ବାଲେଶ୍ବର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ମଧ୍ୟାହ୍ନ ୧୨ ଟାରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAM (Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର। ଡିଆରଡିଓ ଓ ନୌସେନା ତରଫରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ସୂଚନା। ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ୩୨୦୦ ଲୋକଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା