• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
March 7, 2025
in ଓଡ଼ିଶା, ମୁଖ୍ୟ ଖବର
0
ଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ: ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ରାଜ୍ୟରେ ୧୪ଟି ଥାନା ଉଦଘାଟିତ, ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ମିତ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଗୃହ ସହିତ ରାଜ୍ୟର ଅନ୍ୟ ୧୩ଟି ନବନିର୍ମିତ ଥାନା ଗୃହକୁ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମୁଦାୟ ୪୧ କୋଟି ୯୯ ଲକ୍ଷ ୫୯ ହଜାର ଟଙ୍କା ବିନିମୟରେ ଏହି ୧୪ଟି ଥାନା ନିର୍ମିତ ହୋଇଥିବା ବେଳେ ଥାନାଗୁଡିକରେ ଅତ୍ୟାଧୁନିକ ଭିତ୍ତିଭୂମି ତଥା ବୈଜ୍ଞାନିକ କାରିଗରୀ କୌଶଳ ନିମିତ୍ତ ଯନ୍ତ୍ରାଂଶ ଉପଲବ୍ଧ ରହିଛି, ଯାହାଦ୍ୱାରା ପୁଲିସ ଅଧିକାରୀ ମାନେ ଅଧିକ ଦକ୍ଷତାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରିବେ। ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଲିସ ଅଧିକାରୀମାନଙ୍କୁ କଡ଼ା ତାଗିଦ କରି କହିଛନ୍ତି ଯେ ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବାକୁ ପଡ଼ିବ। କେହି ଜିରୋ ଏଫଆଇଆର୍‌‌ ଦେଲେ ତାକୁ ରଖିବାକୁ ହେବ। ଜିରୋ ଏଫଆଇଆର ନ ରଖିଲେ ନିଲମ୍ବନ କରାଯିବ। ଥାନାରେ ଏତଲା ରଖାଗଲା ନାହିଁ ବୋଲି ଯେମିତି ଶୁଣାଯିବନି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଥାନାରେ କିଭଳି ପୁଲିସ ଶୁଣେନି ତାର ମୁଁ ଭୁକ୍ତଭୋଗୀ। ଗତ ୨୪ ବର୍ଷର ସରକାର ଅମଳରେ ଥାନାରେ କିଛି ଶୁଣା ଯାଉନଥିଲା। ମୁଁ ଏଭଳି ଘଟଣାର ଦୁଇଥର ଭୁକ୍ତଭୋଗୀ। କେନ୍ଦୁଝର ସଦର ଥାନାରେ ମୋତେ ଏଭଳି ଦୁଇଥର ସାମ୍ନା କରିବାକୁ ପଡ଼ିଛି। ଥରେ କେନ୍ଦୁଝର ଥାନା ଆଇଆଇସି ମୋତେ ଦୁର୍ବ୍ୟବହାର କରିଥିଲେ, ତାହା ସମସ୍ତେ ଜାଣନ୍ତି। ଆଉଥରେ ସେହି ସଦର ଥାନାରେ ମଧ୍ୟ ମୋ କଥା ଆଇଆଇସି ଶୁଣିନଥିଲେ। ମୋ ଅଞ୍ଚଳର ଜଣେ ଲୋକଙ୍କୁ ସାଲିଆ ସାହିରେ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀ ଏବଂ ଆଉ ଜଣେ ତାଙ୍କୁ ହତ୍ୟା କରିଥିଲେ। ଏ ସମ୍ପର୍କରେ ସଦର ଥାନା ପୁଲିସ ଏତଲା ରଖିବାକୁ ମନା କରିଦେଇଥିଲା। ଘଟଣା ଯେଉଁଠି, ସେଇଠି ଏତଲା କରିବାକୁ ପୁଲିସ ରୋକଠୋକ କହିଥିଲା। ମୁଁ ଆଇଆଇସିଙ୍କୁ କହିଲି, ସେ ମୋ କଥାକୁ ବିଲକୁଲ ଶୁଣିଲେ ନାହିଁ। ଏସଡିପିଓଙ୍କୁ କହିଲି, ସେ ଆଇଆଇସିଙ୍କୁ କହିଲେ, ତଥାପି ଶୁଣିଲେନି। ଶେଷକୁ ଏସପିଙ୍କୁ ଫୋନ କରି ମୃତଦେହ ଥାନାରେ ରଖିଦେବି କହିଥିଲି। ଏସପି କହିଲା ପରେ ସେ ଆଇଆଇସି ଏଫଆଇଆର ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ସ୍ପାଇଡର ଲୁଟେରା ସତୀଶକୁ ଧରିବାକୁ କିଭଳି ନିର୍ଦେଶ ଦେଇଥିଲେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରୀ ହୋଇଥିଲା। ଚୋର ପାତାଳରେ ଥିଲେ ବି ଧରିବାକୁ ମୁଁ ନିର୍ଦେଶ ଦେଇଥିଲି। ଅତ୍ୟାଧୁନିକ ଟେକ୍ନୋଲୋଜି ବଳରେ ଚୋର ଧରିବାକୁ ନିର୍ଦେଶ ଦେଇଥିଲି। ସବୁବେଳେ ଦ୍ୱିତୀୟ ଓ ତୃତୀୟ ମହଲାକୁ ଟାର୍ଗେଟ କରୁଥିଲା ଲୁଟେରା। ଶେଷରେ ପୁଲିସ ସଫଳ ହେଲା ଏବଂ ସ୍ପାଇଡର ସତୀଶକୁ ଧରିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

Previous Post

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ

Next Post

ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.