• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ ପାଣିର ଗାର

FNN WEB by FNN WEB
November 28, 2024
in ଓଡ଼ିଶା
0
ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ ପାଣିର ଗାର
0
SHARES
1
VIEWS

ଭଦ୍ରକ ଜିଲାରେ ୧୦ ବର୍ଷ ଧରି ଚୌକି ମାଡି ବସିଛନ୍ତି ରାଜସ୍ୱ ଅଧିକାରୀମାନେ

ଭଦ୍ରକ: ଇତିମଧ୍ୟରେ ରାଜ୍ୟ ସରକାର ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା କ୍ଷେତ୍ର ଅଧିକାରୀ (ରେଭିନ୍ୟୁ ସୁପରଭାଇଜର, ଆର.ଆଇ., ଏ.ଆର.ଆଇ. ଓ ଅମିନ) ଙ୍କ ରିପୋର୍ଟ ସମସ୍ତ ଜିଲାପାଳଙ୍କୁ ମାଗିବା ସହ ସେମାନଙ୍କର ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ନିର୍ଦ୍ଦେଶନାମା ପରେ ଜିଲାପାଳ ସେମାନଙ୍କର ତାଲିକା ପ୍ରସ୍ତୁତ କରି ବଦଳି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଭଦ୍ରକ ଜିଲାରେ ଏହି ବଦଳି ପ୍ରସଙ୍ଗ ନିତ୍ୟାନ୍ତ ଜରୁରୀ ହୋଇପଡିଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ପ୍ରଭାବ ଦେଖିବାକୁ ମିଳୁନାହିଁ। ଏଠାରେ ସୂଚନାଯୋଗ୍ୟ ଏହି ଜିଲାରେ ରାଜସ୍ୱ କର୍ମଚାରୀମାନେ ଗୋଟିଏ ଗୋଟିଏ ତହସିଲରେ ଦୀର୍ଘବର୍ଷ ଧରି ରହିବା ସହ ପଦୋନ୍ନତି ପାଇ ସେହି ସର୍କଲରେ ଅବସ୍ଥାପିତ ହେବା ଯୋଗୁଁ ଲୋକଙ୍କୁ ସରକାରୀ ସେବା ମିଳିବାରେ ସମସ୍ୟା ସୃଷ୍ଟି ହୋଇ ଦୁର୍ନୀତି ଓ ସେମାନଙ୍କର ସ୍ୱେଚ୍ଛାଚାରିତା ବୃଦ୍ଧି ପାଇବାରେ ଲାଗିଛି। କେବଳ ତହସିଲ ନୁହେଁ, ଖୋଦ୍ ଜିଲାପାଳଙ୍କ ଦପ୍ତର ଓ ବ୍ଲକ୍‌ମାନଙ୍କରେ କାର୍ଯ୍ୟରତ କିରାଣୀମାନଙ୍କ ମଧ୍ୟରୁ ଅଧିକାଂଶ ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ ରହିଆସୁଛନ୍ତି। ଫଳରେ ସରକାରୀ କାର୍ଯ୍ୟରେ ନିରପେକ୍ଷତା ବାଧାପ୍ରାପ୍ତ ହେବା ସହ ସ୍ୱଚ୍ଛତାରେ ଆଂଚ ଆସୁଛି। ଏବଂ ଏପରିକି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସେମାନଙ୍କର ଫାଇଦା ହାସଲ କରିବାରେ ଲାଗିଛନ୍ତି। ତେବେ ଦୀର୍ଘବର୍ଷ ଧରି ରହିଆସୁଥିବା ଉପରୋକ୍ତ ରାଜସ୍ୱ ଅଧିକାରୀମାନଙ୍କ ବିରୁଦ୍ଧରେ ଅଭିଯୋଗର ଫର୍ଦ୍ଦ ଅମୂଳକ ନୁହେଁ ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ସେଥିପ୍ରତି କାହାର ଦୃଷ୍ଟି ନାହିଁ। ସବୁଠାରୁ ବିସ୍ମୟର କଥା ଭଦ୍ରକ ଜିଲା ପ୍ରଶାସନରେ ଗୋଟିଏ ରାଜସ୍ୱ ସର୍କଲ ଓ ତହସିଲରେ ଜଣେ ଜଣେ ଅଧିକାରୀ ୫ ବର୍ଷରୁ ୧୦ ବର୍ଷ ଗୋଟିଏ ଗୋଟିଏ ପଦବୀରେ ରହି ବିଭିନ୍ନ ବେଆଇନ୍ କାର୍ଯ୍ୟ କରିଆସୁଛନ୍ତି। ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ, ବାସୁଦେବପୁର, ତିହିଡି, ଚାନ୍ଦବାଲି ଓ ଧାମନଗର ଭଳି ଏହି ଜିଲାରେ ୭ଟି ତହସିଲରେ ମୋଟ ୮୦ ଗୋଟି ରାଜସ୍ୱ ସର୍କଲରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଜିଲାର ଧାମନଗର ଓ ଚାନ୍ଦବାଲି ତହସିଲରେ ଜଣେ, ବାସୁଦେବପୁର ତହସିଲରେ ୨ ଜଣ ରାଜସ୍ୱ ସୁପରଭାଇଜର ଦୀର୍ଘ ୮ ରୁ ୧୦ ବର୍ଷ ଧରି ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ସେହିଠାରେ ସୁପର ଭାଇଜର ଭାବେ କାର୍ଯ୍ୟ କରିଆସୁଛନ୍ତି। ଜିଲାରେ ୫ ଜଣ ଅମିନ ଦୀର୍ଘ ୧୦ ବର୍ଷ କାଳ ତହସିଲରେ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ରାଜସ୍ୱ ନିରୀକ୍ଷକ ଭାବେ ସମାନ ତହସିଲରେ ରହି କାର୍ଯ୍ୟ କରୁଛନ୍ତି। ଏପରିକି ଜିଲାର ସମସ୍ତ ତହସିଲମାନଙ୍କରେ ୨୫ ଜଣ ରାଜସ୍ୱ ନିରୀକ୍ଷକ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବାର ସୂଚନା ମିଳିଛି। ଅନୁରୂପ ଅନେକ ତହସିଲରେ ୧୦ ବର୍ଷ ଧରି ଅମିନ ଭାବେ କାର୍ଯ୍ୟ କରି ପଦୋନ୍ନତି ପାଇ ସମାନ ତହସିଲରେ ଏକାଧିକ କର୍ମଚାରୀ ରାଜସ୍ୱ ନିରୀକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ଜିଲାର ସମସ୍ତ ତହସିଲ ଓ ବ୍ଲକ୍‌ମାନଙ୍କରେ କାର୍ଯ୍ୟରତ କିରାଣୀ ଓ କୋଷାଧ୍ୟକ୍ଷ ମାନେ ୩ ବର୍ଷର ବଦଳି ନିୟମକୁ ଉଲ୍ଲଂଘନ କରି ନିଜର ଚେୟାର ମାଡି ବସିଛନ୍ତି। ଏଣୁ ଯଥାଶୀଘ୍ର ସରକାରୀ ନିୟମ ଅନୁସାରେ ଦୀର୍ଘଦିନ ଧରି ଗାଦି ମାଡି ବସିଥିବା ରାଜସ୍ୱ କ୍ଷେତ୍ର କର୍ମଚାରୀମାନଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ହୋଇଛି।

Previous Post

ପ୍ରେମିକ ଘର ଆଗରେ ପ୍ରେମିକାର ମୃତ ଦେହ ଧରି ପରିବାର ଲୋକଙ୍କ ଧାରଣା

Next Post

ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

FNN WEB

FNN WEB

Next Post
ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.