• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତରେ ବଳିପଡିବ କି ‘ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ’!

FNN WEB by FNN WEB
January 21, 2025
in ଓଡ଼ିଶା
0
ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତରେ ବଳିପଡିବ କି ‘ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ’!
0
SHARES
2
VIEWS

ଗେଲପୁରକୁ ସ୍ଥାନାନ୍ତର ହେଲେ ଜନ ଆନ୍ଦୋଳନ ଚେତାବନୀ
ଭଦ୍ରକ: ଭଦ୍ରକ ବାଇପାସ୍‌ସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥାନାନ୍ତରୀକରଣ ବିରୁଦ୍ଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ସ୍ୱର୍ଗତଃ ଡ. ଦେବେନ୍ଦ୍ର ଦାସଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ମାନସ ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ, ଗୋପାଳ ଚନ୍ଦ୍ର ନାୟକ, ପ୍ରଦୀପ ବଳ, ଡ. ବୈରାଗୀ ଗାହାଣ, ସ୍ୱର୍ଗତଃ ଦାସଙ୍କ ନାତି ନବଘନ ଦାସ ଓ ବହୁ ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ଦୀର୍ଘ ୬୪ ବର୍ଷ ପୂର୍ବେ ସ୍ୱର୍ଗତଃ ଡ. ଦାସ ଭଦ୍ରକର ବାଇପାସ୍ ଠାରେ କ୍ରୟ କରିଥିବା ଏ୦.୨୬ ଡି. ଜମିରେ ତାଙ୍କ ପିତାଙ୍କ ନାମରେ ନାମିତ ଯେଉଁ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ, ତାହା ଏବେ ଭଦ୍ରକ ଗେଲପୁରକୁ ସ୍ଥାନାନ୍ତର ହେବାର ମସୁଧା ଚାଲୁଥିବାରୁ ତାହାକୁ ଘୋର ବିରୋଧ କରିଛନ୍ତି। ଭଦ୍ରକର ବହୁ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିବା ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସ୍ୱର୍ଗତଃ ଡ. ଦାସ ନିଜ ପିତାଙ୍କ ନାମରେ ନାମିତ ଏହି ଡାକ୍ତରଖାନାଟି ସହ ସଂପୂର୍ଣ୍ଣ ଜାଗା, ଘର ଓ ଡାକ୍ତରଖାନାରେ ବ୍ୟବହୃତ ସରଞ୍ଜାମ ଗୁଡିକୁ ୧୯୯୫ ମସିହାରେ ଓଡ଼ିଶା ସରକାରଙ୍କ ନାମରେ ନାମିତ କରିଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ସେତେବେଳେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାକ ଅହେମ୍ମଦଙ୍କ ତତ୍ୱାବଧାନରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓଙ୍କ ଦାୟିତ୍ୱରେ ଥିବା ରେଜିଷ୍ଟ୍ରେସନ ଅଫିସ୍‌ରେ ଆଇନ୍‌ଜୀବୀ ସୂର୍ଯ୍ୟନାରାୟଣ ଧଳଙ୍କ ଜରିଆରେ ତାଙ୍କ ପିତା ଉକ୍ତ ଡାକ୍ତରଖାନାଟିକୁ ଦାନସୂତ୍ରରେ ରାଜ୍ୟ ସରକାରଙ୍କ ନାମରେ ରେଜିଷ୍ଟ୍ରେସନ କରାଇଥିଲେ। ସେହିଦିନ ଠାରୁ ଅଦ୍ୟାବଧି ଦୀର୍ଘ ୩୦ ବର୍ଷ ହେବ ଉକ୍ତ ଚିକିତ୍ସାଳୟଟି ‘ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ’ ନାମରେ ନାମିତ ହେଲା। ସମୟ ବଦଳିବା ସହିତ ଭଦ୍ରକ ସହର ଉପକଣ୍ଠରେ ଗଢି ଉଠିଥିବା ଏହି ଡାକ୍ତରଖାନାର ରୂପରେଖରେ ମଧ୍ୟ ଉନ୍ନତି ଘଟିଥିଲା। ଧାମରା, ବାଲେଶ୍ୱର, ଆନନ୍ଦପୁର ଓ ଯାଜପୁରରୁ ବହୁ ରୋଗୀ ଭଦ୍ରକର ଏହି ଡାକ୍ତରଖାନାଟି ଉପରେ ଶତ ପ୍ରତିଶତ ନିର୍ଭରଶୀଳ ଥାଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସ୍ୱର୍ଗତଃ ଡ. ଦାସ ନିଜର କୋଟି କୋଟି ଟଙକ୍‌ାର ସଂପତିକୁ ରାଜ୍ୟ ସରକାରଙ୍କୁ ଦାନସୂତ୍ରେ ଦେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିବିଶେଷଙ୍କ ଷଡଯନ୍ତ୍ର ଯୋଗୁଁ ଭଣ୍ଡୁର ହେବାକୁ ଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଡାକ୍ତରଖାନାଟି ଏବେ ସହରର ମଧ୍ୟଭାଗରେ ଥିବାରୁ ସବୁ ଅଂଚଳର ଲୋକେ ବସ୍ ଓ ରେଳ ଯୋଗେ ସହଜରେ କମ୍ ଅର୍ଥ ବିନିମୟରେ ଆସି ଚିକିତ୍ସିତ ହୋଇ ଫେରୁଛନ୍ତି। କିନ୍ତୁ ଏହା ଏବେ ୫ କିମି ଦୂର ଗେଲପୁରକୁ ଉଠିଗଲେ ସେଠାକୁ ଯିବାପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କାରଣ ସେଠାକୁ ଯିବାପାଇଁ କୌଣସି ଟାଉନ୍ ବସ୍ କିମ୍ବା ଗାଡିର ସୁବିଧା ନଥିବାରୁ ରୋଗୀଟିକୁ ବହୁ ଅର୍ଥ ବ୍ୟୟ କରି ସେଠାକୁ ଯିବାକୁ ପଡିବ। ତେଣୁ ରାଜ୍ୟ ସରକାର ଅତ୍ୟାଧୁନିକ ବ୍ୟବସ୍ଥାରେ ଏବେ ଯେଉଁ ଚକ୍ଷୁ ଚିକିତ୍ସାଳୟଟି ରହିଛି, ତାହାର ନବୀକରଣ କରି ଅଧିକ ସୁବିଧା ସୁଯୋଗ ସୃଷ୍ଟି କଲେ, ଲୋକମାନେ ଅଧିକ ଉପକୃତ ହୁଅନ୍ତେ। ତେଣୁ ସରକାର ଉକ୍ତ ଚିକିତ୍ସାଳୟଟିକୁ ସ୍ଥାନାନ୍ତରିତ କଲେ ଜନ ଅସନ୍ତୋଷ ସୃଷ୍ଟି ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

Previous Post

ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

Next Post

ୟୁନିୟନର ବିଶାଳ ଶ୍ରମିକ ସମାବେଶ: ଯୋଗଦେଲେ ଏମପି ବିଭୁପ୍ରସାଦ ତରାଇ

FNN WEB

FNN WEB

Next Post
ୟୁନିୟନର ବିଶାଳ ଶ୍ରମିକ ସମାବେଶ: ଯୋଗଦେଲେ ଏମପି ବିଭୁପ୍ରସାଦ ତରାଇ

ୟୁନିୟନର ବିଶାଳ ଶ୍ରମିକ ସମାବେଶ: ଯୋଗଦେଲେ ଏମପି ବିଭୁପ୍ରସାଦ ତରାଇ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.