଓ ରବିରେ ୧୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । କେବଳ ପଞ୍ଜିକୃତ ଚାଷୀମାନେ ଯଦି ଅଧିକ ଧାନ ମଣ୍ଡିକୁ ଆଣିବେ ତାକୁ ସରକାର କ୍ରୟ କରିବେ । ଧାନ କ୍ରୟ ଧାର୍ଯ୍ୟ ପରିମାଣରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ମନ୍ତ୍ରିସ୍ତରୀୟ ସବକମିଟି ନେବେ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ଏକମାତ୍ର ପରିଚୟପତ୍ର ହେବ ।ପଞ୍ଜିକୃତ ଚାଷୀ ବାୟୋମେଟ୍ରିକ୍ ଚିହ୍ନଟୀକରଣ ମଧ୍ୟ କରାଯିବ । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସାଧାରଣ ଗ୍ରେଡ୍ ପାଇଁ ୨୩୦୦ଟଙ୍କା ଓ ଏ ଗ୍ରେଡ୍ ଧାନ ପାଇଁ ୨୩୨୦ଟଙ୍କା ପ୍ରଦାନ କରାଯିବ । ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଧାନବିକ୍ରି ବାବଦ ପ୍ରାପ୍ୟ ଯିବ । ରାଜ୍ୟରେ ପ୍ରାୟ ୨୬ଲକ୍ଷ ମେଟ୍ରିକ ଟନ୍ ଚାଉଳର ଆବଶ୍ୟକତା ଅଛି ଓ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ପ୍ରଦାନ କରାଯିବ । ତେବେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ ପାଇଁ କୌଣସି ଉଲ୍ଲେଖ ନାହିଁ । ସରକାର ଏହି ବାକି ୮୦୦ଟଙ୍କାକୁ କେମିତି ପ୍ରଦାନ କରିବେ ତା’ର ମୋଡ଼ାଲିଟି ସମ୍ପର୍କରେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ ଦର୍ଶାଇନାହାନ୍ତି । ତେବେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ଧାନବିକ୍ରି କରିବା ପାଇଁ ୧୭ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି । କଟନୀ-ଛଟନୀ ହେବନି ଓ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ‘ସମୃଦ୍ଧ କୃଷକ ଯୋଜନା’ ନାମରେ ଏକ କଲ୍ୟାଣକାରୀ କୃଷି ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସ୍ତାବକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପଞ୍ଜିକୃତ ଚାଷୀମାନଙ୍କଠୁ ପ୍ରଚଳିତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ସହ ଇନପୁଟ୍ ସହାୟତା ପ୍ରଦାନ କରି, କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କାରେ ଧାନ କ୍ରୟ କରାଯିବାର ବ୍ୟବସ୍ଥା କରାଯିବ । ଧାନ ମଞ୍ଜି ଉତ୍ପାଦନ ନିମନ୍ତେ ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା ଅଧୀନରେ ପଞ୍ଜିକୃତ ହୋଇ ରାଜ୍ୟ ବିହନ ନିଗମ ଲିମିଟେଡ୍ ମାଧ୍ୟରେ ପ୍ରମାଣିତ ଧାନ ବିହନ ବିକ୍ରୟ କରୁଥିବା ସମସ୍ତ ବିହନ ଉତ୍ପାଦକମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ (ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା) ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଖାରଜ ହୋଇଥିବା ୨ଲକ୍ଷ ୬୭ହଜାର ଆବେଦନର ପୁନଃବିଚାର କରିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମୋଟ ୧କୋଟି ୨ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯାଇସାରିଛି । ବିଭିନ୍ନ କାରଣରୁ ୨ଲକ୍ଷ ୬୭ହଜାର ଆବେଦନ ଖାରଜ ହୋଇଯାଇଥିଲା । ଏହି ଖାରଜ ହୋଇଥିବା ଆବେଦନର ପରୀକ୍ଷାନିରୀକ୍ଷା କରାଯିବ । ସେଥିପାଇଁ ସୁଭଦ୍ରା ଯୋଜନାର ଗାଇଡଲାଇନରେ ସଂଶୋଧନ ଅଣାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ସୁଭଦ୍ରା ଯୋଜନାର ଗାଇଡଲାଇନରେ ‘ଇ-କେୱାଇସି’ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ ଓ ଏସଏଫଏସଏ)ର ଡାଟାବେସକୁ ବିଚାରକୁ ନିଆଯାଉଥିଲା । ତେଣୁ ଖାଦ୍ୟ ସୁରକ୍ଷା ବା ରାସନାକାର୍ଡ ପାଇନଥିବା ବହୁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ପାଇଁ ଆବେଦନ କରିବାବେଳେ ସେମାନଙ୍କର ଆବେଦନ ଖାରଜ ହୋଇଯାଇଥିଲା । ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ରାଜ୍ୟ ସରକାର ଓକାକ୍ ଦେଇଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ରାସନକାର୍ଡ ଡାଟାବେସରେ ମେଳ କରିବାର ମାନଦଣ୍ଡକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୪ ସେପ୍ଟେମ୍ବର ୮ରୁ ୧୩ତାରିଖ ପର୍ଯ୍ୟନ୍ତ ‘ଆଧାର’ ଇ-କେୱାଇସି ମଡ୍ୟୁଲରୁ ସୁଭଦ୍ରା ପୋର୍ଟାଲକୁ ଅଲଗା କରି ରାସନକାର୍ଡ ଡାଟାବେସ ମାଧ୍ୟମରେ ଇ-କେୱାଇସି ଯାଂଚ କରାଯାଇଥିଲା । ଏବେ ହିତାଧିକାରୀ ଚୟନ ପାଇଁ ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ । ଏହି ବୈଷୟିକ କାରଣ ପାଇଁ ଖାରଜ ହୋଇଥିବା ୨.୬୭ଲକ୍ଷ ଆବେଦନକାରୀଙ୍କ ଆବେଦନର ପରୀକ୍ଷାନିରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ।

ସେହିପରି କ୍ୟାବିନେଟ୍ ଆଜି ନେଇଥିବା ନିଷ୍ପତ୍ତି ଅନୁସାରେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ‘ସିବିଡିସି’କୁ ଏକ ମାଧ୍ୟମ ଭାବେ ସାମିଲ କରାଯିବ । ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ଏଟିଏମ୍ ଅବା ଡେବିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ । ସୁଭଦ୍ରା ଯୋଜନାକୁ ଅଧିକ ପାରଦର୍ଶୀ କରିବା ପାଇଁ ବ୍ଲକ ଓ ସହରାଂଚଳସ୍ତରୀୟ ଯାଂଚ କମିଟିର ଅଧ୍ୟକ୍ଷମାନଙ୍କ ଦ୍ୱାରା ଦୁଇଜଣ ମନୋନୀତ ସିଭିଲ ସୋସାଇଟି ପ୍ରତିନିଧିଙ୍କୁ ଅର୍ନ୍ତଭୁକ୍ତ କରାଯିବ । ଏଥିପାଇଁ ସୁଭଦ୍ରା ଗାଇଡଲାଇନରେ ଅନୁଚ୍ଛେଦ ୯.୧(ଙ,ଛ)ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Previous Post

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସବୁ ସଦସ୍ୟା ବରଖାସ୍ତ

Next Post

ବାତ୍ୟା ଦାନା ପ୍ରଭାବରେ ସବୁଠି ଭୟ :ଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ, ନଦୀକୂଳିଆ ବାସୀଙ୍କୁ ସୁରକ୍ଷା ନାହିଁ

FNN WEB

FNN WEB

Next Post
ବାତ୍ୟା ଦାନା ପ୍ରଭାବରେ ସବୁଠି ଭୟ :ଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ, ନଦୀକୂଳିଆ ବାସୀଙ୍କୁ ସୁରକ୍ଷା ନାହିଁ

ବାତ୍ୟା ଦାନା ପ୍ରଭାବରେ ସବୁଠି ଭୟ :ଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ, ନଦୀକୂଳିଆ ବାସୀଙ୍କୁ ସୁରକ୍ଷା ନାହିଁ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.