• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଦରବୃଦ୍ଧି ବିରୋଧରେ ଭୁବନେଶ୍ୱରରେ ବିଜେଡିର ବିଶାଳ ବିକ୍ଷୋଭ

FNN WEB by FNN WEB
January 6, 2025
in ଓଡ଼ିଶା, ମୁଖ୍ୟ ଖବର
0
ଦରବୃଦ୍ଧି ବିରୋଧରେ ଭୁବନେଶ୍ୱରରେ ବିଜେଡିର ବିଶାଳ ବିକ୍ଷୋଭ
0
SHARES
1
VIEWS

ଏମଏମ ସରକାର, ମହାଙ୍ଗା ମାଡ଼ ସରକାର

ଭୁବନେଶ୍ୱର: ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଡାକରାରେ ଆଜି ଲୋକସେବା ଭବନ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ବର୍ଷିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଜୁନ ମାସରେ ବିଜେପି ସରକାର ଗଠନ ହେଲା। ସାତ ମାସ ହୋଇଗଲା କେବଳ ଲମ୍ୱା ଲମ୍ୱା ଭାଷଣ ଆମେ ଏବେ ଶୁଣୁଛୁ, କିନ୍ତୁ କାମ ଘର ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ କିଛି ଆକ୍ସନ ନାହିଁ। ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି, କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବାପରି ଜଣାପଡ଼ୁ ନାହିଁ। ଡାଲି, ତେଲ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶକୀୟ ଜିନିଷର ଦର ଏବେ ଆକାଶଛୁଆଁ। ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଆଇ ମା କାହାଣୀ କହି ସରକାର ଖୁସି ହେଉଛନ୍ତି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି। ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି, ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି, କିନ୍ତୁ ନେତାଙ୍କ ସମୟ ନିଜ ପ୍ରୋମୋସନରେ ବିତୁଛି। ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ବିଜେଡି ଠାରୁ କମ୍‌ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି, ଡବଲ ଇଂଜିନ ଡବଲ ମାଡ଼। ଏପଟେ ଦରବୃଦ୍ଧି ମାଡ, ସେପଟେ ଜିଏସ୍‌ଟି ମାଡ଼, ସବୁ ଜିନିଷରେ ଜିଏସ୍‌ଟି, ଗରିବ ଲୋକ ବେଶି ଜିଏସଟି ଦେଉଛନ୍ତି।

ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ଏମ୍‌ଏମ୍‌ ସରକାର, ମହଙ୍ଗା ମାଡ ସରକାର। ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ।ଭୁବନେଶ୍ୱର ସଲଗ୍ନ ଜିଲ୍ଲା ମାନଙ୍କରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ଲୋକସେବା ଭବନ ସମ୍ମୁଖରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦଳଗତ ଭାବେ ବିଭିନ୍ନ ଦିଗରୁ ବିଜେପି ସରକାରଙ୍କ ବିରୋଧରେ ପ୍ଲାକାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ସଭାସ୍ଥଳରେ ପହଞ୍ଚିଥିଲେ। ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବରିଷ୍ଠ ନେତାମାନେ ଯଥା ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ତରାୟ, ସୁଲୋଚନା ଦାସ, ଦେବେଶ ଆଚାର୍ଯ୍ୟ,ପ୍ରଶାନ୍ତ ବେହେରା, ପ୍ରଦୀପ ସାହୁ, ଦେବାଶିଷ ସାମନ୍ତରାୟ, ନିରଞ୍ଜନ ପୂଜାରୀ, ଗଣେଶ୍ୱର ବେହେରା, ଡଃ ପ୍ରିୟବ୍ରତ ମାଝୀ, ଡଃ ଲେନିନ୍‌ ମହାନ୍ତି, କଳିକେଶ ସିଂହଦେଓ, ବ୍ୟୋମକେଶ ରାୟ, ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ମୁନ୍ନା ଖାନ, ଡଃ ସସ୍ମିତ ପାତ୍ର, ସୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ପଦୀପ ମାଝୀ, ରମେଶ ମାଝୀ, ମାନସ ମାଡକାମୀ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ଜେନା, ପ୍ରଶାନ୍ତ ମୁଦୁଲି, ସୁନିଲ ମହାନ୍ତି, ରମାକାନ୍ତ ଭୋଇ, ରୁଦ୍ର ମହାରଥୀ, ବିକ୍ରମ ପଣ୍ଡା, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସାରଦା ନାୟକ, ସୁଧୀର କୁମାର ସାମଲ, ସଞ୍ଜୀବ ମଲ୍ଲିକ, ସୌଭିକ ବିଶ୍ୱାଳ, ତୁଷାରକାନ୍ତି ବେହେରା, ରମେଶ ବେହେରା, ସମ୍ବିତ ରାଉତରାୟ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ସୁବ୍ରତ ଛାଟୋଇ ଓ ଦଳର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ।

Previous Post

ଫସଲ ହାନି ପାଇଁ ଚାଷୀ କାନ୍ଦୁଛି, ରୋଷେଇ ଘରେ ମା’ କାନ୍ଦୁଛି : ନବୀନ

Next Post

“ସମସ୍ତ କାର୍ଯ୍ୟ ସାମାଜିକ, ଆଇନ ଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତରଦାୟିତ୍ବ ସହ ମେଳ ଖାଇବା ଆବଶ୍ୟକ”

FNN WEB

FNN WEB

Next Post
“ସମସ୍ତ କାର୍ଯ୍ୟ ସାମାଜିକ, ଆଇନ ଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତରଦାୟିତ୍ବ ସହ ମେଳ ଖାଇବା ଆବଶ୍ୟକ”

“ସମସ୍ତ କାର୍ଯ୍ୟ ସାମାଜିକ, ଆଇନ ଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତରଦାୟିତ୍ବ ସହ ମେଳ ଖାଇବା ଆବଶ୍ୟକ”

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.