• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

FNN WEB by FNN WEB
November 29, 2024
in ଓଡ଼ିଶା, ମୁଖ୍ୟ ଖବର
0
ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ମିଳୁ ପ୍ରାଥମିକତା: ପ୍ରଧାନମନ୍ତ୍ରୀ
0
SHARES
0
VIEWS

ଭୁବନେଶ୍ୱର: ଓଡ଼ିଶାକୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ମିଳୁ । ସେଥିପାଇଁ ଏଠାରେ ଜି-୨୦ ସମ୍ମିଳନୀଠୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ପୁଲିସ ଡିଜି ସମ୍ମିଳନୀ ଓ ନୌସେନା ଦିବସ ଆଦିର ଆୟୋଜନ କରାଯାଉଛି । ଏହା ଓଡ଼ିଶାକୁ ଦିଆଯାଉଥିବା ପ୍ରାଥମିକତାର ପ୍ରମାଣ । ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଜଗନ୍ନାଥ’ କହି ନିଜର ଓଡ଼ିଆ ଭାଷାରେ ଆରମ୍ଭ କରିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ଆଜି ସୁଯୋଗ ମିଳିଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଣାମ କରୁଛି । ବିମାନବନ୍ଦରରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଏଭଳି ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ । ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଓ ଦେଶରେ ବିଭିନ୍ନ ଉପନିର୍ବାଚନର ପରିଣାମ ସମଗ୍ର ଦେଶର ଲୋକଙ୍କ ମଧ୍ୟରେ କିଭଳି ଏକ ବିଶ୍ୱାସ ସୃଷ୍ଟି କରିଛି ତା’ର ଚମକ,ଖୁସି, ଆଗ୍ରହ ଓ ଉତ୍ସାହ ଏଠି ଉପସ୍ଥିତ ଲୋକଙ୍କ ମଧ୍ୟରେ ଅନୁଭବ କରୁଛି । ଓଡ଼ିଶାରୁ ଏହାର ଆରମ୍ଭ ହୋଇଥିଲା । ହରିଆଣା ଓ ମହାରାଷ୍ଟ୍ରରେ ବି ଦେଖିବାକୁ ମିଳିଲା । ଏହା ହିଁ ବିଜେପିର ବିଶେଷତ୍ୱ ଓ ଆମ ଦଳର କର୍ମୀମାନଙ୍କର ସାମର୍ଥ୍ୟ । ବିରୋଧୀ ଦଳ ସବୁବେଳେ ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି । କିନ୍ତୁ ଲୋକେ ଆଶୀର୍ବାଦ ଦେଉଛନ୍ତି ।

ସେ କହିଥିଲେ ଯେ, ଦେଶରେ ପ୍ରାୟ ଶହେ ବର୍ଷ ଧରି ପୁଲିସ ଡିଜି ସମ୍ମିଳନୀ ହେଉଛି । କିନ୍ତୁ ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଛି । ଆଉ ୪ଦିନ ପରେ ପୁରୀରେ ‘ନୌସେନା ଦିବସ’ ପାଳନ କରାଯିବ । ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଏହି ଆୟୋଜନ ହେବ । ଏହା ଅର୍ଥ ଓଡ଼ିଶା ସମଗ୍ର ବିଶ୍ୱରେ କେନ୍ଦ୍ରବିନ୍ଦୁ ରହିବ । ଆଉ ଜାନୁୟାରୀ ମାସରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ଜି-୨୦ରେ ଭିନ୍ନ ପ୍ରକାରର ଲୋକେ ଆସିଥିଲେ । ଏବେ ବିଦେଶରେ ରହୁଥିବା ଆମ ଲୋକେ ଆସିବେ । ପର୍ଯ୍ୟଟନର ସୁଯୋଗ ବଢ଼ିବ । ଓଡ଼ିଶାକୁ ବିଶ୍ୱର ମାନଚିତ୍ରରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଶାନଦାର ଢଙ୍ଗରେ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ । ଓଡ଼ିଶାର ପ୍ରତ୍ୟେକ ଲୋକ ଅନୁଭବ କରିବା ଦରକାର ଯେ, ବିଶ୍ୱର ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି ଓ ସେଭଳି ପ୍ରସ୍ତୁତି କରିବାକୁ ସେ ଆହ୍ୱାନ କରିଥିଲେ । ଆମେ ସମସ୍ତେ ମିଶି ଓଡ଼ିଶାର ଗୌରବ ବୃଦ୍ଧି କରିବା । ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି । ବିକାଶର ଗତି ଅଦ୍ଭୂତପୂର୍ବ । ରାଜ୍ୟର ବିଜେପି ସରକାର ଏଠାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନିର୍ବାଚନର କିଛିମାସ ପୂର୍ବରୁ ବଡ଼ବଡ଼ ରାଜନୀତିକ ପଣ୍ଡିତମାନେ ଓଡ଼ିଶାରେ ବିଜେପିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଥିଲେ । ଓଡ଼ିଶାରେ ବିଜେପି ଏତେବଡ଼ ଶକ୍ତି ନୁହେଁ ଯେ, ରାଜ୍ୟରେ ଏକାକୀ ସରକାର ଗଢ଼ିବ । କିନ୍ତୁ ଫଳାଫଳ ଆସିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଓଡ଼ିଶାର ଲୋକେ ବିଜେପିର କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ସ୍ୱୀକାର କରିଥିଲେ ଓ ବିଗତ ୧୦ବର୍ଷ ମଧ୍ୟରେ ଗାଁ ଗାଁ ଓ ଘରେଘରେ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଂଚାଇବା ପାଇଁ କ୍ରମାଗତ କାର୍ଯ୍ୟ କରୁଥିଲୁ । ଏଠି ଆମ ଯୋଜନାର ନାଁ ପରିବର୍ତ୍ତନ କରିଦିଆଯାଉଥିଲା । ତଥାପି ଆମେ କାମ କରି ଚାଲିଥିଲୁ । କେନ୍ଦ୍ର ସରକାର ବା ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ଯେତିକି ଏବେ ଅଛି ତାହା ପୂର୍ବରୁ କେବେ ନଥିଲା । ଓଡ଼ିଶା ପାଇଁ ବଜେଟ ପରିମାଣକୁ ୩ଗୁଣ କରିଥିଲୁ । କିଛି ଭେଦଭାବ କରିନଥିଲୁ । ସେଥିପାଇଁ ଓଡ଼ିଶାର ଲୋକେ ବିଜେପିକୁ ବିଶ୍ୱାସ କଲେ ଓ ଆଶୀର୍ବାଦ ଦେଲେ । ଆମର ଭାବ ଏତେ ସୁଦୃଢ଼ ଥିଲା ଯେ ଭାଷାଠୁ ବି ତାହା ବଳିଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ନାଁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାଜନୀତିରେ ‘ନୀତିଗତ ବିରୋଧ’ ରହିବା ସ୍ୱାଭାବିକ କଥା । ଯେକୌଣସି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ମତ ରହିବ । ରାଜନୀତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ କଥା ଲୋକଙ୍କ ନିକଟକୁ ନେଇଥାନ୍ତି । ସମ୍ବିଧାନର ମର୍ଯ୍ୟାଦା ଭିତରେ ରହି ନିଜର ବିଚାର ପରିପ୍ରକାଶ କରିଥାନ୍ତି । କିନ୍ତୁ ବିଗତ କିଛି ଦିନରେ ଏକ ବଡ଼ପରିବର୍ତ୍ତନ ଅନୁଭବ କରୁଥିବେ । ଗଣତନ୍ତ୍ରର ସବୁ ସୀମାକୁ ଉଲ୍ଲଘଂନ କରାଯାଉଛି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମଗତ ଅଧିକାର ଭାବୁଥିଲେ ସେମାନେ କେନ୍ଦ୍ରରେ ଶାସନ ପ୍ରାୟ ଏକ ଦଶନ୍ଧି ଧରି ହରାଇଛନ୍ତି। ଏହି ଆକ୍ରୋଶ ସେମାନେ ଲୋକଙ୍କ ଉପରେ ଶୁଝାଉଛନ୍ତି । ଦେଶକୁ ଭୁଲ୍ ବାଟରେ ନେବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ମିଛ ଓ ଅପପ୍ରଚାରର ଅଭିଯାନକୁ ଅଧିକ ଜୋରଦାର କରିବାରେ ଲାଗିଛନ୍ତି । ତେଣୁ ବିଜେପିର କର୍ମୀମାନଙ୍କ ସମେତ ଯେଉଁମାନେ ସମ୍ବିଧାନର ସମ୍ମାନ କରୁଛନ୍ତି,ଯିଏ ଗଣତନ୍ତ୍ରରେ ବଂଚୁଛନ୍ତି, ଯିଏ ଦେଶକୁ ଭଲ ପାଉଛନ୍ତି ସେମାନଙ୍କ ପାଇଁ ଏଭଳି ଲୋକଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟ ବହୁତବଡ଼ ଚ୍ୟାଲେଞ୍ଜ ପାଲଟିଛି । ତେଣୁ କ୍ଷମତାଲୋଭୀ ଲୋକମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । ମୋଦି ଏହି ଅବସରରେ ନୂଆଦିଲ୍ଲୀରେ ଓଡ଼ିଶା ପରବରେ ସାମିଲ ହୋଇ ପିଇଥିବା ‘ମସଲା ଚା’ର ପ୍ରଶଂସା କରିଥିଲେ ଓ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ଓଡ଼ିଶାକୁ ତୃତୀୟ ଗସ୍ତ । ଭୁବନେଶ୍ୱରରେ ପ୍ରଥମଥର ପାଇଁ ଓଡ଼ିଶାରେ ଡିଜିପି ସମ୍ମିଳନୀ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ଆମ ସରକାର ଦକ୍ଷତାର ସହ ଓଡ଼ିଶାବାସୀଙ୍କ ସେବା କରିଚାଲିଛି । ଆମର ୫ମାସର ସରକାର ଅତ୍ୟନ୍ତ ଘଟଣାବହୁଳ ହୋଇଛି । ସବକା ସାଥ,ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୂଳମନ୍ତ୍ର କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି । ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ମୋଟ ୧.୮୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇ ଅନୁମୋଦନ ସହ ୧.୧୦ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ଖୁବକମ୍ ଦିନରେ ୧୮ହଜାର ସରକାରୀ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି । ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀ ଜାନୁୟାରୀ ୨୮ରେ ହେବ, ସେତେବେଳେ ବି ଆହୁରି ଅଧିକ ପୁଞ୍ଜି ଆସିବ । ଆମ ସରକାର ଏକ ସମ୍ବେଦନଶୀଳ ସରକାର ଭାବେ ସମସ୍ତଙ୍କ ପ୍ରତି ଯତ୍ନବାନ ଅଛନ୍ତି । ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିଛି । ୨୦୩୬ ମସିହାରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ ଯାହାକି ‘ବିକଶିତ ଭାରତ’ ନିର୍ମାଣରେ ବିଶେଷ ସହଯୋଗ ହେବ । କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ଗୁରୁ୍‌ତ୍ୱ ଦେଉଛନ୍ତି । ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ହେବାସହିତ ଦେଶର ବିକାଶର ରେଳରେ ପ୍ରଥମ ବଗି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଏହାକୁ ସାକାର ରୂପ ଦେବାପାଇଁ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଏକ ଆହ୍ୱାନର ସହ କାର୍ଯ୍ୟ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ,ଜୁଏଲ ଓରାମ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟର ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Previous Post

ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶ ପାଣିର ଗାର

Next Post

୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

FNN WEB

FNN WEB

Next Post
୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

୫୯ତମ ପୁଲିସ ଡିଜି ସମ୍ମିଳନୀକୁ ଉଦଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.