• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

FNN WEB by FNN WEB
March 7, 2025
in ଓଡ଼ିଶା, ମୁଖ୍ୟ ଖବର
0
ପୁଲିସ ବିଭାଗର ଆଧୂନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
0
SHARES
1
VIEWS

ଭୁବନେଶ୍ୱର : ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହା କହିଛନ୍ତି।

ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶମାନଙ୍କ ମଧ୍ୟରୁ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷାନବୀଶମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ଵରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ।

ଆଗାମୀ ଦିନରେ ଦୈନନ୍ଦିନ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନ୍ ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ ଇତ୍ୟାଦି କ୍ଷେତ୍ରରେ ଆପଣମାନେ ପୁଲିସ ବାହିନୀର ନେତୃତ୍ଵ ନେବେ । ଆଜିଠାରୁ, ଆପଣମାନେ କଠିନରୁ କଠିନ ଆହ୍ଵାନଗୁଡିକ ପାଇଁ ପ୍ରସ୍ତୁତ ହେବା ଉଚିତ୍। ମୁଁ ଦୃଢ ନିଶ୍ଚିତ ଯେ, ଆପଣମାନଙ୍କ ଦକ୍ଷତା, ବିଶେଷ ଭାବରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ଆହୁରି ଶକ୍ତିଶାଳୀ କରିବ ଏବଂ ସାଇବର ଅପରାଧର ମୂଳୋତ୍ପାଟନ କରିବାରେ ସକ୍ଷମ ହେବ।

ପୁଲିସର ଆଧୂନିକୀକରଣ ଓ ପୁଲିସ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ପୁଲିସ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆମ ସରକାର ଅବଗତ ଅଛନ୍ତି । ପୁଲିସ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଆମ ସରକାର ଯତ୍ନବାନ ରହିବେ । ଲୋକବଳ ଅଭାବରୁ ପୋଲିସ ଚାପଗ୍ରସ୍ତ ରହୁଥିବାରୁ ତାକୁ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ । ପୁଲିସ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ତାଲିମ ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବ ।

ପୁଲିସ ସେବାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସମସ୍ତ ପଦ ପଦବୀ ଗୁଡିକୁ ପୂର୍ଣ୍ଣ କରିବା ପାଇଁ ଆମ ସରକାର ଚେଷ୍ଟିତ ଅଛନ୍ତି ଏବଂ ନୂତନ ପଦବୀ ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଆମ ପୁଲିସ ସେବାକୁ ଆହୁରି ଯୁଗୋପଯୋଗୀ ଓ ଦୃଢ ହେବାକୁ ପଡିବ ଏଣୁ ପ୍ରତ୍ୟେକ ଆରକ୍ଷୀ ଉପ-ନିରୀକ୍ଷକମାନଙ୍କୁ ମୋଟର ସାଇକେଲ, ଲାପଟପ, ମୋବାଇଲ ଫୋନ ଓ ପେନଡ୍ରାଇଭ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁବେଳେ ନିଜ ଡ୍ୟୁଟି ପ୍ରତି ସଚ୍ଚୋଟ ହେବା ଆବଶ୍ୟକ। ଦୁର୍ନୀତି, ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ମୁଁ, ସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିବି, ଏହି ବାର୍ତ୍ତା ସବୁଠାରୁ ତଳ ସ୍ତରରେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଏହି ଅବସରରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ, ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବୀଶମାନଙ୍କୁ ଆଗାମୀ ଦାୟିତ୍ୱ ଓ କାର୍ଯ୍ୟବୋଧତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେବା କ୍ଷେତ୍ରରେ ପୁଲିସର ଖାକି ୟୁନିଫର୍ମ ସର୍ବଦା କର୍ତ୍ତବ୍ୟନିଷ୍ଠା, ଓ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ, (ତାଲିମ) ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ବୃନ୍ଦ, ଏକାଡେମୀର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ, ଏବଂ ଶିକ୍ଷାନବୀଶଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

Previous Post

ଜିରୋ ଏଫଆଇଆର୍‌‌ ନ ରଖିଲେ ନିଲମ୍ବନ: ମୁଖ୍ୟମନ୍ତ୍ରୀ

Next Post

ବିଜୁଙ୍କ ପ୍ରତି ‘ଅପମାନ’ ଏବଂ ମହିଳା ସୁରକ୍ଷାକୁ ନେଇ ବିଜେଡି-କଂଗ୍ରେସର ହଟ୍ଟଗୋଳ

FNN WEB

FNN WEB

Next Post
ବିଜୁଙ୍କ ପ୍ରତି ‘ଅପମାନ’ ଏବଂ ମହିଳା ସୁରକ୍ଷାକୁ ନେଇ ବିଜେଡି-କଂଗ୍ରେସର ହଟ୍ଟଗୋଳ

ବିଜୁଙ୍କ ପ୍ରତି 'ଅପମାନ' ଏବଂ ମହିଳା ସୁରକ୍ଷାକୁ ନେଇ ବିଜେଡି-କଂଗ୍ରେସର ହଟ୍ଟଗୋଳ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.