• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

FNN WEB by FNN WEB
February 10, 2025
in ଓଡ଼ିଶା, ମୁଖ୍ୟ ଖବର
0
କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି
0
SHARES
12
VIEWS

ଭୁବନେଶ୍ୱର : ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ବେଳେ ଯେଉଁଭଳି ଭାବେ ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା, ଯେଉଁଥିପାଇଁ ପ୍ରାୟ ୩୦ ମିନିଟ କାଳ ଖେଳ ବନ୍ଦ ରହିଥିଲା ତାହା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ସମ୍ମୁଖରେ ଓଡିଶାକୁ ଲଜ୍ଜିତ କରିଛି ବୋଲି ବିଜୁ ଜନତା ଦଳ କହିବା ସହିତ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଓଡିଶାକୁ ମିଳିଥିଲା । ଏହି କ୍ରିକେଟ ଖେଳକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀ ମହଲରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା । ଏହି ଆନ୍ତର୍ଜାତୀୟ ମ୍ୟାଚକୁ ସଫଳତା ସହ ଆୟୋଜନ କରିବା ପାଇଁ ଓଡିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ସରକାରଙ୍କ ଗୁରୁ ଦାୟିତ୍ୱ ରହିଥିଲା । ଏଥିପାଇଁ ପ୍ରଶାସନିକ ସ୍ତରରେ ବାରମ୍ୱାର ସମୀକ୍ଷା ବୈଠକ ହୋଇଥିଲା ।

ରାଜ୍ୟର କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ସମୀକ୍ଷା ବୈଠକରେ ଭାଗ ନେବା ସହିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ଓ ପ୍ରସ୍ତୁତିର ତଦାରଖ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଏକ ସମୀକ୍ଷା କରିଥିଲେ । ଏତେ ସବୁ ପ୍ରସ୍ତୁତି ଓ ପ୍ରତିଶ୍ରୁତି ପରେ, ଫ୍ଲଡ଼ ଲାଇଟ ବିଭ୍ରାଟ ଘଟିବା ଯୋଗୁଁ ସମସ୍ତ ଆୟୋଜନ ଫସର ଫାଟିଯାଇଛି । ବିଦ୍ୟୁତ୍ ବିଭାଗର ଇଞ୍ଜିନିୟର ସେଠାରେ କ’ଣ ପାଇଁ ଉପସ୍ଥିତ ନଥିଲେ ଏବଂ ଫ୍ଲଡ ଲାଇଟ୍ ଓ ଜେନେରେଟର ବିଦ୍ୟୁତ ଯୋଗାଣ ବାବଦରେ ବିଦ୍ୟୁତ ବିଭାଗର କୌଣସି ଯନ୍ତ୍ରୀ ଏହି ବିଦ୍ୟୁତ୍ ଯୋଗାଣକୁ ସ୍ୱୀକୃତି ପ୍ରଦାନ କରିଥିଲେ କି ?

ଏହି ଘଟଣା ଯୋଗୁଁ ଓଡିଶା ବିଶ୍ୱର କ୍ରୀଡା ପ୍ରେମୀଙ୍କ ଆଗରେ ନିନ୍ଦିତ ହୋଇଛି । ଦେଶର ଜଣାଶୁଣା କ୍ରୀଡା ସାମ୍ୱାଦିକ ଶ୍ରୀ ବୋରିଆ ମଜୁମଦାର ଏକ୍ସ ର ଏକ ପୋଷ୍ଟରେ ଅତୀତରେ ପାକିସ୍ତାନରେ ଫ୍ଲଡ଼ ଲାଇଟ ବିଭ୍ରାଟ କଥା ସାମ୍ନାକୁ ଆସିଛି । ଏବେ କଟକର ନାଁ ତା ସହିତ ଯୋଡ଼ା ହୋଇଛି ବୋଲି ସେ ଲେଖିଛନ୍ତି । ଏହି ଘଟଣା ଓଡିଶାକୁ ନିନ୍ଦିତ କରିଥିବା ବେଳେ ଓସିଏକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ । କାରଣ, ସମୀକ୍ଷା ଉପରେ ସମୀକ୍ଷା ବୈଠକ କରି ଏହି କ୍ରିକେଟ ଆୟୋଜନର ସଫଳତା ପାଇଁ ବାହାଦୁରି ନେବା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନୁହେଁ କାହିଁକି ? ନିକଟରେ, ରାଉରକେଲାରେ ହକି ଲିଗ୍‌ର ଫାଇନାଲ ମ୍ୟାଚ ବେଳେ ଆୟୋଜନର ଅବ୍ୟବସ୍ଥା କାରଣରୁ ଦଳାଚକଟା ପରିସ୍ଥିତି ହୋଇଥିଲା ।

ସେହିପରି, କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଗାଡି କଳିଙ୍ଗ ଷ୍ଟାଡିୟମର ଟ୍ରାକରେ ଚଢାଇବା ଘଟଣା କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଥିଲା । ଗତ ୮ ମାସରେ କ୍ରୀଡାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବଦାନ ଶୂନ ହୋଇଥିବା ବେଳେ, ବହି ଯାଉଥିବା ଝରଣାରେ ହାତ ଧୋଇବା ପରି, ଆୟୋଜିତ ହେଉଥିବା କ୍ରୀଡା କାର୍ଯ୍ୟକ୍ରମରେ କେବଳ ନିଜର ଉପସ୍ଥିତି ଜାହିର କରି, ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ, କ୍ରିକେଟ ଆୟୋଜନ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟର ବିଫଳତାକୁ ରାଜ୍ୟ ସରକାର ମୁଣ୍ଡକୁ ନିଅନ୍ତୁ ଓ କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଏହି ବିଫଳତା ପାଇଁ ନୈତିକତା ଦୃଷ୍ଟିରୁ ନିଜର ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ତରଫରୁ ଦାବି କରୁଛୁ ବୋଲି ଡ଼ ଲେନିନ ମହାନ୍ତି କହିଛନ୍ତି ।

Previous Post

ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣା: ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ବିଭାଗ

Next Post

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.