କଟକ : ୪୨ ମୌଜା କୂଳସରିଚୂଆଁ ସ୍ଥିତ ରେକୀ ମିଶନ (ଆରଏମ୍)ସ୍କୁଲ୍ ପକ୍ଷରୁ ଆୟୋଜିତ ବହୁ ପ୍ରତିଷ୍ଠିତ ୧୮ତମ ରାଜ୍ୟସ୍ତରୀୟ ମହା ଶିଶୁପର୍ବର ଉଦଯାପନୀ ଉତ୍ସବ ପ୍ରତିଷ୍ଠାତା ତଥା ବିଜ୍ଞାନୀ ଗୁରୁ ଶ୍ରୀସନ୍ଥଙ୍କ ମାର୍ଗଦର୍ଶନରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆରଏମ୍ ସ୍କୁଲ ପ୍ରାଙ୍ଗଣରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟଅତିଥି ଭାବେ ଏମ୍ସର ଉପଦେଷ୍ଠା ପଦ୍ମଶ୍ରୀ ଅଶୋକ ମହାପାତ୍ର, ମୁଖ୍ୟବକ୍ତା ଏଫ ଏମ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳସଚିବ କୁମରବର ଦାସ, ସମ୍ମାନିତ ଅତିଥି ନାଇଜରର କୁଳସଚିବ ଅଭୟ ନାୟକ, ପ୍ରଫେସର ନିରଞ୍ଜନ ପାଢ଼ୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ 130 ସ୍କୁଲରୁ ଅଂଶଗ୍ରହଣ କରିଥିବା ୮୨ ଜଣ କୃତିପ୍ରତୀଯୋଗିଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।
୨୧ରୁ ୨୩ ତଥା ତିନିଦିନ ଧରି ଅନୁଷ୍ଠିତ ମହା ଶିଶୁପର୍ବର ସମସ୍ତ କାର୍ଯ୍ୟକୁ ସ୍କୁଲର ସଂଯୋଜକ ଭାରତ ଭୂଷଣ ରାୟ ପରିଚାଳନା କରିଥିବା ବେଳେ ରେକି ମିଶନର ସମସ୍ତ ଗୁରୁସେନା ଓ ଶକ୍ତିସେନା ମାନେ ପୂର୍ଣ୍ଣମାତ୍ରାରେ ତାଙ୍କୁ ସହଯୋଗ କରିଥିଲେ। ଲିପୁ ପୃଷ୍ଟି ଓ ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ ଅତିଥିମାନଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବା ବେଳେ, ଉପାଧ୍ୟକ୍ଷା ସରସ୍ୱତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହା ଶିଶୁପର୍ବରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପାନୀୟର ସମସ୍ତ ଦାୟିତ୍ଵ ଗୁରୁସେନାର ମୁଖ୍ୟ ବାପି ବରାଳ ସୂଚାରୁରୂପେ ତୁଲାଇଥବା ବେଳେ ଆରପି ସିଂହ, ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ସରୋଜିନୀ ମହାପାତ୍ର, ପ୍ରିୟଙ୍କା ବେହେରା, ତୃପ୍ତି ନାୟକ, କାଜଲ ପ୍ରଧାନ, ଅଲିଭା ଦଳାଇ, ପ୍ରିୟତମା ସ୍ଵାଇଁ, ବର୍ଷା ମୂଳିଆ, ସ୍ମୃତିପ୍ରଜ୍ଞା ମହାପାତ୍ର, କବିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।














