• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା

FNN WEB by FNN WEB
October 27, 2024
in ଓଡ଼ିଶା, ମୁଖ୍ୟ ଖବର
0
ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା
0
SHARES
2
VIEWS

ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ, ପାଣିରେ ବୁଡ଼ିରହିଛି ହଜାର ହଜାର ହେକ୍ଟର ଚାଷ ଜମି

ବାଲେଶ୍ୱର/ବାରିପଦା/ ଭଦ୍ରକ: ଉତ୍ତର ଓଡ଼ିଶାର ୩ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବାତ୍ୟା ‘ଦାନା’ର ପ୍ରଭାବ ଏତେଟା ଘାତକ ହୋଇ ନଥିଲେ ହେଁ ବାତ୍ୟା ପରବର୍ତ୍ତୀ ବର୍ଷା ଦୁର୍ଦ୍ଦଶା ବଢ଼ାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଥିବା ବେଳେ ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଲୋକମାନଙ୍କ ପାଖରେ ଆବଶ୍ୟକ ରିଲିଫ ପହଞ୍ଚି ନ ଥିବା ଅଭିଯୋଗ କରି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପବନ ଯୋଗୁଁ କ୍ଷତିଗ୍ରସ୍ତ ଅନେକ ଗାଁରେ ଏବେ ବି ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରିନାହିଁ। ରାସ୍ତା ଉପରେ ଭାଙ୍ଗିପଡ଼ିଥିବା ଗଛ ଓ ଡାଳ ସଫା ହୋଇ ନ ଥିବାରୁ ଅନେକ ଗାଁ ଭିତରକୁ ପଶିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ଉପନଦୀଗୁଡ଼ିକ ଫୁଲିବାକୁ ଲାଗିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବୁଢ଼ାବଳଙ୍ଗ ସମେତ ଗଙ୍ଗାହାର, ସୋନ, ନାଲୁଆ, କାଂଶବାଂଶ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଶୁକ୍ରବାର ଶିମିଳିପାଳରେ ବାଦଲଫଟା ବର୍ଷା ହୋଇଥିବାରୁ ବୁଢ଼ାବଳଙ୍ଗ ଫୁଲିବାରେ ଲାଗିଛି। ରିପୋର୍ଟ ଅନୁସାରେ, ବାରିପଦା ଅସ୍ତିଆ ପୋଲରେ ବୁଢ଼ାବଳଙ୍ଗ ନଦୀର ସତର୍କ ସଙ୍କେତ ୨୯.୭୦ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ବେଳକୁ ୨୬.୮୬ ମିଟରରେ ପାଣି ପ୍ରବାହିତ ହେଉଥିଲା। ଏହାର ପ୍ରଭାବ ବାଲେଶ୍ବର ଜିଲ୍ଲା ଉପରେ ମଧ୍ୟ ପଡ଼ିଛି। ଶୁକ୍ରବାର ରାତିଠାରୁ ଆଜି ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବାଲେଶ୍ବରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ବହୁ ଗାଁ ଜଳବନ୍ଦି ହୋଇଯାଇଛି। ବାଲେଶ୍ବର ସଦର ବ୍ଲକ୍‌ର ୬ଟି ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ଗାଁଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ବୋଟ୍‌ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ଗଙ୍ଗାହାର ନଦୀରେ ବନ୍ୟା ହେବାରୁ ଗୋପବନ୍ଧୁନଗର ଓ ବଡ଼ସାହି ବ୍ଲକର ଅନୁରୂପ ନଦୀ ସଂଲଗ୍ନ ଗ୍ରାମ ଓ ଚାଷଜମିରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବଡ଼ସାହି-କୁଆମରା ରାସ୍ତାର ଖଡିକାପଦା ଓ ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ନିକଟ ବିତନୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଣତ୍ରୀର ପ୍ରସିଦ୍ଧ କଖାରୁଆ ବୈଦନାଥ ଶୈବପୀଠରେ ଜ୍ୟୋତିର୍ଲିଙ୍ଗ ବୁଡ଼ିଯାଇଛି।

ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ, ଧାମନଗର, ଚାନ୍ଦବାଲି ଆଦି ବ୍ଲକ୍‌‌ରେ ବହୁ ଲୋକ ପାଣିଘେରରେ ରହିଛନ୍ତି। ସହରାଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବା ସହରତଳି ଓ ଗ୍ରାମାଞ୍ଚଳରେ ସ୍ଥିତି ସଂଗିନ୍‌ ହୋଇପଡ଼ିଛି। ଭଦ୍ରକ ଓ ଧାମନଗର ସହର ଓ ଗ୍ରାମାଞ୍ଚଳର ବହୁ ତଳିଆ ଅଞ୍ଚଳବାସୀ ଜଳବନ୍ଦି ହୋଇରହିଛନ୍ତି। ଚାନ୍ଦବାଲି ବ୍ଲକ ଓ ଏନ୍‌ଏସି ଅଞ୍ଚଳ(ଧାମରା ଅଞ୍ଚଳର ୮ପଞ୍ଚାୟତ ସହ) ମୋଟ ୩୯ପଞ୍ଚାୟତ, ବାସୁବେଦପୁର ବ୍ଲକର ୩୬ ପଞ୍ଚାୟତ ସହ ପୌରପାଳିକାର ୨୩ ୱାର୍ଡ ପ୍ରଭାବିତ ହୋଇଛି। ଅପରପକ୍ଷେ ବାତ୍ୟା ଜନିତ ବର୍ଷା ପବନ ଯୋଗୁଁ ୩ଜିଲ୍ଲାର ବହୁ ଗାଁ ଓ ହଜାର ହଜାର ହେକ୍ଟର୍‌ ଜମି ପାଣି ଘେରରେ ରହିଛି। ଚାଷ ଜମିରେ ଧାନଗଛଗୁଡ଼ିକ ଲୋଟି ପଡ଼ିଛି। ବର୍ତ୍ତମାନ ଧାନର ଗର୍ଭଧାରଣ ସମୟ ହୋଇଥିବା ବେଳେ ଦାନା ସେସବୁକୁ ଉଜାଡ଼ି ଦେଇଛି। ତେବେ ଜମିରୁ ଶୀଘ୍ର ପାଣି ନ ଛାଡ଼ିଲେ, ପୂରା ଫସଲ ଉଜୁଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏପରି ହେଲେ ଚାଷୀର ବର୍ଷଯାକର ପରିଶ୍ରମ ବର୍ଷାଜଳରେ ଧୋଇଯିବ। ସେହିପରି ପନିପରିବା ଚାଷ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟା ଯୋଗୁଁ ୩ ଜିଲ୍ଲାରେ ହଜାର ହଜାର ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି। ସେହିପରି ବର୍ଷା ଯୋଗୁଁ ବହୁ କଚ୍ଚାଘର ପାଣିରେ ବତୁରି ଯାଇଛି। ଗମନାଗମନ ଓ ବିଜୁଳି ସେବା ସ୍ବାଭାବିକ ପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ପୁଲିସ୍‌ ପକ୍ଷରୁ ଜୋରସୋରରେ ପ୍ରୟାସ ଚାଲିଥିଲେ ହେଁ ଏବେ ବି ବହୁ ଅଞ୍ଚଳରୁ ଗଛ ଉଠିପାରିନାହିଁ। ସେହିପରି ବହୁ ଗାଁ ଏବେ ବି ଅନ୍ଧାରରେ ରହିଛି। ବହୁ ସଂଖ୍ୟା ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ ଆହୁରି ସମୟ ଲାଗିବ ବୋଲି କୁହାଯାଉଛି। ଅନେକ ଅଞ୍ଚଳରେ ଏବେ ବି ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ । ପାଣିପାଗ ବିଭାଗର ଏ ଆକଳନ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତ କରିଥିଲେ ହେଁ ଆସନ୍ନ ବନ୍ୟା ପରିସ୍ଥିତି, ଘର ଭାଙ୍ଗିଯିବା ଓ ଚାଷଜନିତ କ୍ଷୟକ୍ଷତି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

Previous Post

ପ୍ରାୟ ୩୬ ଲକ୍ଷ ଲୋକ ‘ଦାନା’ ପ୍ରଭାବିତ

Next Post

ବାତ୍ୟାଞ୍ଚଳ ପରିଦର୍ଶନ ପରେ ଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

FNN WEB

FNN WEB

Next Post
ବାତ୍ୟାଞ୍ଚଳ ପରିଦର୍ଶନ ପରେ ଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବାତ୍ୟାଞ୍ଚଳ ପରିଦର୍ଶନ ପରେ ଶୀଘ୍ର କ୍ଷୟକ୍ଷତି ଆକଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.