ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୫ ତାରିଖରେ ମିଳିବ। ଏଥି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସରକାର କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ ତାରିଖ ଭିତରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ। ଏହି ତାଲିକା ବ୍ଲକ, ସହରାଞ୍ଚଳ ଓ ମହାନଗରସ୍ତରରେ ପ୍ରକାଶ ପାଇବ। ଏହା ପରେ ଆଉ ୭ଦିନ ଅଭିଯୋଗ ଶୁଣାଯିବ। ସୂଚନାଯୋଗ୍ୟ ସୁଭଦ୍ର ଯୋଜନାରେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତିର ତିନିଟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଟଙ୍କା ମିଳିସାରିଛି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିସାରିଛନ୍ତି। ଆହୁରି ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବାକୁ ଆଶା ରଖିଛନ୍ତି। ରାଜ୍ୟ ସରକାର ପୂର୍ବରୁ କହିଛନ୍ତି ଯେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ର ଟଙ୍କା ମିଳିବ।