• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅଷ୍ଟମ ପାଳି

FNN WEB by FNN WEB
February 3, 2025
in ଓଡ଼ିଶା, ମୁଖ୍ୟ ଖବର
0
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅଷ୍ଟମ ପାଳି
0
SHARES
1
VIEWS

୮୧ ପ୍ରତିଶତ ଅଭିଯୋଗ ମାମଲାର ସମାଧାନ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ସାଧାରଣ ଲୋକଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ବୌଦ୍ଧ ଜିଲ୍ଲାର ହେରମ୍ବ ଗିରି ତାଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରିଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ଝିଅଟି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ । ଏହି ରୋଗର ଚିକିତ୍ସା ମଧ୍ୟ ବହୁ ବ୍ୟୟସାପେକ୍ଷ । ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ଅବସ୍ଥା ଦେଖି ତାକୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ମେଡିକାଲକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏକମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ପାଇଁ ଦେଖା କଲେ । ମୁଖ୍ୟମନ୍ତ୍ରୀ ଗୋଟିଏ ପିଲାର କଷ୍ଟ ଓ ତା ବାପା ମା’ଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଅଭିଯୋଗ ପ୍ରକୋଷ୍ଠରେ Single Window Systemରେ ଚିକିତ୍ସା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ । ଏଥି ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଘର ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ହେରମ୍ୱ ଗିରି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ମୁଁ ଯେଉଁ ଆଶା ନେଇ ଆସିଥିଲି ସେହି ଆଶା ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଋଣ ମୁଁ କେବେ ଶୁଝି ପାରିବି ନାହିଁ ।

ସେହିପରି ଆଉ ଜଣେ ଥିଲେ ବଲାଙ୍ଗୀରର ରତନ କାଲଶେ । ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ କାଲଶେକୁ ସାଙ୍ଗରେ ନେଇ ଆସିଥିଲେ । ପିଲାଟି ବସି ପାରୁନି କି ଚାଲିବୁଲି ପାରୁନି । ପିଲାର କଷ୍ଟ ଓ ତା ବାପା ମୁହଁର ଦୁଃଖ ଦେଖି ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲେ, ଏବଂ ସି.ଏମ୍‍.ଆର୍‍.ଏଫ୍‍.ରୁ ସହାୟତା ପ୍ରଦାନ କରିବା ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହିଭଳି ଅଭିଯୋଗ ପ୍ରକୋଷ୍ଠକୁ ବିଭିନ୍ନ ଆଶା ଭରସା ନେଇ ଆସୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି । ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ଅଷ୍ଟମ ପାଳି । ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ବାହାରେ ଚେୟାରରେ ବସିଥିବା ପ୍ରାୟ ୩୦ ଜଣ ଭିନ୍ନକ୍ଷମଙ୍କୁ ଭେଟିଥିଲେ । ସେମାନଙ୍କ ସମସ୍ୟା ଅଭିଯୋଗକୁ ଗୋଟି ଗୋଟି କରି ଶୁଣିବା ପରେ ପାଖରେ ଥିବା ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ, ତାଙ୍କ ସହଯୋଗୀ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା ୮୧ ପ୍ରତିଶତ କେସ୍ ସମାଧାନ ହୋଇଛି । ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ତନ୍ମଧ୍ୟରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି । ପ୍ରଥମ ପାଳିରେ ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିଲା ବେଳେ ଦ୍ୱିତୀୟ ପାଳିରେ ୮୮ ପ୍ରତିଶତ, ତୃତୀୟ ପାଳିରେ ୮୬ ପ୍ରତିଶତ, ଚତୁର୍ଥ ପାଳିରେ ୮୪ ପ୍ରତିଶତ, ପଞ୍ଚମ ପାଳିରେ ୮୩ ପ୍ରତିଶତ, ଷଷ୍ଠ ପାଳିରେ ୫୪ ପ୍ରତିଶତ ଏବଂ ସପ୍ତମ ପାଳିରେ ୪୭ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ବକେୟା ଅଭିଯୋଗଗୁଡ଼ିକ ପ୍ରୋସେସରେ ରହିଛି । ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଏଠାକୁ ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ, ସେଠାରେ ମଧ୍ୟ ସମାଧାନ ହେଉଛି । ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଆଜି କୋଷ୍ଟଗାର୍ଡ ପାଳନ କରିବ ୪୯ ତମ ସ୍ଥାପନା ଦିବସ।

Next Post

ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୫୯୯ କୋଟି

FNN WEB

FNN WEB

Next Post
ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୫୯୯ କୋଟି

ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦,୫୯୯ କୋଟି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

June 25, 2026
ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

June 25, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

June 25, 2026
ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ବିଜେଡିରେ ଯୋଗ ଦେଲେ ସୁଜାତା ରାଉତ କାର୍ତ୍ତିକେୟନ

June 25, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.