• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପାରାଦ୍ଵୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

FNN WEB by FNN WEB
February 7, 2025
in ଓଡ଼ିଶା
0
ପାରାଦ୍ଵୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ
0
SHARES
16
VIEWS

ପାରାଦ୍ଵୀପ: ଶୁକ୍ରବାର ପୂର୍ବାହ୍ନ ରେ ପାରାଦ୍ବୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଡଃ ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ହେଉଛି ସେହି ମୂଳଦୁଆ ଯାହା ଉପରେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରର ନିର୍ମାଣ ହୋଇଥାଏ। କୌଣସି ରାଷ୍ଟ୍ରର ସଫଳତା ତା’ର ଯୁବଶକ୍ତିର ସଶକ୍ତିକରଣ ଉପରେ ନିର୍ଭର କରେ।ସେଥିପାଇଁ ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ପରିକଳ୍ପନା ସାକାର ହେବ। ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କେବଳ ପାଞ୍ଚ ଦଶନ୍ଧିର ରୋମାଞ୍ଚକର ଯାତ୍ରା ନୁହେଁ ବରଂ ହଜାର ହଜାର ଯୁବ ପ୍ରତିଭା ର ପରିବର୍ତ୍ତନ ମଧ୍ୟ, ଯେଉଁମାନେ ନିଜର ଉଚ୍ଚ ଅଭିଳାଷ ସହିତ ଏହି ଫାଟକ ଦେଇ ଚାଲିଛନ୍ତି ଏବଂ ଜଣେ ଜଣେ ଦାୟିତ୍ୱବାନ ନାଗରିକ, ବିଦ୍ୱାନ ଏବଂ ପ୍ରଫେସନାଲ ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି। ଭାରତର ବିପୁଳ ଯୁବଶକ୍ତି ନବସୃଜନ, ଗବେଷଣା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ କୁ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଛି। ଏହି ପରିପ୍ରେକ୍ଷିରେ ପାରାଦ୍ଵୀପ ମହାବିଦ୍ୟାଳୟ କେବଳ ଏକାଡେମିକ୍ ଉତ୍କର୍ଷତା କ୍ଷେତ୍ରରେ ନୁହେଁ ବରଂ ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ଏବଂ ସାମାଜିକ ଦାୟିତ୍ୱର ଦୃଢ ଭାବନା ସହିତ ଛାତ୍ରମାନଙ୍କୁ ପ୍ରସ୍ତୁତ କରି ଏହି ମିଶନରେ ସକ୍ରିୟ ଭାବରେ ଯୋଗଦାନ କରିଆସୁଛି ବୋଲି ରାଜ୍ୟପାଳ କହିଥିଲେ।ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵ ରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଅପରିହାର୍ଯ୍ୟ ହୋଇପଡ଼ିଛି।ଡିଜିଟାଲ ବିପ୍ଳବ ଶିକ୍ଷଣ ପଦ୍ଧତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି, ଯାହା ଶିକ୍ଷାକୁ ଅଧିକ ସୁଲଭ, ଭାବ ବିନିମୟ ସ୍ୱରୂପ ଏବଂ ସମାବେଶୀ କରିଛି। ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ଦ୍ୱାରା ପରିଚାଳିତ ଯୁଗରେ ଆଗକୁ ବଢ଼ିବା ପାଇଁ ଅଭିନବ ଶିକ୍ଷଣ କୌଶଳ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମାଜକୁ ଆହ୍ବାନ ଜଣାଇଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଆମର ଶିକ୍ଷା ବ୍ୟବସ୍ଥାରେ ପରମ୍ପରା ଓ ଆଧୁନିକତା ର ସମନ୍ଵୟ ରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି।ଏକ ବହୁମୁଖୀ ଆଭିମୁଖ୍ଯ, ଧନ୍ଦାମୂଳକ ତାଲିମ, ଗବେଷଣା ଏବଂ ନବସୃଜନ ଶିକ୍ଷାବ୍ୟବସ୍ଥା କୁ ଆପଣେଇଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍କର୍ଷ ହାସଲ କରିବାର ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମାରୋହ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା , କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ଯୁବସମାଜ ପାଇଁ ଶିକ୍ଷା ର ଗୁରୁତ୍ବ ପ୍ରତିପାଦିତ କରିଥିଲେ। ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଯୋଗ୍ୟ କରିବା ଦିଗରେ କାର୍ଯ୍ୟ କରିବାପାଇଁ କହିଥିଲେ। ବତୀଘର ଯେପରି ଜାହାଜ କୁ ରାସ୍ତା ଦେଖାଇଥାଏ, ସେହିପରି ଏହି ଅନୁଷ୍ଠାନ ଅନେକ ଯୁବ ପ୍ରତିଭା ଙ୍କୁ ଉନ୍ନତି ର ରାସ୍ତା ଦେଖାଇଛି। ପାରାଦ୍ଵୀପ ର ଏହି ଶିକ୍ଷାନୁଷ୍ଠାନ ବତୀଘର ସ୍ୱରୂପ ପୂର୍ବୋଦୟରୁ ବିକାଶ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ସଭାର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ପାରାଦ୍ଵୀପ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ର ଉନ୍ନତି ପାଇଁ ଓଡିଆ ଅସ୍ମିତା କୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ଯୁବ ପ୍ରତିଭା ଙ୍କ ସୃଜନ ଶକ୍ତି,ପରିକଳ୍ପନା,ନିଷ୍ପତ୍ତି ନେବାର ଉଲ୍ଲାସ,ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କାମ କରିବାର ସ୍ପୃହା ସେମାନଙ୍କ
ଲକ୍ଷ୍ୟ ହାସଲ ରେ ସହାୟକ ବୋଲି କହିଥିଲେ। ରାଜ୍ୟରେ ଉତ୍କର୍ଷ ଓଡ଼ିଶା, ଦକ୍ଷତା ବିକାଶ ମିଶନ ,ପାଠ ସହ ଯୁବଶକ୍ତି ର ଦକ୍ଷତା ବିକାଶ ଦିଗରେ ସହାୟକ ହେବା ସହ ୨୦୩୬ ର ବିକଶିତ ଓଡିଶା ସ୍ବପ୍ନ କୁ ସାକାର କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ।

ଏହି ସ୍ୱର୍ଣୀମ ଅବସର ରେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ମଧ୍ୟ ଯୁବ ପ୍ରତିଭା ଙ୍କ ବିକାଶ ରେ ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି କହିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ର ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଧ, ମାନ୍ୟବର ବିଧାୟକ, ବାସୁଦେବପୁର, ଶ୍ରୀ ଅଶୋକ କୁମାର ଦାସ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ସମାରୋହ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।ପ୍ରାରମ୍ଭରେ ପାରାଦ୍ଵୀପ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଶତପଥୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଏହି ସମାରୋହ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାକ୍ତନ ଛାତ୍ର ଛାତ୍ରୀ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Previous Post

୯ଟି ବିଭାଗରେ ଯୋଗଦେଲେ ୬,୩୯୦ ଜଣଙ୍କୁ ନୂଆ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

Next Post

ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା

FNN WEB

FNN WEB

Next Post
ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା

ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ସ୍ବଚ୍ଛ ବିଦ୍ୟାଳୟ ସର୍ବେକ୍ଷଣରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

June 22, 2026
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

June 22, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ତାମିଲନାଡ଼ୁ ଅଘଟଣ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିକୁ ଝଟ୍‌କା: ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

June 22, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.