• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି

FNN WEB by FNN WEB
November 23, 2024
in ଓଡ଼ିଶା, ମୁଖ୍ୟ ଖବର
0
କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଅତିଥି
0
SHARES
2
VIEWS

ଭୁବନେଶ୍ୱର: ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‍ର ୪ର୍ଥ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିକୃଷ୍ଣ ଏକ୍‍ସପୋର୍ଟସ ପ୍ରାଇଭେଟ୍‍ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ପଦ୍ମଶ୍ରୀ ସାବଜୀ ଢ଼ୋଲକିଆ, ଡ. ବାତ୍ରା ଗ୍ରୁପ୍‍ ଅଫ୍‍ କମ୍ପାନୀସମୂହର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ପଦ୍ମଶ୍ରୀ ଡା. ମୁକେଶ ବାତ୍ରା ଏବଂ ବିଶିଷ୍ଟ ଶିଳ୍ପପତି ଏସ୍‍ ଏନ୍‍ ଗ୍ରୁପ୍‍ ଅଫ୍‍ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଶ୍ରୀ ଢ଼ୋଲକିଆ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ସଫଳତାର ୫ଟି ମନ୍ତ୍ର ପ୍ରଦାନ କରିଥିଲେ । ସବୁବେଳେ ନିଜକୁ ଶ୍ରେଷ୍ଠ ଭାବେ ବିବେଚନା କରିବା, ସବୁ କାର୍ଯ୍ୟ ମୋ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଭାବିବା, ଭଗବାନ ମୋ ସହ ସବୁବେଳେ ଅଛନ୍ତି, ମୁଁ ବିଜୟୀ ହୋଇପାରିବି ଓ ଆଜି ହେଉଛି ମୋ ପାଇଁ ନୂଆ ଦିନ- ଏହି ୫ଟି ମନ୍ତ୍ରକୁ ଛାତ୍ରଛାତ୍ରୀମାନେ ନିଷ୍ଠାର ସହ ପାଳନ କରିବାକୁ ସେ କହିଥିଲେ । ଆଗକୁ ଆହୁରି ଅଧିକ ସମାଜସେବା କରିବା ପାଇଁ ଏହି ସମ୍ମାନ ମୋତେ ପ୍ରେରଣା ଯୋଗାଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରିଟେନ୍‍ର ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ମନ୍ତ୍ରୀ ନିକ ଗିବ୍‍ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଲେ, ଶିକ୍ଷା ହିଁ ପରିବର୍ତ୍ତନର ମାଧ୍ୟମ । ପିଲାମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ, ତୁମ ଇଚ୍ଛା ଅନୁସାରେ ତୁମେ ତୁମର ଲକ୍ଷ୍ୟପଥ ସ୍ଥିର କର। ତୁମ ପାଇଁ ବ୍ୟାପକ ସୁଯୋଗ ରହିଛି । କଣ ଭଲ ଓ କଣ ଖରାପ ନିଜେ ନିଷ୍ପତ୍ତି ନେଇ ସେହି ଅନୁସାରେ ଲକ୍ଷ୍ୟ ସ୍ଥିର କରିବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଥିଲେ । କିସ୍‍ର ସଫଳତା ପ୍ରଶଂସନୀୟ ଓ ପ୍ରେରଣାଦାୟୀ । ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବାରେ କିସର ଗୌରବମୟ ଯାତ୍ରା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ରିଟେନର ସାଂସଦ ଆଲାନ୍‍ ଗେମେଲ କହିଲେ, ଭାରତ ଓ ବ୍ରଟେନ୍‍ର ସମ୍ପର୍କ ଅତି ପୁରାତନ । ଶିକ୍ଷା ହେଉଛି ନିଜକୁ ସଶକ୍ତ କରିବାର ଉପଯୁକ୍ତ ମାଧ୍ୟମ । କିସ୍‍ରେ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ଲକ୍ଷ୍ୟ ପୂରଣ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଛାତ୍ରଛାତ୍ରୀମାନେ ଏହାର ବିନିଯୋଗ କରି ନିଜର ଲକ୍ଷ୍ୟ ପୂରଣ କରିପାରିବେ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ହାର୍ଭାର୍ଡ଼ କେନେଡ଼ି ସ୍କୁଲ୍‍ ପବ୍ଲିକ ପଲିସି ପ୍ରଫେସର ଡ. ଜେଫ୍ରେ ବି ଲାଏବମାନ କହିଲେ, ସାମଗ୍ରିକ ଶିକ୍ଷା କ୍ଷେତ୍ରରେ କିସ୍‍ ହେଉଛି ଏକ ଅନନ୍ୟ ପ୍ରୟାସ । ସମାଜର ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଇବାରେ କିସ୍‍ର ପ୍ରୟାସ ପ୍ରଶଂସନୀୟ ବୋଲି ସେ କହିଥିଲେ।

ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ଗ୍ରହଣ କରି ଡା. ବାତ୍ରା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ଦୁଇଟି ‘ଡି’ ଦ୍ୱାରା ଜୀବନରେ ସବୁକିଛି ହାସଲ କରିପାରିବ। ଗୋଟିଏ ହେଉଛି ଡିସିପ୍ଲିନ୍‍ ବା ଶୃଙ୍ଖଳା ଓ ଅନ୍ୟଟି ହେଉଛି ଡିଟରମିନେସନ୍‍ ବା ପ୍ରତିବଦ୍ଧତା । ଏହି ଦୁଇଟି ଥିଲେ ଜୀବନରେ ସଫଳତା ପାଇବାକୁ ସହଜ ହୋଇଥାଏ ବୋଲି କହିଥିଲେ । ଶ୍ରୀ ମହାନ୍ତି କହିଲେ, କିସ୍‍ରେ ସବୁ ବ୍ୟବସ୍ଥା ରହିଥିବାରୁ ଆଗକୁ ବଢ଼ିବା ପାଇଁ ତୁମମାନଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହି ସମ୍ମାନ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ମୋତେ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ।

ଏହି ଅବସରରେ କିସ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ରୋଜାଲିନ୍‍ ପ୍ରଧାନଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୭ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଏବଂ ୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ୮ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୪୨୬ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ଓ କିସ୍‍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାସ, କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ, ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ଦୀପକ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ମହାନ ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

Next Post

ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍‌ର ଗଣଧାରଣା

FNN WEB

FNN WEB

Next Post
ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍‌ର ଗଣଧାରଣା

ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍‌ର ଗଣଧାରଣା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.