• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ମିଳିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

FNN WEB by FNN WEB
November 24, 2024
in ଓଡ଼ିଶା, ମୁଖ୍ୟ ଖବର
0
୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ମିଳିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
0
SHARES
4
VIEWS

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ମୟୂରଭଞ୍ଜର ବାରିପଦା ଠାରେ ପ୍ରଦାନ କରଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି। ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସହାୟତା ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବତାର ରୂପଦେବାରେ ସାହାଯ୍ୟ କରିବ । ବିକାଶର ସୁଫଳକୁ ସବୁ ବର୍ଗର ଲୋକ ଅନୁଭବ କରିବା ଉଚିତ୍। ସୁଭଦ୍ରା ଏ ଦିଗରେ ଏକ ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ।

ନିଜ ଅଭିଭାଷଣରେ ସୁନ୍ଦରଗଡ଼ ଜିଲ୍ଲାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସୁନ୍ଦରଗଡ଼ ହେଉଛି ହକି ର ଏନ୍ତୁଡ଼ିଶାଳ । ଏ ପବିତ୍ର ମାଟିରେ ମାଟି ରେ ମାଇକେଲ କିଣ୍ଡୋ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମଶ୍ରୀ ଇଗ୍ନେସ ତିର୍କୀ, ଲାଜରସ ବାର୍ଲା, ଉଇଲିୟମ ଖେସ, ଅମିତ୍ ରୋହିଦାସ, ନିଲମ ସଞ୍ଜୀବ ଖେଶ, ସୁଭଦ୍ରା ପ୍ରଧାନ, ନିଳୀମା କୁଜୁର, ଜ୍ୟୋତି ସୁନୀତା କୁଲ୍ଲୁ, ନମିତା ଟପ୍ପ ଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରୀଡାବିତ୍ ଜନ୍ମ ନେଇଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଖଣି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ସୁନ୍ଦରଗଡର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସୁନ୍ଦରଗଡର କଳା, ସଂସ୍କୃତି, ପରମ୍ପରା ଓ ବିଶେଷକରି ଆଦିବାସୀ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ । ଆଦିବାସୀ ଗୀତ, କର୍ମା ନାଚ, ଖାଡ଼ିଆ ନାଚ, ସାନ୍ତାଳୀ ନାଚ ଇତ୍ୟାଦି ପ୍ରତ୍ୟେକ ପର୍ବ ପର୍ବାଣୀ ରେ ଦେଖିବାକୁ ମିଳିଥାଏ ବୋଲି ସେ କହିଥିଲେ।

ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୫୯ ହଜାର ରୁ ଉର୍ଦ୍ଧ୍ୱ ମା’ ଓ ଭଉଣୀମାନେ ସୁଭଦ୍ରାରେ ପଞ୍ଜିକରଣ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଆଜି ସୁନ୍ଦରଗଡ ଜିଲ୍ଲା ପାଇଁ ୧୨୦୧ କୋଟି ଟଙ୍କାର ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲାର ବିକାଶ ପାଇଁ ୬୯୨ ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏଥିପାଇଁ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କା ବିନିଯୋଗ କରାଯାଇଛି। ସେହିପରି ଜିଲ୍ଲା ପାଇଁ ୨୮୮ ଟି ପ୍ରକଳ୍ପର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ଏଥିପାଇଁ ୩୧୨ କୋଟି 3 ଲକ୍ଷ ୧ ହଜାର ଟଙ୍କା ବିନିଯୋଗ ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ୮୧ କୋଟି ଟଙ୍କାର ଆଉ ୪ ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତାକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ଗଠନ ହେବାର ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ କରି ଯେଉଁ ୪ଟି ମୁଖ୍ୟ ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିରେ ସୁଭଦ୍ରା ଯୋଜନା ଅନ୍ୟତମ। ଆମ ସରକାର ଗଠନର ୧୦୦ ଦିନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ କରକମଳରେ ଏହି ଯୋଜନାର ଶୁଭାରମ୍ଭ କରି ରାଜ୍ୟବାସୀଙ୍କ ପ୍ରତି ଆମେ ଆମର ପ୍ରତିଶ୍ରୁତି ପୂରଣ କରିଛୁ। ସୁଭଦ୍ରା ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମା’ ଏବଂ ଭଉଣୀମାନେ ଉପକୃତହେବେ । ଏହା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ପୂର୍ବ ସରକାର ମିଶନ ଶକ୍ତିର ଖୁବ୍ ପ୍ରଚାର କରିଥିଲେ । ମାତ୍ର ସେଥିରେ ମଧ୍ୟ ସର୍ବାଧିକ ୭୦ ଲକ୍ଷ ମହିଳା ସାମିଲ ହୋଇ ପାରିଥିଲେ। ମିଶନ ଶକ୍ତିରେ ସୁଧମୁକ୍ତ ଋଣ ମିଳୁଥିଲା। କିନ୍ତୁ ସୁଭଦ୍ରା ଯୋଜନାରେ ଆମେ ଭଉଣୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛୁ ବୋଲି ସେ କହିଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଥିଲେ ଯେ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରି ମହିଳା ସଶକ୍ତିକରଣକୁ ଆଗେଇ ନିଆଯିବ ବୋଲି ସେ କହିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପ୍ରତିବଦ୍ଧତାର ସହ ପାଳନ କରନ୍ତି। ସେ କହିଥିଲେ ଯେ ସୁଭଦ୍ରା ଯୋଜନା ପାଇଁ ମା ମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ରାଜ୍ୟର ଏକ କୋଟିରୁ ଅଧିକ ମହିଳା ନିଜେ ଘରୁ ବାହାରି ଡକ୍ୟୁମେଣ୍ଟ ଡିଜିଟାଇଜେସନ କରିଛନ୍ତି। ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଥିଲେ। ଏହି ଅବସରରେ ସେ ଏହି କାର୍ଯ୍ୟରେ ସହାୟତା କରୁଥିବା ଆଶା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାୟକ ମଧ୍ୟ ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଶା ଏବେ ବିକାଶ ପଥରେ ବ୍ୟାପକ ଅଗ୍ରଗତି କରୁଛି। ଓଡ଼ିଶା ନିଶ୍ଚୟ ଏକ ନମ୍ବର ରାଜ୍ୟ ହେବ ବୋଲି ସେ କହିଥିଲେ। ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହିଳା ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଧନ୍ୟବାଦ ଅର୍ପଣ କରି ଥିଲେ।

Previous Post

ଓଡ଼ିଶାକୁ ମୁଁ ପୂର୍ବ ଭାରତରେ ବିକାଶର ଇଞ୍ଜିନ ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ

Next Post

ଲଘୁଚାପର ପ୍ରଭାବରେ କାଲିଠୁ ବଦଳିବ ପାଗ, ୨୭ରୁ ରାଜ୍ୟରେ ବର୍ଷା ସମ୍ଭାବନା

FNN WEB

FNN WEB

Next Post
ଲଘୁଚାପର ପ୍ରଭାବରେ କାଲିଠୁ ବଦଳିବ ପାଗ, ୨୭ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଲଘୁଚାପର ପ୍ରଭାବରେ କାଲିଠୁ ବଦଳିବ ପାଗ, ୨୭ରୁ ରାଜ୍ୟରେ ବର୍ଷା ସମ୍ଭାବନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.