• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ

FNN WEB by FNN WEB
January 23, 2025
in ଓଡ଼ିଶା, ମୁଖ୍ୟ ଖବର
0
କଟକରେ ନେତାଜୀ ଜୟନ୍ତୀ, ପରାକ୍ରମ ଦିବସ ପାଳିତ
0
SHARES
3
VIEWS

ସଂଗ୍ରାମ ଓ ଦେଶାତ୍ମବୋଧରେ ନେତାଜୀଙ୍କ ନାମ ସର୍ବାଗ୍ରେ ରହିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର 100 ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି । ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ 2021 ଜାନୁଆରୀ 19 ତାରିଖରୁ ଘୋଷଣା କରିଛନ୍ତି । ଓଡିଶାର ଏହି ବୀର ସନ୍ତାନଙ୍କ ଜନ୍ମ ସହରରେ ତାଙ୍କ ଜନ୍ମ ଦିବସକୁ ପାଳନ କରିବା ଆମ ପାଇଁ ବଡ ସୌଭାଗ୍ୟର ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅନେକ ଐତିହାସିକ ଓ ସେ ସମୟର ବ୍ରିଟିଶ ଶାସକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନେତାଜୀଙ୍କ ସଶସ୍ତ୍ର ସଂଗ୍ରାମ ହୋଇନଥିଲେ, ହୁଏତ ଆହୁରି କିଛି ବର୍ଷ ବ୍ରିଟିଶ ସରକାର ଭାରତରେ ଶାସନ କରିପାରିଥାନ୍ତେ । ନେତାଜୀଙ୍କ ବୀରତ୍ୱ ଓ ସଂଗ୍ରାମକୁ ସମ୍ମାନ ପ୍ରଦର୍ଶନ କରି ଆମ ପ୍ରଧାନମନ୍ତ୍ରୀ 2018 ଡିସେମ୍ବର 30 ତାରିଖରେ ଭାରତ ବର୍ଷର ରସ୍ ଦୀପକୁ ନେତାଜୀ ସୁଭାଷ ବୋଷ ଦୀପ ଭାବେ ନାମ କରଣ କରିଛନ୍ତି ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ ଆଜି ତାଙ୍କ ଜନ୍ମ ସହର କଟକ ସାରା ଦେଶରେ ଗର୍ବିତ । କଟକର ଓଡିଆ ବଜାର ହେଉଛି ନେତାଜୀଙ୍କ ଜନ୍ମସ୍ଥାନ । ତାଙ୍କ ବାଲ୍ୟ ଜୀବନ ଏହିଠାରେ ହିଁ କଟିଛି । ରେଭେନ୍ସା କଲିଜିଏଟ୍ ସ୍କୁଲର ସେ ଜଣେ ମେଧାବୀ ଛାତ୍ର ଥିଲେ । କଟକରୁ ହିଁ ନେତାଜୀ ସୁଭାଷଙ୍କ ହୃଦୟରେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଲେ ଯେ, ନେତାଜୀ ଆମ ଇତିହାସ ପୃଷ୍ଠାର ଏଭଳି ଜଣେ ନାୟକ ଥିଲେ ଯାହାଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ପଢିଲେ ଦେହରେ ରୋମାଞ୍ଚ ଭରିଉଠିବା ସହିତ ଆଖିରେ ଦୁଇ ଠୋପା ଲୁହ ମଧ୍ୟ ଜକେଇ ଆସେ । ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା । ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ଦୃଷ୍ଟିକୋଣ ଏବଂ ନିର୍ଭିକ ନେତୃତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ କଟକ ସହିତ ତାଙ୍କ ସମ୍ପର୍କ ବିଷୟରେ ଆଗାମୀ ପିଢିଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ଏଭଳି ଜଣେ ଦେଶଭକ୍ତ ଓ ସଂଗ୍ରାମୀଙ୍କ ବିଷୟରେ ଆମ ଯୁବପିଢି ବିସ୍ତୃତ ଭାବେ ପଢିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଆଇ.ଏନ.ଏ ଭେଟେରାନ ଲେପ୍ଟନାଣ୍ଟ ଆର୍. ମାଧବନ ପିଲାଇଙ୍କୁ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ ଓହ୍ଲାଇ ସମ୍ବର୍ଦ୍ଧିତ କରିଥିଲେ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀଙ୍କ ଜୀବନୀ ସମ୍ବନ୍ଧିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କେ.ପି ସିଂହଦେଓ, କେନ୍ଦ୍ର ସଂସ୍କୃତି ସଚିବ ଶ୍ରୀ ଅରୁଣିଶ ଚାୱଲା ପ୍ରମୁଖ ଉପସ୍ଥିତ ଥିଲେ । ଆଇ.ଏନ୍.ଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିଅର ଆର.ଏସ୍ ଚିକାରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବା ପରେ ପ୍ରଥମେ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ ।

Previous Post

କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

Next Post

କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା ପ୍ରଶ୍ନତ୍ତୋର

FNN WEB

FNN WEB

Next Post
କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା ପ୍ରଶ୍ନତ୍ତୋର

କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା ପ୍ରଶ୍ନତ୍ତୋର

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.