ଭଦ୍ରକ: ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କ ଆବଶ୍ୟକ ଦୃଷ୍ଟି ଏହି ଥାନାଂଚଳରେ ଯାଇଥିବା ୧୪ କିଲୋମିଟର ପ୍ରତି ଦେଉ ନଥିବାରୁ ନାନାଦି ବିଶୃଙ୍ଖଳା ଦେଖା ଦେଉଅଛି। ଛତାବରରେ ଥିବା ଟୋଲଗେଟର ବିଶୃଙ୍ଖଳିତ କାର୍ଯ୍ୟ ପଦ୍ଧତି ହେଉ କି, ରକ୍ଷଣା ବେକ୍ଷଣ ସଂସ୍ଥାର ତତ୍ପରତା ହେଉକି ଅଧା ପନ୍ତରିଆ ବାଇପାସ ରାସ୍ତା ନିର୍ମାଣ ସମସ୍ୟା ହେଉ, ସମସ୍ତ ଘଟଣାରେ ରାଜପଥ କର୍ତୁପକ୍ଷ ନିଜ ଏଜେନ୍ସି ମାନଙ୍କ ପକ୍ଷ ନେଉଥିବା ଅଭିଯୋଗ ହୋଇଅଛି। ରାଜପଥର ଏକ ବାଇପାସ ରାସ୍ତାକୁ ଏଭଳି ଢ଼ଙ୍ଗରେ ନିର୍ମାଣ ସଂସ୍ଥା ପକାଇ ଛାଡିଯାଇଛି ଯେ ତିନି, ଚାରୋଟି ପଂଚାୟତ ଲୋକ ହିନସ୍ଥା ହେଉଛନ୍ତି। ବୟାଁବନାପୂର,ରଂଜିତ, ନପଙ୍ଗ , ରାମଚନ୍ଦ୍ରପୁର ପଂଚାୟତ ବାସୀ ରାଜପଥକୁ ଉଠିବାକୁ ଏହି ହାରାମଣି ହାଇସ୍କୁଲ ପାଖ ବାଇପାସ୍ ରାସ୍ତାକୁ ବେଭହାର କରୁଥିବା ବେଳେ ନିର୍ମାଣ ସଂସ୍ଥା ଦିଲ୍ଲୀପ ବିଲ୍ଡକନ ପ୍ରଥମେ ଜଳସମ୍ପଦ ବିଭାଗ ନାଳ ପୋତି ପୂର୍ବ ନିର୍ମାଣ ସଂସ୍ଥା ଏଲଏଣ୍ଡ ଟି କମ୍ପାନୀ ନିର୍ମାଣ ଆବଶ୍ୟକତା କୁ ଲକ୍ଷ୍ୟ କରି କରିଥିବା ବେଳେ ଡିବିଆଲ ଏହାକୁ ଅକାମୀ କରିଅଛି। ତିରିଶି ଲକ୍ଷ ଟଙ୍କା ମୂଲ୍ୟରେ ପୂର୍ବ ନିର୍ମାଣ ବେକାର ହୋଇଥିବା ଲୋକ ମାନେ ଓ କେବଳ ଦୁଇ ଚକିଆ ଗାଡ଼ି ଉଠିବାକୁ ଅତ୍ୟନ୍ତ ଉଚ୍ଚ ଥିବା ବାଇପାସ୍ ରାସ୍ତା ମାତ୍ର ପାଂଚ,ଛଅ ମିଟର ଉସାରରେ କରିଅଛି। ବଡ ଗାଡି ଉଠି ପାରୁ ନଥିଲା ବେଳେ ପାଖରେ ଥିବା ବ୍ରିଜର ଉଚ୍ଚତା କମ ଯୋଗୁ ଯାଇ ପାରୁ ନଥିବା ଦେଖା ଯାଇଅଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ କର୍ତୃପକ୍ଷ ପି.ଡି ଅନୁଧ୍ୟାନ କରିବାକୁ ଦାବି ହୋଇଅଛି।