• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ୱାକଫ ସଂଶୋଧନ ବିଲକୁ ବିରୋଧ କରି ବିଜେଡିର ବିକ୍ଷୋଭ: ସମାଲୋଚନା କଲା ବିଜେପି

FNN WEB by FNN WEB
November 26, 2024
in ଓଡ଼ିଶା, ମୁଖ୍ୟ ଖବର
0
ୱାକଫ ସଂଶୋଧନ ବିଲକୁ ବିରୋଧ କରି ବିଜେଡିର ବିକ୍ଷୋଭ: ସମାଲୋଚନା କଲା ବିଜେପି
0
SHARES
22
VIEWS

ଭୁବନେଶ୍ୱର: ୱାକଫ ସଂଶୋଧନ ବିଲକୁ ବିରୋଧ କରି ରବିବାର ବିଜୁ ଜନତା ଦଳ ସହରର ରାଜ ଭବନ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି।
ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ସ୍ୱାର୍ଥ ପାଇଁ ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି। ଚଳିତ ବର୍ଷ ଅଗଷ୍ଟରେ ସଂସଦରେ ରଖାଯାଇଥିବା ଏହି ବିଲ୍ ବର୍ତ୍ତମାନ ସଂସଦୀୟ କମିଟି (ଜେପିସି) ଦ୍ୱାରା ସମୀକ୍ଷା କରାଯାଉଛି। ସଂସଦର ଏହି ଶୀତକାଳୀନ ଅଧିବେଶନରେ ଏହାକୁ ଗୃହରେ ରଖାଯିବ ବୋଲି ଆଶା କରାଯାଉଛି। ବିଜେଡି ରାଜ୍ୟ ସଭା ସଦସ୍ୟ ତଥା ଦଳର, ରାଜ୍ୟ ସଂଖ୍ୟାଲଘୁ ଶାଖା , ମୁଖ୍ୟ ମୁଜିବୁଲ୍ଲା ଖାନ କହିଛନ୍ତି ଏହି ପ୍ରସଙ୍ଗରେ ସେମାନଙ୍କ ଦଳ ସଂସଦରେ ତୀବ୍ର ବିରୋଧ କରିବ ଏବଂ ୱାକଫ ସଂଶୋଧନ ବିଲ୍ ଗୃହରେ ପାରିତ ହେବାକୁ ଦେବ ନାହିଁ।

ଏହି ବିକ୍ଷୋଭର ନେତୃତ ନେଉଥିବା ଖାନ ବିଲକୁ ‘ମୁସଲିମ ବିରୋଧୀ’ ବୋଲି ବର୍ଣ୍ଣନା କରି , ବିଲରେ ପ୍ରସ୍ତାବିତ 44 ଟି ସଂଶୋଧନ ମାଧ୍ୟମରେ ୱାକଫ ସମ୍ପତ୍ତି ହଡପ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଦଳର ଵିଲ ପ୍ରସଙ୍ଗରେ , ସେମାନଙ୍କ ଦାବିକୁ ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଛି। ଏହି ସ୍ମାରକପତ୍ରରେ ୱାକଫ ଆକ୍ଟ, 1995 ରେ ପ୍ରସ୍ତାବିତ ସଂଶୋଧନକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଏବଂ ଚିନ୍ତାଧାରା ଉପରେ ଆଲୋକପାତ କରାଯାଇଛି। ଏହି ବିକ୍ଷୋଭକୁ ସମ୍ବୋଧିତ କରୁଥିବା ଅନେକ ନେତା ଚେତାବନୀ ଦେଇଛନ୍ତି ଯେ ୱାକଫ ବିଲରେ ପ୍ରସ୍ତାବିତ ସଂଶୋଧନ ସମ୍ପ୍ରଦାୟକୁ ବିଭାଜନ କରି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବ।

ରାଜ୍ୟ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସୟଦ ଏକରାମ ହୁସେନ କହିଛନ୍ତି ଦେଶରେ ବର୍ଷେ ମଧ୍ୟରେ ଏକ ସର୍ଭେ କରି ମୋଟ ପ୍ରକୃତ ୱାକଫ୍ ସମ୍ପତ୍ତି ଜାଣିବା ପାଇଁ ସଂସଦ 2013 ରେ ୱାକଫ ଆକ୍ଟରେ ସଂଶୋଧନ ଆଣିଛି। ଏହି ସଂଶୋଧନ ଏକ ଧାରାଥିଲା ସର୍ଭେ ସଂପୂର୍ଣ୍ଣ କରିବାରେ ବିଳମ୍ବ ପାଇଁ ଜିଲ୍ଲା କଲେକ୍ଟର ଦାଇ ରହିବେ ଓ ଆର୍ଥିକ ଦଣ୍ଡର ସମ୍ମୁଖିନ ହେବେ। ତେବେ ସେ ଦୁଖ ପ୍ରକାଶ କରିଛନ୍ତି ସେହି ସଂଶୋଧନର 11 ବର୍ଷ ପରେ ମଧ୍ୟ ଦେଶର ମୋଟ ୱାକଫ ସମ୍ପତ୍ତି ଚିହ୍ନଟ ପାଇଁ ଏହି ସର୍ଭେ କରାଯାଇ ନାହିଁ। ସେ କହିଛନ୍ତି ୱାକଫ ପରିଷଦ / ବୋର୍ଡରେ ଅଣ ମୁସଲମାନ ତଥା ଜିଲ୍ଲା କଲେକ୍ଟରଙ୍କୁ ଅନ୍ତର୍ଭୁକ୍ତ କରିବା ଉଦ୍ୟମ ଜମି ମାଫିଆକୁ ୱାକଫ ସମ୍ପତ୍ତି ହାତେଇ ବାକୁ ସୁହାଇଵ ।

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରଦିପ ମାଝି, ରାଜ୍ୟ ୱାକଫ ବୋର୍ଡର ପୂର୍ବତନ ପ୍ରଶାସକ ଶେଖ ନିଜାମୁଦ୍ଦିନ, ଭଦ୍ରକ ମ୍ୟୁନସିପାଲଟିର ଚେୟାରମେନ ଶ୍ରୀମତୀ ଗୁଲମାକି, ବିଜେଡି ନେତା ସୋଫିଆ ଆଲାମ ମହମ୍ମଦ ମୋବିନ, ଶେଖ ବାବୁ, ଶେଖ ଜଲାଲ , ଶେଖ ଫାରୁକ ଏବଂ ମଦନୀ ସାହେବ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଦଳର ନେତା ତଥା ସମର୍ଥକମାନେ ସେମାନଙ୍କ ଦାବିକୁ ସମର୍ଥନ କରି ସହରରେ ଏକ ରାଲି କରିବା ପରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୱାକଫ ବିଲ୍ ଉପରେ ଗଠିତ ସଂସଦୀୟ କମିଟି ନିକଟରେ ଓଡିଶା ଗସ୍ତକରି ଅନେକ ପ୍ରମୁଖ ଲୋକଙ୍କୁ ଭେଟି ଆଲୋଚନା ଓ ପରାମର୍ଶ ଗ୍ରହଣ କରିବା ପରେ ଏହି ସବୁ ବିକାଶ ଘଟିଥିଲା ।

ଶାଶକ ବିଜେପିର, ବିଜେଡିକୁ ସମାଲୋଚନା :
ୱାକଫ ବିଲ୍ ପ୍ରସଙ୍ଗରେ ବିଜେଡିର ବିରୋଧକୁ ସମାଲୋଚନା କରି ବିଜେପି ରାଜ୍ୟ ସଂଖ୍ୟାଲଘୁ ୱିଙ୍ଗ୍ ମୁଖ୍ୟ ସିକନ୍ଦର ଅଲି କହିଛନ୍ତି ବିରୋଧୀ ବିଜେଡି ବିଲ ଉପରେ ଭିତ୍ତିହୀନ ମନ୍ତବ୍ୟ ଦେଉଛି। ବିଜୁ ଜନତା ଦଳ ସରକାରଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟର କେତେକ ସ୍ଥାନରେ ୱାକଫ ସମ୍ପତ୍ତି ବିକ୍ରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଅଲି କହିଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡ, ହଜ କମିଟି ପରି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ସଂସ୍ଥାଗୁଡ଼ିକ ବିଜେଡି ସରକାର ସମୟରେ ଅବହେଳିତ ହୋଇଛନ୍ତି ଏବଂ ବର୍ଷ ବର୍ଷ ଧରି ସେମାନଙ୍କ କମିଟି ଗଠନ କରାଯାଇ ନାହିଁ। ରାଜ୍ୟ ମାଡ୍ରାସା ବୋର୍ଡ ଏବଂ ଉର୍ଦ୍ଦୁ ଏକାଡେମୀ ମଧ୍ୟ ଅବହେଳାର ସମ୍ମୁଖୀନ ହୋଇଛି । କିନ୍ତୁ ବର୍ତ୍ତମାନ ଦଳ ଏହି ପ୍ରସଙ୍ଗରେ ପାଲଟା ଶ୍ରେୟ ନେବାକୁ ଚେଷ୍ଟା କରୁଛି।

Previous Post

ଚାଉଳ ଗୋଦାମକୁ ସିଲ୍ କଲେ ତହସିଲଦାର ଓ ସିଡିପିଓ

Next Post

ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

FNN WEB

FNN WEB

Next Post
ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ: କୃଷ୍ଣଚନ୍ଦ୍ର ପାତ୍ର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.