• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଜାତୀୟ

ଭାରତରେ ବ୍ୟାପିଲା ଚାଇନା ଭାଇରସ୍‌, ଗୋଟିଏ ଦିନରେ ୩ ପଜିଟିଭ ଚିହ୍ନଟ

FNN WEB by FNN WEB
January 6, 2025
in ଜାତୀୟ, ମୁଖ୍ୟ ଖବର
0
ଭାରତରେ ବ୍ୟାପିଲା ଚାଇନା ଭାଇରସ୍‌, ଗୋଟିଏ ଦିନରେ ୩ ପଜିଟିଭ ଚିହ୍ନଟ
0
SHARES
2
VIEWS

ବେଙ୍ଗାଲୁରୁରେ ୨ ଓ ଗୁଜରାଟରେ ଜଣେ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱକୁ ଥରାଇ ଦେଇଥିବା କୋଭିଡ -୧୯ ମହାମାରୀ ପରେ ଚାଇନାର ଆଉ ଏକ ଭାଇରସ୍‌ HMPV ଏବେ ଆତଙ୍କ ସୃଷ୍ଟି କରିଛି। ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌(ଏଚଏମପିଭି) ଚୀନ୍‌ରେ ଗମ୍ଭୀର ସ୍ଥିତି ସୃଷ୍ଟି କରିବା ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ହଂକଂ ଓ ଇଂଲଣ୍ଡ ପରେ ଭାରତରେ ପହଞ୍ଚି ଯାଇଛି ଏହି ଚାଇନା ଭାଇରସ୍‌। ସୋମବାର ଗୋଟିଏ ଦିନରେ ଭାରତରେ ଏହି ଏଚଏମପିଭି ଭାଇରସ୍‌ରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ରିପୋର୍ଟ ଅନୁସାରେ ବେଙ୍ଗାଲୁରୁରେ ୨ ଓ ଗୁଜରାଟରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁରେ ତିନି ମାସର ଝିଅ ଏବଂ ଆଠ ମାସର ପୁଅ ଏହି HMPV ଭାଇରସ୍‌ ସଂକ୍ରମଣର ଶିକାର ହୋଇଥିବା ବେଳେ ଗୁଜରାଟରେ ଦୁଇ ମାସର ଶିଶୁ ସଂକ୍ରମିତ ହୋଇଛି।

ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା ବଢିଯାଇଛି। କାରଣ ଗୋଟିଏ ଦିନରେ ୩ ସଂକ୍ରମିତ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ କଡ଼ା ନଜର ରଖିବା ସହ ରାଜ୍ୟ ମାନଙ୍କୁ ଆଲର୍ଟ ଜାରି କରିଛି। ପରିସ୍ଥିତି ଉପରେ ନଜର ରଖାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ICMR ବର୍ତ୍ତମାନ HMPV ପ୍ରାଦୁର୍ଭାବ ଧାରା ଉପରେ ନଜର ରଖିବା ଜାରି ରଖିବ। ତେବେ ଚାଇନାରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ପ୍ରଦାନ କରିସାରିଛି। ସମସ୍ତ ସ୍ୱାସ୍ଥ୍ୟ ୟୁନିଟ୍ ଏହି ବିଷୟରେ ସତର୍କ ଅଛନ୍ତି।

ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌(ଏଚଏମପିଭି) ଚୀନ୍‌ରେ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ସାଧାରଣତଃ ଶୀତକାଳରେ ଏହି ଭୂତାଣୁ ଅଧିକ ସକ୍ରିୟ ହେବା ସହିତ ସଂକ୍ରମଣ ବଢାଇଥିଲା ବେଳେ ବର୍ତ୍ତମାନ ଚୀନ୍‌ର ବିଭିନ୍ନ ପ୍ରଦେଶରେ ଏହି ଭୂତାଣୁ କାୟା ବିସ୍ତାର କରି କୋଭିଡ୍‌-୧୯ ଭଳି ସ୍ଥିତି ଉତ୍ପନ୍ନ କରିଛି। ଏହାକୁ ନେଇ ଚୀନ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି। ବେଳକୁ ବେଳ ଏହି ଭୂତାଣୁର ସଂକ୍ରମଣ ବଢିବା ସହିତ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ଏବେ ରୋଗୀଙ୍କ ପାଇଁ ହସ୍ପିଟାଲରେ ସ୍ଥାନ ମିଳୁ ନାହିଁ। ଚୀନ୍‌ର ଏଭଳି ସ୍ଥିତିକୁ ଦେଖି ପୁଣି ପାଞ୍ଚ ବର୍ଷ ତଳର କଥା ମନେ ପକାଇ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଛି। ସ୍ଥିତି ମୁକାବିଲା ପାଇଁ ଚୀନ୍‌ ସରକାର ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିବା ସହିତ ମାସ୍କ ପରିଧାନକୁ ବାଧ୍ୟତାମୂକ କରିଛନ୍ତି। ଏହାବ୍ୟତୀତ କୋଭିଡ୍‌-୧୯ ବେଳେ ଯେଉଁସବୁ ନିୟମ ପାଳନ କରାଯଉଥିଲା ତାହାକୁ ମଧ୍ୟ ଅନୁସରଣ କରିବାକୁ ଲୋକଙ୍କୁ କୁହାଯାଇଛି।

HMPV ଜୀବାଣୁ କ’ଣ?
ଚାଇନାର ନୂତନ ଭାଇରସ୍‌ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌, ଯାହାକି HMPV ଭାବରେ ମଧ୍ୟ ଜଣାଶୁଣା। ଏକ ପ୍ରକାର ସାଧାରଣ ଶ୍ବାସକ୍ରିୟାକୁ ଆଟାକ କରୁଥିବା ଜୀବାଣୁ, ଯାହା ସବୁ ବୟସର ଲୋକଙ୍କ ମଧ୍ୟରେ ବ୍ୟାପିପାରେ। ଏହି ଜୀବାଣୁ ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ଅଛି। ଯଦି ଆପଣ ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଆପଣ ମଧ୍ୟ ଏହି ଜୀବାଣୁ ସଂକ୍ରମିତ ହୋଇପାରନ୍ତି। ଏହାର କେତେକ ସାଧାରଣ ଲକ୍ଷଣ ହେଉଛି- ନାକ ପ୍ରବାହିତ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, କାଶ, ଜ୍ୱର କିମ୍ବା ଥଣ୍ଡା ଅନୁଭବ କରିବା।

ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ ଯାହାକୁ HMPV କୁହାଯାଏ, ଏହା ପ୍ରଥମେ ୨୦୦୧ରେ ନେଦରଲ୍ୟାଣ୍ଡର ବୈଜ୍ଞାନିକମାନଙ୍କ ଦ୍ବାରା ଚିହ୍ନଟ ହୋଇଥିଲା। ଏହା ପାରାମିକ୍ସୋଭିରିଡା ପ୍ରଜାତିର ଏକ ଜୀବାଣୁ। ଅନ୍ୟ ଶ୍ବାସକ୍ରିୟାକୁ ପ୍ରଭାବିତ କରୁଥିବା ଜୀବାଣୁ ପରି, ଏହା କାଶ ଏବଂ ଛିଙ୍କିବା ସମୟରେ ସଂକ୍ରମିତ ଲୋକଙ୍କ ନିକଟତରୁ ବିସ୍ତାର ହୁଏ। କେତେକ ଗବେଷଣାରୁ ଜଣାଯାଇଛି ଯେ, ଏହି ଭାଇରସ୍ ଗତ ଦଶନ୍ଧି ଧରି ବିଶ୍ୱରେ ଉପସ୍ଥିତ ଅଛି।

HMPV ଦ୍ୱାରା କିଏ ପ୍ରଭାବିତ ହୁଏ ଏବଂ କେତେ ପରିମାଣରେ?
ଏହା ମୁଖ୍ୟତ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ତଥାପି, ଏହାର ପ୍ରଭାବ ଦୁର୍ବଳ ରୋଗ ପ୍ରତିରୋଧକ ଏବଂ ବୃଦ୍ଧମାନଙ୍କୁ ମଧ୍ୟ ସଂକ୍ରମିତ କରୁଥିବାର ରେକର୍ଡ କରାଯାଇଛି। ଏହି ଜୀବାଣୁ ଯୋଗୁଁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଅନୁଭବ କରନ୍ତି। ଅଧିକ ଗୁରୁତର ଅବସ୍ଥାରେ, ଗଳା ଏବଂ ଶ୍ୱାସକ୍ରିୟା ଅବରୋଧ ହେତୁ ଲୋକଙ୍କ ମୁହଁରୁ ସିଟି/ହୁଇସିଲ୍‌ ମାରିବା ଏକ ଶବ୍ଦ ଶୁଣିବାକୁ ମିଳେ। କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ, ଏହି ଜୀବାଣୁ ବ୍ରୋଙ୍କିଓଲିଟିସ୍ (ଫୁସଫୁସକୁ ଅମ୍ଳଜାନ ପରିବହନ କରୁଥିବା ନଳୀକୁ ଫୁଲାଇ ଦିଏ) ଏବଂ ନିମୋନିଆ (ଫୁସଫୁସକୁ ପାଣିରେ ଭରିବା) କରି ଅବସ୍ଥା କରିଦିଏ। ଏହି କାରଣରୁ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ।

ଯେହେତୁ ଏହାର ଲକ୍ଷଣ କରୋନା ଭାଇରସ୍ ସଂକ୍ରମଣ ଏବଂ ସାଧାରଣ ଫ୍ଲୁ ସହିତ ସମାନ, ତେଣୁ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କହିବା କଷ୍ଟକର । ଅବଶ୍ୟ, ଯେଉଁଠାରେ କରୋନାଭାଇରସ୍ ମହାମାରୀ ପ୍ରତ୍ୟେକ ଋତୁରେ ବ୍ୟାପିଥାଏ କିନ୍ତୁ ଏହି HMPV ବର୍ତ୍ତମାନ ପର୍ଟ୍ୟନ୍ତ କେବଳ ଶୀତ ଋରୁରେ ଦେଖିବାକୁ ମିଳୁଛି। ତଥାପି, ଅନେକ ସ୍ଥାନରେ ଏହାର ଉପସ୍ଥିତି ବର୍ଷସାରା ରେକର୍ଡ କରାଯାଇଛି। ସାଧାରଣ କ୍ଷେତ୍ରରେ, ଏହି ଜୀବାଣୁର ପ୍ରଭାବ ତିନି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିଥାଏ।

ଟିକା ଏବଂ ଚିକିତ୍ସା ପଦ୍ଧତିଗୁଡ଼ିକ କ’ଣ?
ବର୍ତ୍ତମାନ, ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ରୁ ରକ୍ଷା କରିବା ପାଇଁ କୌଣସି ଟିକା ଉପଲବ୍ଧ ନାହିଁ । ଏହା ବ୍ୟତୀତ ଆଣ୍ଟି-ଭାଇରାଲ୍ ମେଡିସିନ୍‌ର ବ୍ୟବହାର ଏହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏଭଳି ପରିସ୍ଥିତିରେ ଆଣ୍ଟି-ଭାଇରାଲ୍ ବ୍ୟବହାର ମଣିଷର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହି ଜୀବାଣୁରେ ପୀଡିତ ଲୋକଙ୍କୁ ଲକ୍ଷଣକୁ କମାଇବା ପାଇଁ କିଛି ମେଡିସିନ୍‌ ଦିଆଯାଇପାରେ । ତଥାପି, ଏହି ଜୀବାଣୁ ଦୂର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ଉପଲବ୍ଧ ନାହିଁ।

Previous Post

ଆଦିବାସୀ ମେଳାରେ ସାନ୍ତାଳୀ ଭାଷାର ନୂଆ ରୂପ

Next Post

ଫସଲ ହାନି ପାଇଁ ଚାଷୀ କାନ୍ଦୁଛି, ରୋଷେଇ ଘରେ ମା’ କାନ୍ଦୁଛି : ନବୀନ

FNN WEB

FNN WEB

Next Post
ଫସଲ ହାନି ପାଇଁ ଚାଷୀ କାନ୍ଦୁଛି, ରୋଷେଇ ଘରେ ମା’ କାନ୍ଦୁଛି : ନବୀନ

ଫସଲ ହାନି ପାଇଁ ଚାଷୀ କାନ୍ଦୁଛି, ରୋଷେଇ ଘରେ ମା’ କାନ୍ଦୁଛି : ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.