• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ

FNN WEB by FNN WEB
January 11, 2025
in ଓଡ଼ିଶା, ମୁଖ୍ୟ ଖବର
0
ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ
0
SHARES
3
VIEWS

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ |

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣି ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ଵରେ ଅନନ୍ୟ। ଏଥିପାଇଁ ସାରା ଦେଶ ଆଜି ଗର୍ବିତ। ଆଜିର ଏହି ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟନୀ ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଏବଂ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ । ଏହା ଓଡ଼ିଶା ଏବଂ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ କରିପାରିବ।

ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଓଡ଼ିଶା ହାଇକୋର୍ଟର ବିଚାରପତିମାନେ ଅକ୍ଳାନ୍ତ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ରାଜ୍ୟ ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ । ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଏବଂ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବେ। ଓଡିଶାରେ ଦଣ୍ଡହାର ବୃଦ୍ଧି କରିବା ପାଇଁ ସରକାର ପଦେକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ବିଧାନ କରିବା ପାଇଁ ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ଵତନ୍ତ୍ର ବିଚାରଳୟ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦିଶା ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ସ ସମଗ୍ର ଦେଶରେ ଜ୍ଞାନର ଆଲୋକ ଏବଂ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧାରୀ ଶରଣ ସିଂ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ନଥିପତ୍ରଗୁଡିକୁ ସଂରକ୍ଷଣ କରି ରଖିବା ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟିତ ହେବା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ ଏବଂ ଏହା ରାଜ୍ୟର ନ୍ୟାୟିକ ରାଜଧାନୀ କଟକ ପାଇଁ ଏକ ଅନନ୍ୟ ଉପହାର। ଏହା ଆଇନଗତ ପ୍ରଶାସନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟ ସରକାର ତ୍ଵରିତ ନ୍ୟାୟ ଓ ସମସ୍ତଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିବା କହିଥିଲେ। ନ୍ୟାୟ ବ୍ୟବସ୍ଥାରେ ବୈଷୟିକ ସଂସ୍କାର ଆଣିବା ସହ ଏହାକୁ ଅଧୁନାତନ କରି ସରକାର ନ୍ୟାୟ ବ୍ୟବସ୍ଥାକୁ ଦକ୍ଷ, ସ୍ବଚ୍ଛ ଏବଂ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ନ୍ୟାୟିକ ଅଭିଲେଖାଗାର ଏ ଦିଗରେ ଆଉ ଏକ ପଦକ୍ଷେପ। ଆଜିର ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତିଗଣ, ଆଡଭୋକେଟ ଜେନେରାଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Previous Post

କିର୍ମିରା ଅନାସ୍ଥା ଭୋଟ ଘଟଣା: ବିଜେପି ପୁଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

Next Post

ନବୀନଙ୍କୁ ଭେଟିଲେ ସହଦେବଙ୍କ ପରିବାର: ସହାୟତା ଦେବା ସହ ୨ ଛୁଆଙ୍କ ପାଠପଢ଼ା ଦାୟିତ୍ଵ ନେଲେ ନବୀନ

FNN WEB

FNN WEB

Next Post
ନବୀନଙ୍କୁ ଭେଟିଲେ ସହଦେବଙ୍କ ପରିବାର: ସହାୟତା ଦେବା ସହ ୨ ଛୁଆଙ୍କ ପାଠପଢ଼ା ଦାୟିତ୍ଵ ନେଲେ ନବୀନ

ନବୀନଙ୍କୁ ଭେଟିଲେ ସହଦେବଙ୍କ ପରିବାର: ସହାୟତା ଦେବା ସହ ୨ ଛୁଆଙ୍କ ପାଠପଢ଼ା ଦାୟିତ୍ଵ ନେଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.