• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜାତୀୟ ସଦ୍‌ଭାବନା ପୁରସ୍କାର ପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରି ଆଉ ନାହାଁନ୍ତି: ବିଭିନ୍ନ ମହଲରେ ଶୋକ

FNN WEB by FNN WEB
March 3, 2025
in ଓଡ଼ିଶା, ମୁଖ୍ୟ ଖବର
0
ଜାତୀୟ ସଦ୍‌ଭାବନା ପୁରସ୍କାର ପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରି ଆଉ ନାହାଁନ୍ତି: ବିଭିନ୍ନ ମହଲରେ ଶୋକ
0
SHARES
11
VIEWS

ଭଦ୍ରକ: ଭଦ୍ରକ ମୁସଲିମ ଜମାତ୍ ର ଆଜୀବନ ସଭାପତି, ଶାନ୍ତି ଓ ଓ ସଦ୍‌ଭାବନା ପ୍ରତୀକ, ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସଦଭାବନା ପୁରସ୍କାର ପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରୀଙ୍କ ଆଜି ୮୬ ବର୍ଷ ବୟସରେ ତାଙ୍କ ନୀଳକଣ୍ଠପୁର କାଜିସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ଶଯ୍ୟା ରେ ହୋଇ ନିକଟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଗତ ୧୨ଦିନ ତଳେ ଘରକୁ ଆସି ଚିକିତ୍ସାଧୀନ ଥିଲେ । ଆଜି ସକାଳ ୯ଟା ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ବିୟୋଗ ଖବର ପ୍ରଚାରି ହେବା ପରେ ତାଙ୍କ ବାସଭବନକୁ ଶୋକାକୂଳ ବ୍ୟକ୍ତିଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ମହମ୍ମଦ ସାମସୁଲ ହୋଦା ଓ ମାଜିଦା ଖାତୁନ୍‌ଙ୍କ ଔରସରୁ ୧୫ମାର୍ଚ୍ଚ ୧୯୩୯ ତାରିଖରେ ବାରୀବାବୁ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ୧୯୬୬ରେ ଭଦ୍ରକ ଏନଏସି ର ଉପ ନଗରପାଳ ଭାବେ ନିର୍ବାଚିତ ହେବା ସହ ୧୯୭୩, ୧୯୭୯ ଓ ୧୯୮୫ରେ ୩ଥର କାଉନସିଲର ଭାବେ ନିର୍ବାଚିତ ହୋଇ ଜନସେବାରେ ନିୟୋଜିତ ଥିଲେ । ସେହିପରି ୧୯୯୪ରେ ୱାକଫ୍‌ବୋର୍ଡର ସଦସ୍ୟ ରହିବା ସହ ୧୯୯୩ରେ ରାଜ୍ୟ ହଜ୍ କମିଟି ସଭ୍ୟ ୧୯୯୦ରେ ଭଦ୍ରକ ମହିଳା କଲେଜ ଗଭର୍ଣ୍ଣିଂ କମିଟି ସଭ୍ୟ ଥିଲେ । ୧୯୯୩ରୁ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏଁ ସେ ଭଦ୍ରକ ମୁସଲିମ ଜମାତର ସଭାପତି ଭାବେ ଦୀର୍ଘ ୨୮ବର୍ଷ ନିରବଚ୍ଛିନ୍ନ ଭାବେ ନିଜର ଦାୟିତ୍ୱ ସମ୍ଭାଳି ଜିଲ୍ଲା ତଥା ରାଜ୍ୟରେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିଭଳି ସେ ରାଜ୍ୟ ଉର୍ଦ୍ଦୁ ଏକାଡେମୀର ସଭ୍ୟ ଭାବେ ମନୋନୀତ ହୋଇଥିଲେ । ସେ ଦୀର୍ଘଦିନ ହେବ କଚେରୀ ବଜାର ବଣିକ ସଂଘ ସଭାପତି ପଦବୀ ସହ ଜିଲ୍ଲା ସ୍ୱେଚ୍ଛାକୃତ ରକ୍ତଦାତା ସଂଘର ସଭାପତି, ରୋଗୀ କଲ୍ୟାଣ ସମିତି ସଭ୍ୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରିଥିଲେ । ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଲାଗି ୨୦୧୩ ମସିହା ୨୦ ସେପଟେମ୍ବର ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଜାତୀୟ ସଦଭାବନା ପୁରସ୍କାର ପାଇ ଜିଲ୍ଲା ତଥା ରାଜ୍ୟର ଗୌରବ ଆଣିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ନସିରା ଖାତୁନ, ୪ପୁଅ-ନିଆଜ, ଇମତିଆଜ, ନୟିମ ଓ ସମିମ ବାରୀଙ୍କ ସମେତ ଝିଅ ନସିମା ଓ ନାହିଦଙ୍କ ସମେତ ପୁରା ପରିବାର ଉପସ୍ଥିତ ଥିଲେ । ବାରୀ ବାବୁଙ୍କ ମୃତ୍ୟୁଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରି ବିଧାୟକ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର, ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରାଧ୍ୟକ୍ଷା ଗୁଲ୍ଲମକୀ ଦଲାୱାଜି ହବିବ, ରୋଭର୍ସ କ୍ଲକ ସମ୍ପାଦକ ହରି ନନ୍ଦୀ, ସମାଜସେବୀ ଏସ୍‌ଏମ୍ ଫାରୁକ, ମୁସଲିମ ଜମାତ ର ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାଁନ, ସମ୍ପାଦକ ସେଖ ସିରାଜୁଦ୍ଦିନ, ହାଜି ଅନୱାର ହୋସେନ, ଆଇନଜୀବୀ ତାହେର ମହମ୍ମଦ, ପ୍ରାକ୍ତନ କାଉନସିଲର ବିଦ୍ୟାଧର ସାହୁ, ମିଡିଆ ସେଲ୍ ସଂଯୋଜକ ଶେଖ ଅନୱାର(ବାବୁ)ଙ୍କସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନ ରେ ପହଂଚି ଶେଷ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିଲୀପ ରାଉତରାଏ, ତହସିଲଦାର ପ୍ରିୟଦର୍ଶନ ସଂଗ୍ରାମକେଶରୀ ଖୁଟିଂଆଙ୍କ ସହ ବହୁ ପୋଲିସ ପଦାଧିକାରୀ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟାହ୍ନ ୨ଟାରେ ଏକ ସୁସଜ୍ଜିତ ଗାଡିରେ ସ୍ୱର୍ଗତ ବାରୀ ବାବୁଙ୍କ ମରଶରୀରକୁ ତାଙ୍କ ବାସଭବନରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ସହର ପରିକ୍ରମା କରାଯାଇଥିଲା । ଏହି ପରିକ୍ରମା ସମୟରେ ରାସ୍ତାର ଉଭୟ ଛକ ମାନଙ୍କରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଜି ରାତି ସାଢେ ୧୧ଟାରେ ଟ୍ରେନିଂ ସ୍କୁଲ ପଡିଆରେ ଜନାଜା ନମାଜ ପାଠ କରାଯାଇ ସ୍ୱର୍ଗତ ବାରୀଙ୍କୁ ତାଙ୍କ ବାସଭବନ ପରିସରରେ କବର ଦିଆଯାଇଛି ।

Previous Post

ମାର୍ଚ୍ଚ ୫ରେ ଆଡମ୍ବର ସହ ପାଳନ ହେବ ବିଜୁ ବାବୁଙ୍କ ଜୟନ୍ତୀ

Next Post

ଧାନ କିଣାରେ ହେଉଛି ବ୍ୟାପକ ଦୁର୍ନିତୀ:ନବୀନଙ୍କୁ ଭେଟିଲେ ନବନିର୍ମାଣ ସଂଗଠନ

FNN WEB

FNN WEB

Next Post
ଧାନ କିଣାରେ ହେଉଛି ବ୍ୟାପକ ଦୁର୍ନିତୀ:ନବୀନଙ୍କୁ ଭେଟିଲେ ନବନିର୍ମାଣ ସଂଗଠନ

ଧାନ କିଣାରେ ହେଉଛି ବ୍ୟାପକ ଦୁର୍ନିତୀ:ନବୀନଙ୍କୁ ଭେଟିଲେ ନବନିର୍ମାଣ ସଂଗଠନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.