ଭଦ୍ରକ: ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ର ଧାମନଗର ବ୍ଲକ ସବୁ ବେଳେ ସବୁ କ୍ଷେତ୍ର ରେ ରାଜ୍ୟ ରାଜନିତୀ ରେ ଚର୍ଚ୍ଚା ରେ ରହିଥିବା ବେଳେ ଏବେ ଧାମନଗର ର ବିଧାୟକ ତଥା ରାଜ୍ୟ ମନ୍ତ୍ରୀମଣ୍ଡଳ ର ଜଣେ ଆଗଧାଡି ର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବେ ବେସ ଚର୍ଚ୍ଚା ରେ ରହୁଛନ୍ତି। ତେବେ ଧାମନଗର ବ୍ଲକ ଓ ସହର ର ମଣ୍ଡଳ ସଭାପତି ପଦବୀ ଯୁବକ ଙ୍କ ହାତ ଅର୍ପଣ କରି ମନ୍ତ୍ରୀ ଏବେ ବେସ ଚର୍ଚ୍ଚାରେ କାରଣ ନିଜେ ଯେପରି ଜଣେ ଯୁବକ ଠିକ ସେହି ଭଳି ଧାମନଗର ବ୍ଲକ ଓ ସହରୀ ମଣ୍ଡଳ ପାଇଁ ମଣ୍ଡଳ ସଭାପତି ଙ୍କ ହାତରେ ଦାୟିତ୍ୱ ଦେଇଛନ୍ତି । ଆଜି ଧାମନଗର ଜଳସେଚନ ଡାକ ବଙ୍ଗଳା ଠାରେ ରାଜ୍ୟ ରୁ ଆସିଥିବା ବିଜେପି ର ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ନାୟକ ଓ ଆଶୁତୋଷ ପରିଡ଼ା ଙ୍କ ଉପସ୍ଥିତି ଧାମନଗର(ଗ୍ରାମୀଣ )ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ, ଅସୁରାଳି ମଣ୍ଡଳ ସଭାପତି ରାଜେନ୍ଦ୍ର ସାହୁ, ଧୂଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ଦୋବଲ ମଣ୍ଡଳ ସଭାପତି ପ୍ରମୋଦ ସୂତାର ଓ ଧାମନଗର ସହରୀ ମଣ୍ଡଳ ସଭାପତି ଭାବେ ପ୍ରଶାନ୍ତ ପରିଡ଼ା ଙ୍କ ନାମ କୁ ଘୋଷଣା କରିଥିଲେ । ଉପରୋକ୍ତ ସଭାପତି ମାନେ ନିଜ ଗୁଣ ରେ ବେସ ପାର ଦର୍ଷିତା ଲାଭ କରିଛନ୍ତି । ପୂର୍ବରୁ ସେମାନେ ସରପଂଚ ,ସମିତି ସଭ୍ୟ ରହି ସଧାରଣ ଲୋକଙ୍କ ର କାମକରି ବେଶ ସୁନାମ ଅର୍ଜନ କରିଛନ୍ତି । ତେବେ ଏଭଳୀ ଯୁବ ନେତୃତ୍ୱ କୁ ଧାମନଗର ର ବିଜେପି କୁ ଆହୁରି ସୃଦୁଡ କରିବା ଓ ଦଳୀୟ କର୍ମୀ ଙ୍କୁ ଏକ କରି ଦଳକୁ ଆଗକୁ ନେବା ର ଗୁରୁ ଦାୟିତ୍ୱ କୁ ତୁଲାଇ ବାର ବିଶ୍ୱାସ ମଧ୍ୟ ଯୁବ ମନ୍ତ୍ରୀ ଙ୍କ ରହିଛି । ତେବେ ମନ୍ତ୍ରୀ ଯେପରି ଯୁବକ ତାଙ୍କ ଟିମି କୁ ମଧ୍ୟ ସେପରି ଯୁବ ନେତୃତ୍ୱ ଦେଇଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଓ ବିରୋଧୀ ଙ୍କୁ ମୁକାବିଲା କରିବା ଦାୟିତ୍ୱ ମଧ୍ୟ ନୂତନ ମଣ୍ଡଳ ସଭାପତି ମାନେ ନେଇଛନ୍ତି।ତେବେ ଏହି ସଭାପତି ରେସ ରେ ଅନେକ ବୟଜେଷ୍ଟ ଓ ଅନ୍ୟ ଦଳ ର କର୍ମୀ ଆସି ଦକରେ ସାମିଲି ହୋଇ ଥିଲେ ସେମାନଙ୍କ ଆଶା ଆଶାରେ ରହିଗଲା । ଏହି ଘୋଷଣା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ କୁମାର ପୁହାଣ,ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ ଓ ଅନ୍ୟ ଦଳୀୟକର୍ମି ମାନେ ଉପସ୍ଥିତ ହୋଇ ନୂଆ କରି ନିଯୁକ୍ତି ହୋଇଥିବା ମଣ୍ଡଳଳ ସଭାପତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।