• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ

FNN WEB by FNN WEB
December 4, 2024
in ଓଡ଼ିଶା, ମୁଖ୍ୟ ଖବର
0
ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ
0
SHARES
0
VIEWS


ପୁରୀ : ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ୱରେ ସବ୍‌ମେରିନ୍‌ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ୱୟର ଅଭୂତପୂର୍ବ ପ୍ରଦର୍ଶନ।

ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର-ଇନ-ଚିଫ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍‌ ଅନର ପରେ କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌। ସମୁଦ୍ରର ଘୋ’ ଘୋ’ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ। ଚିତାକର୍ଷକ ଫ୍ଲାଏପାଷ୍ଟ୍‌ ସହ ବମ୍‌ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍‌ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ୱଜା। ପରେ ନୌସେନାର ଶକ୍ତି ପ୍ରଦର୍ଶନ ଯେତେ ଆଗଉଥିଲା, ସେତିକି ଉତ୍ତଙ୍ଗ ହେଉଥିଲା ସମୁଦ୍ରର ସୁଉଚ୍ଚ ଜୁଆର।

ସର୍ବସମ୍ମୁଖକୁ ଆସି ସାମରିକ ଦକ୍ଷତା ଦେଖାଇଥିଲା ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍‌-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ୱ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ। ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ କମାଣ୍ଡୋ- ମାର୍କସ୍‌ର ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍‌ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ। ଆତଙ୍କୀଙ୍କ କବ୍ଜାରୁ ନିରୀହଙ୍କୁ ଉଦ୍ଧାର କରିବାର ଡେମୋ ଚକିତ କରିଥିଲା ସମୁଦ୍ର କୂଳରେ ସମବେତ ଜନସମୁଦ୍ରକୁ। ପ୍ରମାଣିତ କରିଥିଲା, ମାର୍କସ୍ କୁ ଶତ୍ରୁ କାହିଁକି କହେ ମୃତ୍ୟୁର ଦୂତ।

ମାର୍କସ୍‌ଙ୍କ କାରନାମା ପରେ ଦେଖିବାକୁ ମିଳିଥିଲା ଆମ୍ଫିବିଅସ୍‌ ଡେମୋ। ବେଳାଭୂମିରେ ଘର୍ଘର ନାଦ କରି ଛୁଟିଥିଲେ ଯୁଦ୍ଧ ଟ୍ୟାଙ୍କ। ଉଭୟ ଜଳ, ସ୍ଥଳ ଓ ଆକାଶରେ ୩ ସେନା ସମନ୍ୱୟ ରଖି କିଭଳି କରନ୍ତି ଅପରେସନ, ତା’ର ଚାକ୍ଷୁସ ପ୍ରମାଣ ପାଇଥିଲେ ଅଗଣିତ ଦର୍ଶକ ଓ ଅତିଥି। ଏହାପରେ ପୁଣି ଆକାଶରେ ଦିଶିଥିଲା ସଶସ୍ତ୍ର ମାର୍କସଙ୍କ କରିସ୍ମା। ତ୍ରିରଙ୍ଗା ଓ ଅନ୍ୟ ରଙ୍ଗୀନ ପାରାସୁଟରେ ୨୪ ହଜାର ଫୁଟ୍ ଉଚ୍ଚତାରୁ କରିଥିଲେ କମ୍ବାଟ୍ ଫ୍ରି ଫଲ। ଆକାଶରୁ ଖସି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ ସୁନ୍ଦର ସ୍ମୃତି ଉପହାର।

ଆକାଶରେ ଉଡ଼ୁଥାନ୍ତି ୩୭ ବିମାନ ଓ ହେଲିକପ୍ଟର, ସମୁଦ୍ରରେ ପଇଁତରା ମାରୁଥାନ୍ତି ୧୫ଟି ଯୁଦ୍ଧ ଜାହାଜ। ଆଉ ପ୍ରାୟ ୩୫ଶହ ନୌବୀର ସାମିଲ ହୋଇଥିବା ନେଭି ଡେ’ରେ ପ୍ରଦର୍ଶିତ ହୋଇଥିଲା ହେଲୋ ଲ୍ୟାଣ୍ଡିଂ ଡେମୋ, ଆଞ୍ଜେଲ୍ ଡେମୋ, ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁର ଡେମୋ ଭଳି ବିଭିନ୍ନ କୌଶଳ। INS ଜଲସା, ମିଜାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସରୟୁ, INS ଅରିହନ୍ତ, INS ସାତପୁରା ସହ, ପରାକ୍ରମ ଦେଖାଇଥିଲେ ହକ, ସି-କିଙ୍ଗ, ମିଗ୍‌-29 ଓ ଡ୍ରୋନିୟର ଭଳି ଏୟାରକ୍ରାଫ୍ଟ ଏବଂ ଚେତକ, MS-60 ହେଲିକପ୍ଟର। ନୌସେନା ଦିବସର ପରବର୍ତ୍ତୀ ପର୍ଯ୍ୟାୟରେ ଆସିଥିଲା ପରଂପରା ପ୍ରଦର୍ଶନର ବେଳ। ମନମୁଗ୍ଧ କରିଥିଲା ହର୍ଣ୍ଣ ପାଇପ ଡାନ୍ସ।

ସଞ୍ଜ ନଇଁ ଆସୁଥାଏ, ସମୁଦ୍ର ଭିତରୁ ଅନ୍ଧାର ମାଡ଼ି ଆସୁଥାଏ। ହେଲେ ମନରେ ବଢ଼ି ଚାଲିଥାଏ ଉତ୍ସାହ ଓ ଉତ୍ସୁକତା। ଅଚାନକ ଅଗ୍ନିବର୍ଷାରେ ଝଲସି ଉଠିଲା ଆକାଶ। MH-60 R ଏକ ମଲ୍‌ଟି-ରୋଲ୍ ହେଲିକପ୍ଟର ଦେଖାଇଥିଲା ଫ୍ଲେୟାର ଫାୟାରିଂ ଦକ୍ଷତା। ଏହାପରେ ମିଗ୍‌ 29K, ଆଣ୍ଟି ସବମରିନ ରକେଟ୍‌ ଫାୟାରିଂ ଓ ଶେଷରେ ସମସ୍ତ ବିମାନର ମିଳିତ ଭାବେ କମ୍ପୋଜିଟ୍‌ ଫ୍ଲାଏପାଷ୍ଟ ଦେଖିବାକୁ ମିଳିଥିଲା ପୁରୀ ଆକାଶରେ। ଶେଷରେ ବିଟିଂ ରିଟ୍ରିଟ, ଧ୍ୱଜାବତରଣ ଓ ସେରିମନିଆଲ ସନସେଟ ସହ ଆଜି ମହୋଦଧିରେ ଅସ୍ତ ଯାଇଥିଲା ରକ୍ତିମ ସୂର୍ଯ୍ୟ।

Previous Post

ରାଜ୍ୟର ୫ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଜାରି

Next Post

ରାଷ୍ଟ୍ରପତି ଦେଖିଲେ ନୌସେନାର ଶକ୍ତି

FNN WEB

FNN WEB

Next Post
ରାଷ୍ଟ୍ରପତି ଦେଖିଲେ ନୌସେନାର ଶକ୍ତି

ରାଷ୍ଟ୍ରପତି ଦେଖିଲେ ନୌସେନାର ଶକ୍ତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.