ଭୁବନେଶ୍ୱର: ବେଦାନ୍ତ ଗ୍ରୁପ ପକ୍ଷରୁ ଓଡ଼ିଶରେ ପୁଞ୍ଜିନିବେଶ କରାଯିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ଓ ସହଯୋଗ ଆବଶ୍ୟକ। ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ବେଦାନ୍ତ ଗ୍ରୁପ ପୁଞ୍ଜି ନିବେଶ ଉପରେ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆଲୋଚନା କରିଥିବା ସୂଚନା ମିଳିଛି।