ପାରାଦୀପ: ଦେଶର ଅନ୍ୟତମ ସୁରକ୍ଷା ବଳ କୋଷ୍ଟଗାର୍ଡ ଶନିବାର ପାଳନ କରିବ ୪୯ତମ ପ୍ରତିଷ୍ଠା ଦିବସ ସମାରୋହ।ଏ ନେଇ ସାରା ଦେଶର ଉପକୂଳ ଅଞ୍ଚଳରେ ଥିବା କୋଷ୍ଟଗାର୍ଡ ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଏହିକ୍ରମରେ ଓଡିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ୭ ପାରାଦୀପରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି।୧୯୭୭ ଫେବୃଆରୀ ୧ ରେ କୋଷ୍ଟଗାର୍ଡ ସ୍ଥାପନା ହୋଇଥିଲା।ସେତେବେଳେ କୋଷ୍ଟଗାର୍ଡ ପାଖରେ ମାତ୍ର ୭ ଟି ଜଳ ଜାହାଜ ଥିଲା।ଏବେ କୋଷ୍ଟଗାର୍ଡ ପାଖରେ ୧୫୧ ଟି ଜଳ ଜାହାଜ ସହିତ ୭୬ ବିମାନ ରହିଛି।ଯାହା ଦେଶର ଅନ୍ୟତମ ବୃହତ ଶକ୍ତି ରୂପେ ସ୍ଥାନ ପାଇଛି।ଆଗାମୀ ୨୦୩୦ ସୁଦ୍ଧା ୨୦୦ ଜଳ ଜାହାଜ ଓ ୧୦୦ ବିମାନ କରାଯିବ ବୋଲି ଲକ୍ଷ୍ୟ କରାଯାଇଛି।କୋଷ୍ଟଗାର୍ଡ ର ମୁଖ୍ୟ ବାର୍ତ୍ତା ହେଲା ବୟମ ରକ୍ଷାମଃ ଅର୍ଥାତ ଆମେ ସୁରକ୍ଷା କରୁଛୁ।କୋଷ୍ଟଗାର୍ଡ ଏପର୍ଯ୍ୟନ୍ତ ସମୁଦ୍ରରେ ବିପଦରେ ପଡିଥିବା ୧୧୭୩୦ ଲୋକଙ୍କ ଜୀବନ ରକ୍ଷା କରିଛି।କେବଳ ଗତବର୍ଷ ୧୬୯ ଜୀବନ ଏହା ମଧ୍ୟରେ ଅନ୍ତର୍ଭୁକ୍ତ।ଦେଶର ୪.୬ମିଲିୟନ କ୍ଷେତ୍ରଫଳ ଅଞ୍ଚଳରେ ପ୍ରତିଦିନ ୫୫ ରୁ ୬୦ ଜଳ ଜାହାଜ ଓ ୧୦ ରୁ ୧୨ବିମାନ ପଇଁତରା କରୁଛି।ଗତବର୍ଷ ଆଣ୍ଡାମାନ ସମୁଦ୍ର ସୀମାରୁ ୬୦୧୬ କି ଗ୍ରା ନାର୍କୋଟିକ୍ସ ଡ୍ରଗ୍ସ ଜବତ କରିଥିଲା।














