• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ନବ ଦାସ ହତ୍ୟା ମାମଲା: ପୂର୍ବତନ ସିଡିଏମ୍ଓ, ଡାକ୍ତରଙ୍କ ସମେତ ୫ଜଣଙ୍କ ବୟାନ୍‌ ରେକର୍ଡ

FNN WEB by FNN WEB
March 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ନବ ଦାସ ହତ୍ୟା ମାମଲା: ପୂର୍ବତନ ସିଡିଏମ୍ଓ, ଡାକ୍ତରଙ୍କ ସମେତ ୫ଜଣଙ୍କ ବୟାନ୍‌ ରେକର୍ଡ
0
SHARES
0
VIEWS

ଝାରସୁଗୁଡ଼ା: ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ୧୧ଟା ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହୋଇଥିଲା ଗୁଳି ମାଡ଼ । ତେଣୁ ସେଇଠି ପ୍ରଥମେ ଛାନବିନ୍ କରିଛି କ୍ରାଇମବ୍ରାଞ୍ଚ୍ । ଗୁଳି କେଉଁ ପଟୁ ନବଙ୍କ ଶରୀରକୁ ବିଦ୍ଧ କରିଥିଲା? ଅଭିଯୁକ୍ତ ଗୋପାଳ କେଉଁଠୁ ଥାଇ ଗୁଳି ମାରିଥିଲା? ଏସବୁକୁ ପୁଣି ଥରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ । ଏସବୁ ଛାନବିନ୍ କରିବା ସହ ଟିମ୍ ସେତେବେଳେ ଗୋପାଳ ଚାକିରି କରୁଥିବା ଗାନ୍ଧି ଛକ ଫାଣ୍ଡି ଯାଇ ପଚରାଉଚରା କରିଛି । ସେଠିକାର କିଛି କର୍ମଚାରୀଙ୍କୁ ଗୋପାଳ ସମ୍ପର୍କରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ । ଗାନ୍ଧି ଛକ ପାଖରେ ଥିବା ଗୋପାଳର ଭାଇ କରିଥିବା ହୋଟେଲକୁ ବି ଯାଇଥିଲା ତଦନ୍ତକାରୀ ଦଳ । ହୋଟେଲର ଘର ମାଲିକକୁ ଡାକି ପଚରାଉଚରା ବି କରିଥିଲା । ବ୍ରଜରାଜନଗରରେ ଖୋଳତାଡ଼ ପରେ ଟିମ୍ ବାହାରିଥିଲା ଝାରସୁଗୁଡ଼ା ସଦର ହସ୍ପିଟାଲ । ଗୁଳି ମାଡ଼ ପରେ କେଉଁ ସ୍ଥିତିରେ ନବ ଦାସ ମେଡିକାଲ ଆସିଥିଲେ? ସେତେବେଳେ ମନ୍ତ୍ରୀଙ୍କ ଅବସ୍ଥା କେତେ ସିରିଏସ୍ ଥିଲା ? ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପାଇଁ କେଉଁଠୁ ନିର୍ଦ୍ଦେଶ ଆସିଲା ? ନବଙ୍କ ସହ କିଏ କିଏ ଯାଇଥିଲେ? ଏସବୁ ପ୍ରଶ୍ନ ଗୋଟି ଗୋଟି କରି ସେତେବେଳର ସିଡିଏମ୍ଓ ଥିବା ଡୋଳାମଣି ପଟେଲଙ୍କୁ ପଚାରିଛି ଟିମ୍ ।

ନବ ଦାସଙ୍କୁ ଚିକିତ୍ସା କରିଥିବା ଅନ୍ୟ ଦୁଇ ଜଣ ଡାକ୍ତର, ମେଡିସିନ୍ ସ୍ପେଶାଲିଷ୍ଟ ରଞ୍ଜନ ପଟେଲ ଓ ସର୍ଜରୀ ସ୍ପେଶାଲିଷ୍ଟ ଜିତେନ ପଟେଲଙ୍କଠାରୁ ବି BNSS ଧାରା ୧୬୧ରେ ରେକର୍ଡ କରିଛି ବୟାନ । ଏଥିସହିତ ଏୟାରଲିଫ୍ଟିଂ ବେଳେ ସାଥିରେ ଯାଇଥିବା ନର୍ସଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଯଦିଓ ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।

ପୂର୍ବ ଟିମ୍ ଇନଭେଷ୍ଟିଗେସନ୍ ଯେଉଁଠି ଶେଷ କରିଥିଲା ନୂଆ ଟିମ୍ ସେଇଠୁ ଖିଅ ଧରୁଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ପରିବାର ସଦସ୍ୟଙ୍କ ସାକ୍ଷାତ, ଅନ୍ୟପଟେ ନବ ହତ୍ୟା ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସବୁ ଭିତରେ ଜାରି ରହିଛି ପଲଟିକାଲ ବୟାନବାଜି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଏବେ ବି ଓଡ଼ିଶା ପୋଲିସ ତଦନ୍ତ ଉପରେ ନବଙ୍କ ପରିବାରର ଭରସା ନାହିଁ । ତେଣୁ ସିବିଆଇ ତଦନ୍ତ ହିଁ କରାଯାଉ । ଯେହେତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରକୃତ ଦୋଷୀକୁ ଧରାଯିବ, ତେଣୁ ଗୋପାଳ ଅସଲ ଦୋଷୀ ନୁହେଁ, ସେଥିପାଇଁ ତାକୁ ଆଗେ ଜାମିନରେ ଛଡ଼ାଯାଉ । ଅପରପକ୍ଷେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ନବ ହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚାପ ପ୍ରୟୋଗ କରିବେ । ହତ୍ୟାର ଦୁଇ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ସଦସ୍ୟଙ୍କ ଜ୍ଞାନ କେମିତି ଉଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି । ଏବେ ଦେଖିବାର କଥା କ୍ରାଇମବ୍ରାଞ୍ଚ ନବ ହତ୍ୟା ରହସ୍ୟକୁ ଭେଦ କରୁଛି ନା ସିବିଆଇ ହାତକୁ ତଦନ୍ତ ଭାର ଯାଉଛି ।

Previous Post

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୬ ମାଓବାଦୀଙ୍କ ପ୍ରାଣହାନି, ଜଣେ ଯବାନ ସହିଦ

Next Post

ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ: ମୁଖ୍ୟମନ୍ତ୍ରୀ

ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.