• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସନ୍ତାନଙ୍କୁ ସୁଶିକ୍ଷା ଦେବା ବାପ-ମାଙ୍କର ପରମ କର୍ତ୍ତବ୍ୟ

FNN WEB by FNN WEB
January 11, 2025
in ଓଡ଼ିଶା
0
ସନ୍ତାନଙ୍କୁ ସୁଶିକ୍ଷା ଦେବା ବାପ-ମାଙ୍କର ପରମ କର୍ତ୍ତବ୍ୟ
0
SHARES
74
VIEWS

ରାଜ୍ୟ ସ୍ତରୀୟ ଓ୍ବକଫେ ନୌବାର୍ଷିକ ଇଜତେମା ଉଦଘାଟିତ
ଖୋର୍ଦ୍ଧା: ସନ୍ତାନମାନଙ୍କୁ ସୁଶିକ୍ଷା ଦେବା ବାପ-ମାଙ୍କର ପରମ କର୍ତ୍ତବ୍ୟ । ଯୁବ ସୁଧାରରେ ହିଁ ସମାଜ ସୁଧାର । ବିଦ୍ୟା ଅର୍ଜନ କରିବା ସମସ୍ତ ବର୍ଗର ମୁସଲମାନମାନଙ୍କ ପାଇଁ ନିହାତି ଆବଶ୍ୟକ । ଜ୍ଞାନ ଅର୍ଜନ ଦ୍ବାରା ବିବେକ ସୃଷ୍ଟି ହୋଇଥାଏ । ବିବେକ ଦ୍ବାରା ମଣିଷ ଭଲ-ମନ୍ଦର ବିଚାର କରି ପାରିଥାଏ । ଏହିଭଳି ମତାମତ ପ୍ରକାଶ ପାଇଥିବାର ଦେଖାଦେଇଛି, କେରଙ୍ଗ ଅହମଦୀୟା ମୁସଲିମ ବସ୍ତିରେ ଆୟୋଜିତ ରାଜ୍ୟ ସ୍ତରୀୟ ଓ୍ବକଫେ ନୌ ବାର୍ଷିକ ଇଜତେମାରେ । ଏହି ବାର୍ଷିକ ଇଜତେମାର ଉଦଘାଟନୀ ଉତ୍ସବରେ ଅହମଦୀୟା ମୁସଲିମ ସଂଗଠନର ଶିକ୍ଷା ସଚିବ ମୌଲାନା ସେକ ଫରିଦ ପୌରୋହିତ୍ୟ କରିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା କଟକର ମୁଖ୍ୟ ଧର୍ମ ପ୍ରଚାରକ ମୌଲାନା ସେକ ଇସହାକ ଅଲ୍ଲି ଯୋଗଦେଇ ଓ୍ବକଫେ ନୌ ସନ୍ତାନଙ୍କ ଦାୟିତ୍ବ ତଥା ପୁସ୍ତକ “ଇସଲାମୀୟ ନିୟମର ଦର୍ଶନ”ର ପରିଚୟ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଲେ, ପିଲାମାନେ ସର୍ବଦା ସତ କହିବା ଉଚିତ । ସତ କହିବା ଦ୍ବାରା ସାହାସ ବଢିଥାଏ । ସତ୍ କର୍ମକୁ ନିଅମିତ ଭାବେ କରିବା ଉଚିତ । ସର୍ବଦା ନମାଜ ପାଠ ଦ୍ବାରା ଆମେ ମନ୍ଦ କାର୍ଯ୍ୟରୁ ଦୂରେଇ ରହିବା । ଏବଂ ସଇତାନ କବଳରୁ ବଞ୍ଚିତ ରହିବା । ଫଳରେ ଭଲ ମଣିଷଟିଏ ହୋଇପାରିବା । ପୁସ୍ତକ “ଇସଲାମୀୟ ନିୟମର ଦର୍ଶନ” ପରିଚୟ ବିଷୟରେ କହିଲେ,ଏହି ପୁସ୍ତକ ପାଞ୍ଚଗୋଟି ପ୍ରଶ୍ନୋତ୍ତରକୁ ନେଇ ପର୍ଯ୍ୟବେଶିତ । ପ୍ରଶ୍ନଗୁଡିକ ହେଲା ୧.ମନୁଷ୍ୟର ଶାରୀରିକ,ନୈତିକ ଓ ଆଧ୍ୟାତ୍ମିକ ଅବସ୍ଥା ସମୂହ । ୨.ମୃତ୍ୟୁ ପରେ ମନୁଷ୍ୟର ଅବସ୍ଥା କ’ଣ ? ୩.ଏ ଦୁନିଆରେ ଜୀବନର ଲକ୍ଷ୍ୟ କ’ଣ ଓ ତାହା କିପରି ପ୍ରାପ୍ତ ହେବ ? ୪.ଧର୍ମବିଧାନର ବ୍ୟାବହାରିକ ନିର୍ଦ୍ଦେଶମାନର ଇହକାଳ ଓ ପରକାଳ ଜୀବନରେ ଭୂମିକା କ’ଣ ? ୫.ଦିବ୍ୟ ଜ୍ଞାନ ପ୍ରାପ୍ତିର ମାଧ୍ୟମଗୁଡିକ କ’ଣ ? ଏହି ପୁସ୍ତକଟି ବିଶ୍ବବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନର ପ୍ରବର୍ତ୍ତକ ହଜରତ ମିର୍ଜା ଗୁଲାମ ଅହମଦଙ୍କ ଦ୍ବାରା ରଚିତ ପୁସ୍ତକ । ଏହି ପୁସ୍ତକଟି ବିଶ୍ବରେ ଖୁବ୍ ପ୍ରସିଦ୍ଧି ଲାଭ କରିପାରିଛି । ଏହାର ମୂଳ ଲେଖା ଉର୍ଦ୍ଦୁ ଭାଷା । ବିଶ୍ବର ଅନେକ ବଡ ବଡ ଭାଷାରେ ଏହାର ଅନୁବାଦ କରାଯାଇଛି । ଏହା ଏବେ ଓଡିଆ ଭାଷାରେ ଉପଲବ୍ଧ ।

ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କେରଙ୍ଗ ସଭାପତି ଅମିରୁଦ୍ଦିନ ଖାଁ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମୁଖ୍ୟ ଧର୍ମପ୍ରଚାରକ ମୌଲାନା ମିର ଅବ୍ଦୁଲ ହଫିଜ, କଟକ ସହରର ମୌଲାନା ଫଜଲ ହକ ଖାଁ ଏବଂ କଟକ ଜିଲ୍ଲାର ଓ୍ବକଫେ ନୌ ସଚିବ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବ ପରେ ଓ୍ବକଫେ ନୌ ପିଲାମାନଙ୍କର ଧାର୍ମିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରତିଯୋଗିତାରେ ପବିତ୍ର କୋରାନ ପାଠ ଆବୃତି, ଉର୍ଦ୍ଦୁ ନଜମ ସଂଗୀତଗାନ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା ହେବାର ରହିଛି । ଏହି କାର୍ଯ୍ୟକ୍ରମ ରବିବାର ସଂଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଚାଳନା କମିଟିର ସଚିବ ସୂଚନା ଦେଇଛନ୍ତି ।

Previous Post

ନବୀନଙ୍କୁ ଭେଟିଲେ ସହଦେବଙ୍କ ପରିବାର: ସହାୟତା ଦେବା ସହ ୨ ଛୁଆଙ୍କ ପାଠପଢ଼ା ଦାୟିତ୍ଵ ନେଲେ ନବୀନ

Next Post

ମଧୁର ସ୍ମୃତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‍ ର ୪୦ ଜଣିଆ ପ୍ରତିନିଧିମଣ୍ଡଳ

FNN WEB

FNN WEB

Next Post
ମଧୁର ସ୍ମୃତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‍ ର ୪୦ ଜଣିଆ ପ୍ରତିନିଧିମଣ୍ଡଳ

ମଧୁର ସ୍ମୃତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‍ ର ୪୦ ଜଣିଆ ପ୍ରତିନିଧିମଣ୍ଡଳ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.