ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜଟଣୀ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି)ର ଦ୍ବାଦଶ ଓ ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଶନିବାର ଦିନ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଆଣବିକ ଶକ୍ତି ସଚିବ ଅଜିତ୍ କୁମାର ମହାନ୍ତି ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ପ୍ରଫେସର ଅଭୟ କରଣ୍ଡିକର ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଆଇଆଇଟିର ନିର୍ଦେଶକ ପ୍ରଫେସର ଶ୍ରୀପାତ କରମଲକର। ଏହି ସମାବର୍ତ୍ତନ ସମାରୋହରେ ଅନୁଷ୍ଠାନ ପକ୍ଷରୁ ୨୦୨୨-୨୩ ଓ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୧୩୮୮ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ବିଟେକ୍ ଛାତ୍ର ହର୍ଷ ସିଂ ଓ ୨୦୨୩-୨୪ ବର୍ଷ ପାଇଁ ଅଣ୍ର୍ଣବ କୁମାର ବେହେରାଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣପଦରେ ସମ୍ମାନିତ କରାଯିବ।














