• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଫତେପୁର ପଂଚାୟତ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ପ୍ରସଂଗ

FNN WEB by FNN WEB
December 24, 2024
in ଓଡ଼ିଶା
0
ଫତେପୁର ପଂଚାୟତ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ପ୍ରସଂଗ
0
SHARES
3
VIEWS

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛି ପ୍ରଶାସନ

ଭଦ୍ରକ: ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ଫତେପୁର ପଂଚାୟତ ନୂତନ ପଂଚାୟତ ଭାବେ ୮ବର୍ଷ ପୂର୍ବେ ମାନ୍ୟତା ପାଇଥିଲା। ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାରେ ବିବାଦ ଉପୁଜିଥିଲା। ଯାହାଫଳରେ ସେହିଦିନ ଠାରୁ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନାହିଁ। ଗତ ୧୮ ତାରିଖ ଦିନ ପ୍ରଶାସନ ପକ୍ଷରୁ ଫତେପୁର ମୌଜାର ଖାତା ନଂ ୯୮୨, ପ୍ଲଟ ନଂ ୯୦୪ରେ ଥିବା ୨୫ଡେସିମିଲ ଜମି ଚିହ୍ନଟ କରାଯାଇଥିଲା। ମାତ୍ର ଏହି ଜମି ଚିହ୍ନଟକୁ ପଂଚାୟତର କେତେକ ବ୍ୟକ୍ତି ବିରୋଧ କରିଥିବା ଜଣାପଡ଼ିଛି। ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଜମି ଚିହ୍ନଟ କରିଥିବା ଅଭିଯୋଗ ହୋଇଛି। ଏହା ବିରୁଦ୍ଧରେ ପଂଚାୟତର କେତେକ ବ୍ୟକ୍ତି ପୁଣି ହାଇକୋର୍ଟରେ ଦ୍ୱାରସ୍ତ ହେବେ ବୋଲି ମଙ୍ଗଳବାର ଏକ ଲିଖିତ ପ୍ରେସ୍ ବିବୃତିରେ ଚେତାବନୀ ଦେଇଛନ୍ତି। ଫତେପୁର ଗ୍ରାମର ବିଦ୍ୟାଧର ଭୋଇ, ପ୍ରଶାନ୍ତ ନାୟକ, ମନ୍ଦରଧର ଭୋଇ, ପରେଶ ନାୟକ, ସ୍ମୃତି ରଂଜନ ବେହେରା, ଦୟାନିଧି ସାହୁ, କବିତା ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୫ରେ ଫତେପୁର ନୂତନ ପଂଚାୟତର ମାନ୍ୟତା ପାଇଥିଲା। ଏହି ପଂଚାୟତର କାର୍ଯ୍ୟାଳୟ ନିର୍ମାଣ ପାଇଁ ତତ୍କାଳୀନ ତହସିଲଦାର, ବିଡିଓ, ସିଡିପିଓ, ଜିପିଇଓ ପ୍ରମୁଖଙ୍କୁ ନେଇ ଏକ କମିଟି କରାଯାଇ ପଂଚାୟତ କାର୍ଯ୍ୟାଳୟ ପଂଚାୟତର ମଧ୍ୟସ୍ଥଳ ଗୋଳାପୋଖରୀ ମୌଜାରେ ନିର୍ମାଣ କରାଯିବାକୁ ନିଷ୍ପତି ନେଇଥିଲେ। ସେମାନେ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ପରେ ଜିଲାପାଳ, ଉପଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ପଂଚାୟତ ଅଧିକାରୀ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇ ପଂଚାୟତରାଜ ବିଭାଗ ଯୁଗ୍ମ ସଚିବଙ୍କୁ ଜଣାଇଥିଲେ। ପରବର୍ତୀ ସମୟରେ ପଂଚାୟତ କାର୍ଯ୍ୟାଳୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। କେତେକ ପଂଚାୟତବାସୀ ଗୋଳାପୋଖରୀ ମୌଜାର ଖାତା ନଂ ୪୨୦, ପ୍ଲଟ ନଂ ୪୦୨ରେ ଥିବା ୧୬ଡେସିମିଲ ସରକାରୀ ଜାଗା ଉପରେ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ତତ୍କାଳୀନ ତହସିଲଦାରଙ୍କୁ ଆବେଦନ କରିଥିଲେ। ମାତ୍ର ପଂଚାୟତର ଅନ୍ୟ କେତେକ ପଂଚାୟତ ବାସୀ ଗୋଳାପୋଖରୀ ମୌଜାରେ ପଂଚାୟତ କାର୍ଯ୍ୟାଳୟ କରା ନଯାଇ ଫତେପୁର ମୌଜାର ଖାତା ନଂ ୯୮୨, ପ୍ଲଟ ନଂ ୯୦୪ରେ ଥିବା ସରକାରୀ ଜାଗାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ତହସିଲଦାରଙ୍କୁ ଆବେଦନ କରିଥିଲେ। ଯାହାଫଳରେ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ ଉପୁଜିଥିଲା। ଗତ ୧୧.୧.୨୧ ତାରିଖରେ ତତ୍କାଳୀନ ତହସିଲଦାରଙ୍କ ତତ୍ୱାବଧାନରେ ଫତେପୁର ମୌଜାର ଜମିକୁ ମାପଚୁପ କରାଯାଇଥିଲା। ଫତେପୁର ଓ ନିଶ୍ଚନ୍ତପୁର ମୌଜା ସୀମାରେ ଜମି ଅମେଳ ଥିବା ନେଇ ଆରଅଇ ଓ ଅମିନ ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ। ତହସିଲଦାର ଗତ ୧.୩.୨୦୨୧ରେ ଚିଠି ନଂ ୫୪୪/୨୧ରେ ଜିଲାପାଳଙ୍କୁ ଏକଥା ଜଣାଇଥିଲେ। ଏହାକୁ ନେଇ ଏପରି ବିବାଦ ଉପୁଜିବାରୁ ଫତେପୁର ଗ୍ରାମର ପ୍ରଶାନ୍ତ ନାୟକ ଓ ନିଶ୍ଚନ୍ତପୁର ଗ୍ରାମର ଦିଲୀପ ବଳ ହାଇକୋର୍ଟରେ ଦ୍ୱାରସ୍ଥ ହୋଇ ଡବ୍ଲୁପିସି ୨୦୨୫୬/୨୨ ରୁଜୁ କରି ଗୋଳାପୋଖରୀ ମୌଜାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ଉପରେ ବିଚାର କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ନିଶ୍ଚନ୍ତପୁର ଗ୍ରାମର ଦିଲୀପ ବଳ ପୁନର୍ବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଡବ୍ଲୁପିସି ୨୩୭୦୮/୨୪ ମକଦ୍ଦମା ରୁଜୁ କରି ଆବେଦନକାରୀଙ୍କ ସହିତ ମକଦ୍ଦମାର ପକ୍ଷ ଥିବା ଜିଲାପାଳ ଯୋଗାଯୋଗ କରି ତାଙ୍କ ଠାରୁ ଆବେଦନ ଗ୍ରହଣ କରିବାର ୩ମାସ ମଧ୍ୟରେ ଆବେଦନର ଶୁଣାଣି କରି ଫଇସଲା କରିବାକୁ ଗତ ୨୩.୯.୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପ୍ରଶାସନ ଅବମାନନା କରି କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିଥିବା ଆଇନ ସଂଗତ ନୁହେଁ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ ଏ ସମ୍ପର୍କରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପଂଚାୟତର ମୁଖ୍ୟ ଗ୍ରାମ ଫତେପୁରରେ କାର୍ଯ୍ୟାଳୟ ନିର୍ମାଣ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ଜମି ଚିହ୍ନଟ କରାଯାଇ ଜିଲାପାଳଙ୍କ ନିକଟକୁ ରିପୋର୍ଟ ପଠାଯିବ। ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କେଉଁଠି ହେବ ତାହ ଜିଲାପାଳ ନିଷ୍ପତି ନେବେ।

Previous Post

ଉଦ୍‌ଘାଟନ ପୂର୍ବରୁ ନୂତନ ଜିଲା ହସ୍‌ପିଟାଲ ପରିଦର୍ଶନ କଲେ ଭଦ୍ରକ ବିଧାୟକ

Next Post

ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି

FNN WEB

FNN WEB

Next Post
ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି

ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.