• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମବାୟ କ୍ଷେତ୍ର ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

FNN WEB by FNN WEB
March 4, 2025
in ଓଡ଼ିଶା, ମୁଖ୍ୟ ଖବର
0
ସମବାୟ କ୍ଷେତ୍ର ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ
0
SHARES
0
VIEWS

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ୩ୟ ରାଜ୍ୟସ୍ତରୀୟ ସମବାୟ ଉନ୍ନୟନ (ଏସସିଡିସି) କମିଟି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆନ୍ତଜାତିକ ସମବାୟ ବର୍ଷ ୨୦୨୫ ପାଳନ ପ୍ରସ୍ତୁତି ସଂପର୍କିତ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୨୫କୁ ଆନ୍ତର୍ଜାତିକ ସମବାୟ ବର୍ଷ (ଆଇଓ୍ୱାଇସି) ଭାବେ ଘୋଷଣା କରାଯାଇଛି । “ଉତ୍ତମ ବିଶ୍ୱ ଗଠନରେ ସମବାୟ” ଶୀର୍ଷକ ଆଧାରରେ ଏହି ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କାର୍ଯ୍ୟକାରିତାରେ ବୈଶ୍ୱିକ ଆହ୍ୱାନର ସମାଧାନରେ ସମବାୟ ମଡେଲର ଗୁରୁତ୍ୱ ରହିଛି । ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ଦେଶରେ ଆଇୱାଇସି – ୨୦୨୫ ର ଶୁଭାରମ୍ଭ କରିସାରିଛନ୍ତି । ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟ ବର୍ଷ ସାରା ବିଭିନ୍ନ ରାଜ୍ୟରେ ଏହା କିପରି ପାଳନ କରାଯିବ, ସେଥିପାଇଁ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି ।

ବୈଠକରେ ଓଡ଼ିଶାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଚଳିତ ମାର୍ଚ୍ଚ ୨୦୨୫ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, କୃଷି ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । କୃଷି ଓ କୃଷକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମବାୟ କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଓ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

୨୦୨୫ ବର୍ଷରେ ପ୍ରତି ମାସରେ ରାଜ୍ୟ, ଜିଲ୍ଲା ଓ ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ କାର୍ଯ୍ୟ ଯୋଜନା ଉପସ୍ଥାପନ କରାଯାଇଥିଲା । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ସର୍ବୋଚ୍ଚ କମିଟିର ମୁଖ୍ୟ ରହିଛନ୍ତି । ଓଡ଼ିଶାରେ ଉତ୍ସବ ପାଳନ ପାଇଁ ଏକ ଆକ୍ସନ ପ୍ଲାନ୍ ଉପସ୍ଥାପିତ ହୋଇଛି । ଏହି ସର୍ବୋଚ୍ଚ କମିଟି ରାଜ୍ୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ, ଏବଂ ମାର୍ଗଦର୍ଶନ କରିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ ସମିତି (ଏସସିଡିସି) ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟକାରିତା ତଦାରଖ କରିବ । ଗଠିତ ଜିଲ୍ଲାସ୍ତରୀୟ ସମବାୟ ଉନ୍ନୟନ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକର ତଦାରଖ, ସହଯୋଗ ଏବଂ ମାର୍ଗଦର୍ଶନ କରିବ । ଯୋଜନା କାର୍ଯ୍ୟକଳାପଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ବ୍ୟାପକ ଗଣମାଧ୍ୟମ ଯୋଜନା ପ୍ରସ୍ତୁତ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

ବର୍ଷସାରା ବିଭିନ୍ନ ମାସରେ ସମବାୟର ବିକାଶ ଉପରେ ଆଲୋଚନା ଚକ୍ର, କର୍ମଶାଳା, ବୈଠକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା ଆୟୋଜନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ, ବିତର୍କ, କୁଇଜ୍ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମଗୁଡ଼ିକରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଆୟୋଜନ, ସମବାୟ ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ପଥପ୍ରାନ୍ତ ନାଟକ ଆଦି ଆୟୋଜନ, ସମବାୟ ସମ୍ପର୍କରେ ସୂଚନା , ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ସମବାୟ ସମିତି ଦ୍ୱାରା “:ସମବାୟ ରଥ” ପରିଭ୍ରମଣ ,ସମବାୟ କାର୍ଯ୍ୟକ୍ରମ ବୃଦ୍ଧି ଏବଂ ସଦସ୍ୟତା ବୃଦ୍ଧି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କୃଷକ ଶିବିର ଆୟୋଜନ କରାଯିବ । ସମବାୟ ସମିତିଗୁଡ଼ିକୁ ବହୁମୁଖୀ ସଂଗଠନରେ ପରିଣତ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଉତ୍ତମ ପ୍ରଦର୍ଶନ କାରୀ ସମବାୟ ସମିତିକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା, ମଡେଲ ପ୍ୟାକ୍ସ ଉଦଘାଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ବର୍ଷସାରା ଅନୁଷ୍ଠିତ ହେବା ସଂପର୍କରେ ସମବାୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

Previous Post

୧୦୦ କୋଟିରୁ ଉର୍ଦ୍ଧ ବ୍ୟୟର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Next Post

ଚାମ୍ପିୟନ୍ସ ଟ୍ରଫି: ହାରିଲା ଅଷ୍ଟ୍ରେଲିଆ, ଫାଇନାଲରେ ଭାରତ

FNN WEB

FNN WEB

Next Post
ଚାମ୍ପିୟନ୍ସ ଟ୍ରଫି: ହାରିଲା ଅଷ୍ଟ୍ରେଲିଆ, ଫାଇନାଲରେ ଭାରତ

ଚାମ୍ପିୟନ୍ସ ଟ୍ରଫି: ହାରିଲା ଅଷ୍ଟ୍ରେଲିଆ, ଫାଇନାଲରେ ଭାରତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.