• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଧର୍ମଶାଳା ବିଧାୟକଙ୍କ କଥାରେ ତାଳମେଳ ନାହିଁ

FNN WEB by FNN WEB
November 24, 2024
in ଓଡ଼ିଶା, ମୁଖ୍ୟ ଖବର
0
ଧର୍ମଶାଳା ବିଧାୟକଙ୍କ କଥାରେ ତାଳମେଳ ନାହିଁ
0
SHARES
3
VIEWS

ତାଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ : ବିଜେଡି

ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ପାଞ୍ଚ ମାସ ପୁରିଯାଇଥିଲା ବେଳେ, ରାଜ୍ୟର ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୁଲିସ ବାହିନୀକୁ ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାରଙ୍କ ଶାସନ କାଳରେ ଘଟିଥିବା ପ୍ରମୁଖ ଅପରାଧିକ ଘଟଣା ଗୁଡିକର ଏକ ଲମ୍ୱା ତାଲିକା ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ। ଆସନ୍ତାକାଲି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୁଲିସ ଡିଜିପିଙ୍କୁ ଭେଟି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୁଲିସର ବିବାଦୀୟ ଭୂମିକା ଉପରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଓ ଯଦି ତା ପରେ ମଧ୍ୟ ସ୍ଥିତିରେ ସୁଧାର ନଆସେ, ତାହେଲେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଦୁଇ ବରିଷ୍ଠ ନେତା ସୂଚନା ଦେଇଥିଲେ।

ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ବିଜେପି କ୍ଷମତାକୁ ଆସୁ ଆସୁ ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରେ ଦଙ୍ଗା ଉପୁଜିଥିଲା। ତାପରେ ନିୟମିତ ଭାବରେ, କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, ବାଲାଙ୍ଗିରର ବଙ୍ଗୋମୁଣ୍ଡାରେ ଆଦିବାସୀ ଯୁବତୀଙ୍କୁ ବଳାକ୍ରାର ଉଦ୍ୟମ ଓ ତା ମୁହଁରେ ଜୋର ଜବରଦସ୍ତ ବିଷ୍ଠା ପୁରାଇଦେବା ଭଳି ଅମାନବୀୟ ଘଟଣା, ନୀଳଗିରିରେ ଆଦିବାସୀ ଯୁବତୀକୁ ବଳାକ୍ରାର ଓ ହତ୍ୟା, କଟକରେ ଦଳିତ ଯୁବତୀକୁ ଗଣଦୁଷ୍କର୍ମ ଇତ୍ୟାଦି ଘଟଣା ରାଜ୍ୟରେ ଅପରାଧିକ ଘଟଣାର ଚିନ୍ତାଜନକ ଭାବେ ବୃଦ୍ଧି ଘଟି ଚାଲିଛି। ସେହିପରି, ଗଞ୍ଜାମର ତାରା ତାରିଣୀ ମନ୍ଦିରରୁ ଚୋରି ଭଳି ଅନେକ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଅନେକ ଘଟଣାରେ ପୁଲିସର ଭୂମିକା ମଧ୍ୟ ଚିନ୍ତାଜନକ ରହିଛି। ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣର ଅଭିଯୋଗ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏକତରଫା ରହିଛି ବୋଲି ସେ କହିଥିଲେ।

ସଞ୍ଜୟ ଦାସବର୍ମା କହିଥିଲେ, ବିରଜା ପ୍ରସଙ୍ଗରେ ଯାଜପୁର ଜନସାଧାରଣଙ୍କ ଦ୍ୱାରା ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ତାଙ୍କର କିଛି ସମର୍ଥକ ସେହି ରାସ୍ତା ଅତିକ୍ରମ କରିବାକୁ ପ୍ରୟାସ କରିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ, ସମଗ୍ର ଘଟଣାକୁ ଓ ଶ୍ରୀ ସାହୁଙ୍କ ଦ୍ୱାରା ଦିଆଯାଇଥିବା ଭିନ୍ନ ଭିନ୍ନ ମନ୍ତବ୍ୟକୁ ଅନୁଧ୍ୟାନ କଲେ ଏହି ଘଟଣାରେ ବିଧାୟକ ଶ୍ରୀ ସାହୁଙ୍କ ଭୂମିକା ସନ୍ଦେହ ଘେରରେ ରହଛି। ଏହି ଘଟଣାରେ ବିଧାୟକ ଶ୍ରୀ ସାହୁ ଓ ତାଙ୍କର ସମର୍ଥକଙ୍କ ଭିଡିଓ ଗଣମାଧ୍ୟମ ଆଗରେ ପ୍ରସ୍ତୁତ କରାଯାଇଥିଲା।

ବିଧାୟକ ଶ୍ରୀ ସାହୁ ଡିଡିଏମଙ୍କ ଅଫିସ ଯାଉଥିଲେ ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି। କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି, କେଉଁ କାମ ପାଇଁ ବିଧାୟକ ରାତି ପ୍ରାୟ ସାତଟା ପଇଁଚାଳିଶ ମିନିଟରେ ଡିଡିଏମ ଅଫିସକୁ ଯାଉଥିଲେ? ସେ ଚାନ୍ଦା ଆଣିବାକୁ ଅଥବା ଦେବାକୁ ଯାଉଥିଲେ, ବିଧାୟକ ଶ୍ରୀ ସାହୁ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। ଘଟଣାସ୍ଥଳର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ, ବିଧାୟକ ଶ୍ରୀ ସାହୁଙ୍କୁ ଆନ୍ଦୋଳନରତ ଜନସାଧାରଣ ମରଣାତ୍ମକ ଆକ୍ରମଣ କରିଛନ୍ତି ବୋଲି ବିଧାୟକଙ୍କ ଅଭିଯୋଗର କୌଣସି ଭିଜୁଆଲ ଦେଖିବକୁ ମିଳି ନାହିଁ। ତେଣୁ, ବିଧାୟକଙ୍କ ଉପରେ ଆକ୍ରମଣ ଅଭିଯୋଗର ସତ୍ୟାସତ୍ୟକୁ ନେଇ ସନ୍ଦେହ ରହିଛି। ଅପରପକ୍ଷରେ, ଧର୍ମଶାଳାର କିଛି ବିଧାୟକଙ୍କ ସମର୍ଥକ ଠେଙ୍ଗା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ବୁଲୁଥିବାର ଭିଡିଓ ଦେଖିବାକୁ ମିଳିଛି।

ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଭିନ୍ନ ଭିନ୍ନ ଗଣମାଧ୍ୟମକୁ ଦିଆ ଯାଇଥିବା ବୟାନ ମଧ୍ୟରେ ତାଳ ମେଳ ରହୁ ନଥିବାରୁ ତାଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ଗଣମାଧ୍ୟମରେ ଶ୍ରୀ ସାହୁ ଲଲ ଦାସ ତାଙ୍କୁ ଫୋନ କରି ନିଜର ଭୁଲ ସ୍ୱୀକାର କରିବା ସହିତ ଘଟଣାକୁ ଆଗକୁ ନବଢ଼ାଇବାକୁ କହିଥିଲେ ବୋଲି ମନ୍ତବ୍ୟ ରଖିଥିଲା ବେଳେ ଆଉ ଗୋଟିଏ ଗଣମାଧ୍ୟମକୁ ବବି ଦାସଙ୍କ ଭାଇ ତାଙ୍କୁ ଫୋନରେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି କହିଥିଲେ। ତେଣୁ ବିଧାୟକଙ୍କ ଦୁଇଟି କଥାରୁ କେଉଁଟା ସତ? ସେହିପରି, ବିଧାୟକ ଶ୍ରୀ ସାହୁ ତାଙ୍କ ମନ୍ତବ୍ୟରେ ଲୋକମାନେ ତାଙ୍କ ପିଏସଓଙ୍କ ଠାରୁ ବନ୍ଧୁକ ଛଡାଇନେଇ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। କିନ୍ତୁ, ପିଏସଓ ତାଙ୍କ ମନ୍ତବ୍ୟରେ ତାଙ୍କ ଠାରୁ ବନ୍ଧୁକ ଛଡାଯିବା କଥା କହିନାହାନ୍ତି।

ଏହି ଘଟଣାରେ ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଦାବି ଅମୂଳକ ଓ ଭିତ୍ତିହୀନ ବୋଲି ସ୍ପଷ୍ଟ ହେଉଛି। ବିଧାୟକ ମଦ ପିଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଏକ ମିଥ୍ୟା ଅଭିଯୋଗ ମାଧ୍ୟମରେ ସମବେଦନା ପାଇବାକୁ ଅପଚେଷ୍ଟା କରୁଛନ୍ତି। ସମଗ୍ର ଘଟଣାଟି ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବେଳେ ପୋଲିସ ସରକାରୀ ଦଳର ବୋଲକରା ସାଜିଛି। ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ନଥିଲେ ମଧ୍ୟ କେବଳ ଅଭିଯୋଗ ଉପରେ ପୋଲିସ ଗିରଫ କରିଛି। ସେହିପରି, ଶ୍ରୀ ସାହୁଙ୍କ କିଛି ସମର୍ଥକ ମାନେ କିଛି ମରଣାସ୍ତ୍ର ଧରି ଘଟଣାସ୍ଥଳରେ ବୁଲୁଥିବାର ଭିଜୁଆଲ ଗଣମାଧ୍ୟମରେ ଦେଖିବାକୁ ମିଳୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନସୁଧୁରିଲେ ଓ ପୁଲିସ ପ୍ରଶାସନ ବିଜେପିର ହାତବାରିସୀ ନସାଜି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ଡିଜି ପୋଲିସଙ୍କ ହସ୍ତକ୍ଷେପ ଲୋଡୁଛି ବୋଲି ଶ୍ରୀ ଦାସବର୍ମା କହିଥିଲେ।

Previous Post

ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍‌ର ଗଣଧାରଣା

Next Post

ଟାଇମ୍‍ସ ହାୟର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ୨୦୨୫: ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ କିଟ୍‍

FNN WEB

FNN WEB

Next Post
ଟାଇମ୍‍ସ ହାୟର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ୨୦୨୫: ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ କିଟ୍‍

ଟାଇମ୍‍ସ ହାୟର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ୨୦୨୫: ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ କିଟ୍‍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.