ପାରାଦୀପ: ସ୍ଥାନୀୟ ମଧୁବନ କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁବାର ପରୀକ୍ଷା ପେ ଚର୍ଚ୍ଚା ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜଗତସିଂହପୁର ଜିଲ୍ଲାର ନୋଡାଲ ବିଦ୍ୟାଳୟ ଭାବେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟ ଚୟନ କରାଯାଇଥିଲା।ଏଥିରେ ଜଗତସିଂହପୁର ଜିଲ୍ଲାର ୧୦ ଟି ବିଦ୍ୟାଳୟର ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସେଗୁଡିକ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପାରାଦୀପ ଓ ଜଗତସିଂହପୁର, ଡିଏଭି ପିପିଏଲ, ଇଫକୋ ଓ ପାରାଦୀପ, ଡିପିଏସ ପାରାଦୀପ ରିଫାଇନାରୀ, ନବୋଦୟ ବିଦ୍ୟାଳୟ ରାହାମା,ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ, ଏନଏସି ହାଇସ୍କୁଲ ଓ ସଞ୍ଜୟଗାନ୍ଧୀ ହାଇସ୍କୁଲ।ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପଙ୍କଜ ବାର୍ଷ୍ଣେୟ।ପ୍ରଶ୍ନତ୍ତୋର ଶେଷରେ ୩ ଜଣ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ।ସେମାନେ ହେଲେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଆଦାଶ୍ୟା ତ୍ରିପାଠୀ, ଇଫକୋ ଡିଏଭି ର ଜୟକୁମାର ସାହାଣୀ ଓ ବିଶ୍ବରୂପ ନନ୍ଦ।କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ବାର୍ଷ୍ଣେୟ ପିଲାମାନଙ୍କୁ କହିଥିଲେ ପରୀକ୍ଷା ସମୟରେ ଚାପମୁକ୍ତ ହେବା ସହ ସକରାତ୍ମକ ଭାବନା ମନରେ ରଖନ୍ତୁ।ପରୀକ୍ଷା ହଲରେ ପ୍ରବେଶ କଲାବେଳେ ନିଜ ସ୍କୁଲ ବୋଲି ଭାବି ଲେଖନ୍ତୁ। କାର୍ଯ୍ୟକ୍ରମକୁ ଅଭିଷେକ ରାୟ, ବଦ୍ଧମାତା ସାହୁ, ଏସ କେ ତ୍ରିପାଠୀ, ରୋଜାଲିନ୍ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।