ପୋଲିସର ଚଢ଼ାଉ,୧୦ ଲକ୍ଷରୁ ଅଧିକ ଟଙ୍କାର ପାର୍ଟ୍ସ ଜବତ
ପାରାଦୀପ : ପାରାଦୀପର ଦୋଛକି ଠାରେ ଥିବା ଜେ କେ ଇଞ୍ଜିନିୟରିଂ ଦୋକାନରେ ସୋମବାର ସନ୍ଧ୍ୟାରେ ପାରାଦୀପ ଓ ଲକଥାନା ପୋଲିସ ଚଢ଼ାଉ କରିଛି।ଉକ୍ତ ଦୋକାନରେ କ୍ୟାଟ୍ କମ୍ପାନୀର ନକଲି ପାର୍ଟ୍ସ ଭାରତର ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଥିଲା।ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ଫିଲ୍ଡ ଅଫିସର ମହେନ୍ଦ୍ର ସିଂ ପାରାଦୀପ ଲକଥାନାରେ ଅଭିଯୋଗ କରିଥିଲେ।ପୋଲିସର ସ୍ବତନ୍ତ୍ର ଟିମ୍ ସନ୍ଧ୍ୟା ସମୟରେ ଦୋକାନରେ କମ୍ପାନୀ ଅଫିସରଙ୍କ ଉପସ୍ଥିତିରେ ଚଢ଼ାଉ କରିଛନ୍ତି।ରିପୋର୍ଟ ଲେଖା ହେବା ସୁଦ୍ଧା ଚଢ଼ାଉ ଜାରି ରହିଛି।ଘଟଣା ସମ୍ପର୍କରେ ଲକଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ କୁହନ୍ତି, କମ୍ପାନୀ ଉକ୍ତ ଅଭିଯୋଗ କରିବା ପରେ ଏହି ଚଢ଼ାଉ କରାଯାଇଛି।ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଟଙ୍କାର ନକଲି ଗାଡ଼ି ପାର୍ଟ୍ସ ଜବତ ହେଲାଣି।ଏହି ଦୋକାନରୁ ବମ୍ବେ, ଦିଲ୍ଲୀ, କଲିକତା ସମେତ ବିଭିନ୍ନ ଜାଗାକୁ ସପ୍ଲାଇ ହେଉଥିଲା।ଉକ୍ତ ନକଲି ପାର୍ଟ୍ସ ଚାଇନାରୁ ଆସିଛି।କମ୍ପାନୀ ଫିଲ୍ଡ ଅଫିସର ସିଂହ କୁହନ୍ତି ଆମେ ଗତ ୬ ମାସ ତଳେ ଆମ କମ୍ପାନୀର ନକଲି ପାର୍ଟ୍ସ ଦିଲ୍ଲୀରେ ଠାବ କରିଥିଲୁ।ସେବେଠାରୁ ଦେଶର ବିଭିନ୍ନ ସହରରେ ଚଢ଼ାଉ କରାଯାଇଛି।ସବୁ ଜାଗାକୁ ପାରାଦୀପରୁ ପାର୍ଟ୍ସ ଯାଉଥିଲା।ଏବେ ମୂଳ ଜାଗାରେ ପହଞ୍ଚିଛୁ।ଦୋକାନ ମ୍ୟାନେଜର ମନୋରଞ୍ଜନ ଦ୍ବିବେଦୀ କୁହନ୍ତି, ଉକ୍ତ ପାର୍ଟ୍ସ ଗତ ୬ ମାସ ତଳେ ଭୂଲରେ ଚାଇନାରୁ ଆସିଥିଲା।ଉକ୍ତ ପାର୍ଟ୍ସ ଆମେ ବିକିନା














