• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ: ଝଡ଼ିଗଲା ଝାଡ଼ୁ, ମୂଳପୋଛ ହେଲା କଂଗ୍ରେସ

FNN WEB by FNN WEB
February 8, 2025
in ଓଡ଼ିଶା, ମୁଖ୍ୟ ଖବର
0
୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ: ଝଡ଼ିଗଲା ଝାଡ଼ୁ, ମୂଳପୋଛ ହେଲା କଂଗ୍ରେସ
0
SHARES
0
VIEWS

ନୂଆଦିଲ୍ଲୀ: ସରିଲା ବନବାସ। ଶାସନକୁ ଫେରିଲା ବିଜେପି। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫୁଟିଲା ପଦ୍ମ। ଦମ୍ଭୋକ୍ତି ମୁତାବକ ରେକର୍ଡ ଦୁଇ ତୃତୀୟାଂଶ ଆସନ ସହ ଦିଲ୍ଲୀରେ ଶାସନ ସିଂହାସନ ଦଖଲ କରିଛି ବିଜେପି। ୧୯୯୮ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଶାସନ କରିବାକୁ ଜନାଦେଶ ପାଇଛି ବିଜେପି। ଆପ୍‌ର ହ୍ୟାଟ୍ରିକ ବିଜୟ ସ୍ୱପ୍ନକୁ ଚୂରମାର କରି ବିଜୟ ପତାକା ଉଡ଼ାଇଛି ବିଜେପି।

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ଦଳ ୪୮ଟି ଆସନ ଜିତି ରେକର୍ଡ କରିଛି। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ୨୨ରେ ଅଟକି ଯାଇଛି। କଂଗ୍ରେସ ପୁଣି ସମସ୍ତଙ୍କୁ ନିରାଶ କରିଛି। ଦଳ ହ୍ୟାଟ୍ରିକ ଶୂନ ସହ ଲଜ୍ଜାଜନକ ପରାଜୟ ବରଣ କରିଛି। ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଦିଲ୍ଲୀରେ ଏଥର ବି ଖାତା ଖୋଲି ପାରି ନାହିଁ।

ବିଜେପି ଶେଷ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନ ୧୯୯୩ ମସିହାରେ ଜିତିଥିଲା। ୧୯୯୩ରୁ ୧୯୯୮ ମଧ୍ୟରେ ବିଜେପି ୩ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଭାର ଦେଇଥିଲା। ପ୍ରଥମେ ମଦନ ଲାଲ ଖୁରାନା, ତା’ପରେ ସାହିବ ସିଂହ ବର୍ମା ଓ ଶେଷ କିଛି ମାସ ସୁଷମା ସ୍ୱରାଜ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୮ ପରଠାରୁ ଆଉ ବିଜେପି କ୍ଷମତାକୁ ଫେରି ପାରି ନାହିଁ। ପ୍ରଥମେ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀକୁ ଶାସନ କରିଥିଲା। ଏହାପରେ ଅରବିନ୍ଦ କେଜ୍ରିୱାଲ ଆପ୍‌ ମୈଦାନକୁ ଓହ୍ଲାଇ ବିଜୟୀ ହୋଇଥିଲା।

୨୦୧୫ରେ ଆପ୍‌ ରେକର୍ଡ ୬୭ ଆସନ ଜିତିଥିବା ବେଳେ ବିଜେପି ମାତ୍ର ୩ଟି ଆସନ ପାଇଥିଲା। ୨୦୨୦ରେ ଏହି ସଂଖ୍ୟା ୬୨ ଓ ୮ ରହିଥିଲା। ୨୦୨୫ରେ ଆପ୍‌ ହ୍ୟାଟ୍ରିକ ବିଜୟର ଲକ୍ଷ୍ୟ ରଖିଥିଲା। କିନ୍ତୁ ବିଜେପିର ଦମଦାର ପ୍ରଚାର ଓ ସିଟ୍‌ ବାଇ ସିଟ୍‌ ରଣନୀତିକୁ ଆପ୍‌ ବୁଝିବାରେ ଅକ୍ଷମ ହୋଇଛି।

ଆପ୍‌ର ଅନେକ ହେଭିୱେଟ ବିଜେପି ପ୍ରାର୍ଥୀଙ୍କ ଆଗରେ ଧରାଶାୟୀ ହୋଇଛନ୍ତି। ଦଳର ଜାତୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପିର ପ୍ରଭେଶ ବର୍ମା ନୂଆଦିଲ୍ଲୀ ଆସନରେ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। କେଜ୍ରିୱାଲଙ୍କ ପୂର୍ବତନ ଡେପୁଟି ତଥା ଆପ୍‌ର ନମ୍ବର ୨ ନେତା ମନୀଷ ସିସୋସିଆ ଜଙ୍ଗପୁର ଆସନରେ ୬ଶହରୁ ଅଧିକ ଭୋଟରେ ବିଜେପିର ତରଭିନ୍ଦର ସିଂହଙ୍କ ଠାରୁ ହାରି ଯାଇଛନ୍ତି। ଦଳର ଅନ୍ୟତମ ଦୁଇ ହେଭିୱେଟ ସତ୍ୟେନ୍ଦ୍ର ଜୈନ ଓ ସୌରଭ ଭରଦ୍ୱାଜ ମଧ୍ୟ ନିଜ ନିଜ ଆସନ ବଞ୍ଚାଇବାକୁ ସକ୍ଷମ ହୋଇ ନାହାନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଆତିଶୀ କିଛି ମାତ୍ରରେ ଆପ୍‌ର ମାନ ରଖିବାକୁ ସକ୍ଷମ ହୋଇଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କ ଠାରୁ ଆରମ୍ଭରୁ ପଛରେ ଥିଲେ ହେଁ ଶେଷ ବେଳକୁ ଲିଡ ହାସଲ କରିଥିଲେ। ଏହାପରେ ୧ ହଜାରରୁ କମ ଭୋଟରେ ହେଉ ପଛେ ଆତିଶୀ କାଲକାଜୀ ଆସନରୁ ବାଜିମାତ କରିଛନ୍ତି।

ଆପ୍‌ ଏଥର ବଡ଼ ରିସ୍କ ନେଇଥିଲା। ଏହା ଦଳକୁ ମହଙ୍ଗା ବି ପଡ଼ିଛି। ଶିକ୍ଷାବିତ ଅବଧ ଓଝା ଦଳରେ ସାମିଲ ହେବାରୁ ତାଙ୍କୁ ଆପ୍‌ ପକ୍ଷରୁ ମନୀଷ ସିସୋଦିଆଙ୍କ ପାରମ୍ପରିକ ଆସନ ପତପରଗଞ୍ଜରୁ ପ୍ରାର୍ଥୀ କରିଥିଲା। ୨୦୧୩ରୁ ସିସୋଦିଆ ଏଠାରୁ ଜିତି ଆସୁଥିଲେ। ହେଲେ ସେ ଓଝାଙ୍କ ପାଇଁ ଏହାକୁ ଛାଡ଼ି ଜଙ୍ଗପୁରା ଚାଲି ଯାଇଥିଲେ। ଆପ୍‌ ଏଥିଯୋଗୁ ଉଭୟ ପତପରଗଞ୍ଜ ଓ ଜଙ୍ଗପୁରାରେ ହାରିଛି।

ଦିଲ୍ଲୀ ଦଖଲ କରିବା ପରେ ଆପ୍‌ ଦେଶରେ ବିକଳ୍ପ ଭାବେ ଉଭା ହୋଇଥିଲା। ଦଳ ମଧ୍ୟ ନିଜକୁ ଜାତୀୟ ସ୍ତରରେ ଉପସ୍ଥାପିତ କରିଥିଲା। କିନ୍ତୁ ଏବେ ଦିଲ୍ଲୀ ପରାଜୟ ପରେ ଆପ୍‌ର ଜାତୀୟ ସଂପ୍ରସାରଣକୁ ବଡ଼ ଝଟକା ଲାଗିଛି। ଏବେ ଦଳ ପାଖରେ କେବଳ ପଞ୍ଜାବ ରହିଲା।

ଅନ୍ୟପକ୍ଷରେ ବିଜେପି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ସରକାର ଗଠନ କରିବାକୁ ଯାଉଥିବା ବିଜେପି ଦିଲ୍ଲୀରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ୁଥିଲା। ତେଣୁ ଐତିହାସିକ ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିଜେପି ଦିଲ୍ଲୀରେ ନିଜର ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନାରେ ରଖି କରିଥିଲା। ତାଙ୍କ ନେତୃତ୍ୱରେ ଦଳ ଦିଲ୍ଲୀରେ ଶାସନ କରିବ ବୋଲି କହି ଆସୁଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ବରିଷ୍ଠ ନେତାମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ବାଛିବେ।

Previous Post

ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି

Next Post

ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

FNN WEB

FNN WEB

Next Post
ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.