• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ

FNN WEB by FNN WEB
December 17, 2024
in ଓଡ଼ିଶା, ମୁଖ୍ୟ ଖବର
0
ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ
0
SHARES
0
VIEWS

ଅଲ୍‌ଚିକି ଲିପିରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ

ଭୁବନେଶ୍ୱର : KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍‌ଚିକି ଲିପିର ସୃଷ୍ଟି ହୋଇଥିଲା। ଅଲ୍‌ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ। ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋଟେ ଜାତିର ଉନ୍ନତି ତଥା ପରିଚୟ ପାଇଁ ମାତୃଭାଷା ହିଁ ସର୍ବଶ୍ରେଷ୍ଠ ଅଟେ। ସାନ୍ତାଳୀ ଭାଷା ୨୦୦୩ ମସିହାରେ ତତ୍‌କାଳୀନ କେନ୍ଦ୍ର ସରକାର ତଥା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଯୋଗୁଁ ଭାରତର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନୀତ ହୋଇ ଆମର ଗୌରବ ବୃଦ୍ଧି କରିଛି। ତେଣୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସାନ୍ତାଳୀ ଲେଖକ ମାନେ ନିଜର ଲେଖନୀ ବଳରେ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ପାଇଁ ନିସ୍ବାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ବିଭିନ୍ନ ଭାଷାରେ ଲିଖିତ ପ୍ରସିଦ୍ଧ ପୁସ୍ତକକୁ ସାନ୍ତାଳୀରେ ଓ ସାନ୍ତାଳୀ ଭାଷାରେ ଲିଖିତ ବିଭିନ୍ନ ଶିକ୍ଷଣୀୟ ପୁସ୍ତକକୁ କିପରି ଅନ୍ୟ ଭାଷାକୁ ଅନୁବାଦ ହୋଇ ପାରିବ ସେଥି ନିମନ୍ତେ ଉଦ୍ୟମ କରିବାକୁ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କାରଣ ଭାଷାର ବହୁଳ ପ୍ରଚାର ପ୍ରସାର ପାଇଁ ଅନୁବାଦ ସାହିତ୍ୟ ଏବଂ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି କରିବା ପ୍ରତ୍ୟେକ ଲେଖକଙ୍କର ପ୍ରାଥମିକତା ହେବା ଆବଶ୍ୟକ।

ଆଦିବାସୀ ମାନଙ୍କ ସାମୂହିକ ବିକାଶ ପାଇଁ ସମସ୍ତଙ୍କୁ ଏକ ହୋଇ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶିକ୍ଷାର ସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହାଦ୍ବାରା “ବିକଶିତ ଓଡିଶା ୨୦୩୬”ରେ ଆଦିବାସୀ ସମାଜ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବ ବୋଲି ସେ କହିଥିଲେ। ଏକ ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନରେ ଆଦିବାସୀ ସମ୍ପ୍ରଦାୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ସ୍ବର୍ଗତ କାନ୍ଦ୍ରା ମୁର୍ମୁ ଏବଂ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରୂପଚାନ୍ଦ ହାଁସଦାଃଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର ସାହିତ୍ୟ ପତ୍ରିକା ତଥା ସ୍ମରଣିକା ଉନ୍ମୋଚନ କରିଥିଲେ।

ସାନ୍ତାଳୀ ସାହିତ୍ୟରେ ବିଶେଷ ଅବଦାନ ନିମନ୍ତେ ଶ୍ରୀ ସୁରେଶ କୁମାର ହେମ୍ବ୍ରମ ତାଙ୍କର ପୁସ୍ତକ “ ସୋନାଲି ଘାରଂଜ୍” ପାଇଁ ଶ୍ୟାମ ସୁନ୍ଦର ହେମ୍ବ୍ରମ ସମ୍ମାନ ୨୦୨୪, ଶ୍ରୀ ଦୁର୍ଗା ସୋରେନଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ- “ଉନି କୁଳିଦ ଅକୟ?” ପାଇଁ ଯୁବ ପୁରସ୍କାର, ଶ୍ରୀମତୀ ଆର୍ସୁ ହାଁସଦାଃ ଙ୍କୁ ତାଙ୍କ କବିତା ପୁସ୍ତକ “ଆର୍‌ସି” ପାଇଁ ଯଦୁମଣି ବେଶ୍ରା ସମ୍ମାନ ଏବଂ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ ବିଶିଷ୍ଟ ଲେଖକ ତଥା ସମାଜସେବୀ ଶ୍ରୀ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏଥି ସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୃଣମୂଳ ସ୍ତରରେ ସାନ୍ତାଳୀ ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ଭାଗବତ ହେମ୍ବ୍ରମ, ଶ୍ରୀ ଗୋବିନ୍ଦ ହାଁସାଦାଃ, ଶ୍ରୀ ମୋହନ ସୋରେନ୍‌, ଶ୍ରୀ ମଧୁସୂଦନ ମୁର୍ମୁ ଓ ଶ୍ରୀ ଜ୍ୟୋତିଲାଲ୍ ହେମ୍ବ୍ରମ ପ୍ରମୁଖଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ମନ୍‌ କି ବାତ୍‌ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ବାରା ପ୍ରଶଂସିତ ସାନ୍ତାଳୀ ଲିପିର ଟାଇପ୍‌ ବୋର୍ଡର ପ୍ରଚଳନ ପାଇଁ ଶ୍ରୀ ରାମଜିତ୍‌ ଟୁଡୁ ଏବଂ ୟୁଟ୍ୟୁବର ଶ୍ରୀ ଲବ ହାଁସଦାଃଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ।

ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାରଶକଣା ବିଧାୟକ ଶ୍ରୀ ଭାଦବ ହାଁସଦାଃ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ୍‌, ସାନ୍ତାଳୀ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀର ପୂର୍ବତନ ସଂଯୋଜକ ଶ୍ରୀ ମଦନ ମୋହନ ସୋରେନ୍‌ ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରମୁଖ ଯୋଗଦେଇ ନିଜର ମତାମତ ରଖିଥିଲେ। ଶ୍ରୀ ସରୋଜ କୁମାର ସୋରେନ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଅଧ୍ୟକ୍ଷ ଶ୍ରୀ ସୁନାରାମ୍‌ ମାର୍ଣ୍ଡି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଶ୍ରୀ ଅର୍ଜୁନ ମାର୍ଣ୍ଡି ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସହସମ୍ପାଦକ ଶ୍ରୀ ମହେଶ୍ବର ସୋରେନ୍‌ ସଂଯୋଜନା କରିଥିଲେ ଓ ଶେଷରେ ସଂଘର ଉପସଭାପତି ଶ୍ରୀ ସିଙ୍ଗ୍ରାୟ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। କେଉଁଝର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ସଂଘ ଦ୍ବାରା ବିଭିନ୍ନ ସାନ୍ତାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Previous Post

ତିନି ଦିନିଆ କୋରାପୁଟ, ମାଲକାନଗିରି ଗସ୍ତରେ ଯିବେ ପ୍ରଭାତୀ ପରିଡ଼ା

Next Post

ଗୁରୁତ୍ୱପୂର୍ଣ୍ଣ ବାଇପାସ୍ ରାସ୍ତାକୁ ଅଣଦେଖା

FNN WEB

FNN WEB

Next Post
ଗୁରୁତ୍ୱପୂର୍ଣ୍ଣ ବାଇପାସ୍ ରାସ୍ତାକୁ ଅଣଦେଖା

ଗୁରୁତ୍ୱପୂର୍ଣ୍ଣ ବାଇପାସ୍ ରାସ୍ତାକୁ ଅଣଦେଖା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.