• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବନ୍ଧଗାଁ ପୂର୍ବତନ ସରପଂଚଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

FNN WEB by FNN WEB
November 21, 2024
in ଓଡ଼ିଶା
0
ବନ୍ଧଗାଁ ପୂର୍ବତନ ସରପଂଚଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ
0
SHARES
1
VIEWS

ବ୍ୟବସାୟିକ କ୍ଷତି ଜନିତ ଶତୃତା ହତ୍ୟାର ମୁଖ୍ୟ କାରଣ, ମାଷ୍ଟର ମାଇଣ୍ଡ ସହ ୪ ଗିରଫ

ଭଦ୍ରକ: ଭଦ୍ରକର ବହୁ ଚର୍ଚ୍ଚିତ ବନ୍ଧଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତରଂଜନ ରାଉତ ଓରଫ ନାଲୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ୍‌। ଏବଂ ଏହି ଘଟଣାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ସୁପାରି କିଲର ଭାବେ ସ୍ଥାନୀୟ ଅଂଚଳର ୩ ଜଣଙ୍କୁ ବ୍ୟବହାର କରି ହତ୍ୟା କରିଥିବାର ଜଣାପଡିଛି। ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ଅଛି କି ନାହିଁ, ତଦନ୍ତ କରୁଥିବାର ବିଷୟ ଜଣାପଡିଛି। ଯେହେତୁ ସ୍ୱର୍ଗତଃ ରାଉତ ବିଜେଡିର ଦଳର ଜଣେ ଟାଣୁଆ ଓ ଲୋକପ୍ରିୟ ନେତା ଥିଲେ, ତେଣୁ ତାଙ୍କର ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଏପରିକି ଏହା ଏକ ରାଜନୈତିକ ଆକ୍ରୋଶ ଜନିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଗସ୍ତରେ ଆସିଥିବା ପ୍ରଣବ ପ୍ରକାଶ ଦାସଙ୍କ ସମେତ ଭଦ୍ରକର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଅଭିଯୋଗ କରି ପ୍ରକୃତ ଦୋଷୀକୁ ତୁରନ୍ତ ଗିରଫ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୁଲିସ୍‌କୁ ଚେତାବନୀ ଦେଇଥିଲେ। ତେବେ ଏହି ହତ୍ୟାକାଣ୍ଡଟି ଜିଲା ପୁଲିସ୍ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ ହତ୍ୟାକାଣ୍ଡର ମାତ୍ର ସପ୍ତାହକ ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ସହଯୋଗୀମାନଙ୍କର ସନ୍ଧାନ ପାଇପାରିଥିଲ ପୁଲିସ୍‌। ଏ ସଂପର୍କରେ ଆଜି ପୂର୍ବାଂଚଳ ଡିଆଇଜି ସତ୍ୟଜିତ୍ ଜିଲା ପୁଲିସ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ବନ୍ଧଗାଁ ନିବାସୀ ବିଦ୍ୟୁତ୍ ସାହୁ ଓରଫ ଧୂମା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା। ବ୍ୟବସାୟିକ କ୍ଷତି ଜନିତ ଶତ୍ରୁତା ଯୋଗୁଁ ଚିତରଂଜନଙ୍କୁ ସେ ୨ ମାସ ତଳୁ ହତ୍ୟା କରିବାର ଯୋଜନା କରିଥିଲା। ବିଦ୍ୟୁତ୍ ଓରଫ ଧୂମାର ଲୁହାରଡ୍ ଓ ସିମେଂଟ ବ୍ୟବସାୟ ରହିଥିବାବେଳେ ଚିତରଂଜନ ଜଣେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତି ତଥା ସେବା ସମବାୟ ସମିତିର ସଭାପତି ଥାଇ ଅନ୍ୟମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ଅଭିଯୁକ୍ତର ବ୍ୟବସାୟରେ ବହୁ କ୍ଷତି ଘଟିଥିଲା। ଫଳରେ ସେ ଚିତରଂଜନଙ୍କ ସହ ମିଶୁଥିବା ସେହି ଗ୍ରାମର ପ୍ରଶାନ୍ତ ରାଉତ, ବାଦଲ କୁମାର ସାମଲ ଓ ସରୋଜ ସାହୁଙ୍କୁ ସୁପାରି କିଲର ଭାବେ ବ୍ୟବହାର କରିଥିଲା। ୨ ମାସ ତଳେ ଏହି ହତ୍ୟାକାଣ୍ଡ ପାଇଁ ୨.୫ ଲକ୍ଷ ଟଙ୍କାର ଡିଲ୍ ହୋଇ ଅଗ୍ରୀମ ବାବଦ ୪୦ ହଜାର ଟଙ୍କା ନେଇ ଅନେକଥର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଉପରୋକ୍ତ ୩ ଜଣ ଅଭିଯୁକ୍ତ। ତେବେ ଯୋଜନା ଅନୁସାରେ ଗତ ୧୨ ତାରିଖ ଦିନ ଚିତରଂଜନ (ନାଲୁ) ପଡୋଶୀ ପାଂଚପଡା ଗ୍ରାମର ଅଷ୍ଟ୍ରପହରୀକୁ ଯାଇ ଘରକୁ ଫେରୁଥିବାବେଳେ ସରୋଜ ତାଙ୍କୁ ମଦ ପିଇବା ପାଇଁ ଫୋନ୍ କରି ଡାକିଥିଲା। ଚିତରଂଜନଙ୍କ ଗ୍ରାମ ସନ୍ନିକଟ ବନ୍ଧ ପଡିଆରେ ୩ ଜଣ ମଦ ପିଇବା ପରେ ସେ ତାଙ୍କର ପଲସର ବାଇକ୍ ଯୋଗେ ଘରକୁ ଫେରିବା ରାସ୍ତାରେ ଅଭିଯୁକ୍ତ ୩ ଜଣ ଅନ୍ୟ ଏକ ବାଇକ୍‌ରେ ପିଛା କରିଥିଲେ। ଏବଂ ବାଦଲ ତାଙ୍କ ମୁଣ୍ଡ ପଛପଟୁ ଏକ ମାଂସକଟା କଟୁରୀରେ ୩ ଚୋଟ ହାଣି ରାସ୍ତା ପାଶ୍ୱର୍ ଧାନ ବିଲ ଭିତରକୁ ଫୋପାଡି ଦେଇଥିଲେ। ତାଙ୍କର ପଲସର ବାଇକ୍‌ଟିକୁ ପାଖ ଏକ ପୋଖରୀରେ ପକାଇବା ପରେ ହତ୍ୟାରେ ବ୍ୟବହୃତ କଟୁରୀ, ଚିତରଂଜନଙ୍କ ଭଂଗା ମୋବାଇଲ୍ ଓ ଚପଲକୁ ଚରମ୍ପା-ତଳାଙ୍ଗ କେନାଲର ବନ୍ଧର ଝାଟିଆ ନିକଟ ଏକ ବାଉଁଶ ବୁଦାରେ ପକାଇଦେଇଥିଲେ। ଯାହା ପୁଲିସ୍ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡ ରାତି ୮.୩୦ ରୁ ୯.୧୫ ମଧ୍ୟରେ ଘଟିଥିଲା। ଯାହା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ପରଦିନ ସକାଳେ ଗ୍ରାମବାସୀମାନେ ମୃତଦେହ ଦେଖିବା ପରେ ତାଙ୍କର ଭାଇ ମନୋରଂଜନ ଗ୍ରାମାଂଚଳ ଥାନାରେ ଅଭିଯୋଗ ପତ୍ର ଦେବାପରେ ଚିତରଂଜନଙ୍କ ସବୁର୍ବଗର ଲୋକଙ୍କ ସହ ଉତମ ସଂପର୍କ ଥିବାରୁ ତାଙ୍କର ଶତ୍ରୁତା ନେଇ ଜିଲା ପୁଲିସ୍ ପ୍ରଶାସନ ଚିନ୍ତାରେ ପଡିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସ୍‌ଡିପିଓ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଗ୍ରାମାଂଚଳ ଥାନାଧିକାରୀ ଅମିତାଭ ଦାସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅନୁସନ୍ଧାନ ମୂଳେ ଅଭିଯୁକ୍ତମାନଙ୍କ ମୋବାଇଲ୍ ଟ୍ରାକିଂ ଓ ଅନ୍ୟାନ୍ୟ ସୂତ୍ର ମୂଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏବଂ ଏହି ଘଟଣାରେ ଆଜି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ବିଷୟ ଡିଆଇଜି ଗଣମାଧ୍ୟମକୁ କହିଛନ୍ତି।

Previous Post

ଭଦ୍ରକ – ମହତାବ ଜୟନ୍ତୀରେ ବିଶାଳ ଗଣଗୌଡ ଓ ସାଧାରଣ ସଭା

Next Post

ବାଲିଯାତ୍ରାରେ ଭାରତ ମସଲାର ୬ଷ୍ଠ ଦିବସର ଲକି ଡ୍ର

FNN WEB

FNN WEB

Next Post
ବାଲିଯାତ୍ରାରେ ଭାରତ ମସଲାର ୬ଷ୍ଠ ଦିବସର ଲକି ଡ୍ର

ବାଲିଯାତ୍ରାରେ ଭାରତ ମସଲାର ୬ଷ୍ଠ ଦିବସର ଲକି ଡ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.