• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

FNN WEB by FNN WEB
June 12, 2026
in ଓଡ଼ିଶା, ମୁଖ୍ୟ ଖବର
0
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ
0
SHARES
0
VIEWS


ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ଦୁଇ ବର୍ଷ ପୂରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହିବା ସହ ଆଗାମୀ ଦିନରେ ନୂଆ ଯୋଜନା ବାବଦରେ ସୂଚନା ଦେଇଛନ୍ତି। ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ । ଡବଲ୍ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି । ୨ ବର୍ଷରେ ୧୨୧ଟି ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଭାବ ପକାଇଛି । ଆମର ନୀତି ବିକାଶର ଗତିରେ ସମସ୍ତେ ଭାଗିଦାରି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣରେ କହିଛନ୍ତି ।

ଓଡିଶା ବିକାଶ ପାଇଁ ସ୍ପଷ୍ଟ ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଏହି ଲକ୍ଷ୍ୟ ହାସଲ ଦିଗରେ, ମୋଦୀଜୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ଡବଲ ଇଞ୍ଜିନ୍ ସରକାରଙ୍କ ଡବଲ ଇମ୍ପାକ୍ଟ, ଓଡିଶାର ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ସହରରେ ପ୍ରତିଫଳିତ ହେଉଛି। ଏହି ୨ ବର୍ଷରେ ଆମ ସରକାରଙ୍କ ପଦକ୍ଷେପ ଯୋଗୁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି । ଓଡିଶାବାସୀ ବର୍ତ୍ତମାନ ପୂର୍ବ ଅପେକ୍ଷା ନିଜର ଭବିଷ୍ୟତକୁ ନେଇ ଅଧିକ ଆଶାବାଦୀ ଓ ଆତ୍ମବିଶ୍ବାସୀ ହୋଇପାରିଛନ୍ତି । ରାଜ୍ୟ ସରକାରଙ୍କ ନୀତି ହେଉଛି, ବିକାଶର ସୁଫଳରେ ସମସ୍ତେ ଭାଗୀଦାର। ବିଶେଷକରି, ଗରିବ ଲୋକର ପ୍ରଥମ ଅଧିକାର ରହିଛି । ଗତ ୨ ବର୍ଷରେ ଆମ ସରକାର ୧୨୧ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଯାହା ଓଡିଶାକୁ ସମୃଦ୍ଧ ଓଡିଶାର ନିକଟତର କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଏମ୍ ମୋହନ ମାଝୀ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବ ୨୪ ବର୍ଷର କଥାକଥିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ନଥିଲା । ପ୍ରତ୍ୟେକ ଗାଁରେ ପାନୀୟ ଜଳ, ଯାତାୟାତ ପାଇଁ ରାସ୍ତା, ବିଜୁଳି ସଂଯୋଗ ଭଳି ମୌଳିକ ସୁବିଧା ନଥିଲା । ମାତ୍ର ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ଆମ ସରକାର ଅଣ୍ଟା ଭିଡିଛି ଏବଂ ଆଗାମୀ ୨୦୨୭ ଶେଷ ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରିଛି । ଏହି ଦିଗରେ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଆମେ ନିଶ୍ଚିତ ଭାବେ ସଫଳ ହେବୁ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ ଅର୍ଥାତ୍ ‘ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗ’ଙ୍କ ପାଇଁ ଆମେ ପ୍ରଥମିକତା ଭିତ୍ତିରେ କାର୍ଯ୍ୟ କରୁଛୁ ବୋଲି ମୋହନ ମାଝୀ କହିଛନ୍ତି ।

ମହିଳା ସଶକ୍ତିକରଣ:
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ନାରୀଶକ୍ତି ନମସ୍ୟା। ତେଣୁ ମହିଳା ସଶକ୍ତିକରଣରୁ ଆମ ସରକାରଙ୍କ ରିପୋର୍ଟ କାର୍ଡ ଆରମ୍ଭ କରୁଛି । ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ପରେ ପ୍ରଥମ କ୍ୟାବିନେଟରେ ‘ସୁଭଦ୍ରା ଯୋଜନା’କୁ ଅନୁମୋଦନ କରାଯାଇଥିଲା । ଏହି ଦୁଇ ବର୍ଷ ମଧ୍ୟରେ ୨୦ ହଜାର ୬୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଏବେ ସୁଦ୍ଧା ୧୩୦୦ ଗରିବ କନ୍ୟାଙ୍କୁ ମର୍ଯ୍ୟାଦାଜନକ ଭାବେ ବିବାହ କରାଯାଇଛି । ରାଜ୍ୟ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି କନ୍ୟା ସୁମଙ୍ଗଳ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ, ବେଟି ପଢାଅ’ ନୀତିର ଏହା ଏକ ସାର୍ଥକ ପ୍ରତିଫଳନ । ସେହିପରି ଗତ ଦୁଇ ବର୍ଷ ମଧ୍ୟରେ ଚାରି ଲକ୍ଷରୁ ଅଧିକ SHGକୁ ରିହାତି ସୁଧରେ ୩୮ ହଜାର ୭୯୫ କୋଟି ଟଙ୍କାର ବ୍ୟାଙ୍କ ଋଣ ସଂଯୋଗୀକରଣ ସୁବିଧା ଯୋଗାଇ ଦିଆଯାଇଛି । ଏହାଦ୍ବାରା ୨୩ ଲକ୍ଷ ୫୦ ହଜାର ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯ ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଆମପାଇଁ କୃଷକ ନୁହନ୍ତି, ସେମାନେ ଆମପାଇଁ ଅନ୍ନଦାତା। ତେଣୁ, ଅନ୍ନଦାତାଙ୍କୁ ସମ୍ମାନ ଦେବା ସହ ଆମେ ତାଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ। ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନା ପରି ସମୃଦ୍ଧ ଓଡିଶାକୁ ଆମ ସରକାର ଅନୁମୋଦନ ଦେଇଥିଲା। ୨୦୨୫-୨୬ ଖରିଫ୍ ଋତୁରେ ଗତ ମାସ ୭ ତାରିଖ ସୁଦ୍ଧା ରେକର୍ଡ ସଂଖ୍ୟକ ୧୮ ଲକ୍ଷ ୮୩ ହଜାର ଚାଷୀଙ୍କଠାରୁ ୭୭ ଲକ୍ଷ ୪୧ ହଜାର ମେଟ୍ରିକ ଟନ ଧାନ କିଣା ସରିଛି ଏବଂ ରବି ଋତୁରେ ଚାଷୀଙ୍କଠାରୁ ୪ ଲକ୍ଷ ୮୫ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ଏଥି ସହିତ କୃଷି ବିଦ୍ୟାନିଧି ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋ ଯୋଜନା, ୧୦୦ ମଡେଲ ମଣ୍ଡି ପ୍ରତିଷ୍ଠା, PACS/LAMPCSକୁ One-Stop Shop କେନ୍ଦ୍ରରେ ପରିଣତ କରି ଅନ୍ନଦାତାଙ୍କ ସଶକ୍ତିକରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା:
ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଜିଠୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା NFSA ଓ SFSS ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ବିନାମୂଲ୍ୟରେ ମିଳିବ । ଏଣିକି ଜଣେ ହିତାଧିକାରୀଙ୍କୁ ମାଗଣାରେ ୧୦ କିଲୋଗ୍ରାମ ଚାଉଳ ମିଳିବ । ଏହାଦ୍ୱାରା ରାଜ୍ୟର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ । ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଯୋଜନାର ସୁଫଳ ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ଚାଷୀ-ଅନୁକୂଳ କାର୍ଯ୍ୟକ୍ରମ ପାଇଁ ପୁଣିଥରେ ଅନ୍ନଦାତାମାନେ ଖୁସିରେ କହୁଛନ୍ତି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’, ଯାହାକୁ ଅନ୍ନଦାତାମାନେ ୨୪ ବର୍ଷ ହେଲା ଭୁଲିଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଗୁଣାତ୍ମକ ଶିକ୍ଷା:
‘Knowledge is Power’। ଆଜି ଆମେ ଯେଉଁଠାରେ ଉପନୀତ ହୋଇଛୁ, ସାକ୍ଷରତା ଏକ ବଡ ସମସ୍ୟା ନୁହେଁ। ସମସ୍ୟା ହେଉଛି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ହେଲେ ଗତ ୨୪ ବର୍ଷୀୟା ସରକାରଙ୍କ ମନରେ ଏହା ଉଦୟ ହେଲା ନାହିଁ। ୨୨ ବର୍ଷ ପରେ ଯେତେବେଳେ ମନେ ପଡିଲା, କିଛି ସାର୍ଥକ କାର୍ଯ୍ୟ କରିବା ବଦଳରେ କେବଳ ସ୍କୁଲରେ ରଙ୍ଗମାରି ଚାଲିଲେ। ଏହି ଅସଙ୍ଗତିକୁ ଦୂର କରିବା ପାଇଁ ଆମ ସରକାର ଦୁଇଟି ଐତିହସିକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରଥମଟି ହେଉଛି ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କରିବା। ଅନ୍ୟଟି ହେଉଛି ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା। ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ୬୧୫ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ବର୍ଷରେ ଆମେ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଚଳିତ ବଜେଟରେ ଓଡ଼ିଶାରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଆଗାମୀ ଦିନରେ ଓଡିଶାକୁ ପୂର୍ବ ଭାରତର ଉଚ୍ଚ ଶିକ୍ଷା ରାଜଧାନୀ ଭାବେ ନିର୍ମାଣ କରାଯିବ । ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ ଅର୍ଥାତ Free & Universal କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଆଜିଠୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯାଇଛି । ଏହାଦ୍ଵାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରୀମାନେ ଉପକୃତ ହେବେ। ବୋଧହୁଏ, ଶିକ୍ଷା କ୍ଷେତ୍ରରେ ଏପରି ଏକ ପଦକ୍ଷେପ ସାରା ଦେଶରେ ଓଡିଶା ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ:
ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ସରକାର ଏହି କଥନଟିକୁ ଗମ୍ଭୀରତାର ସହ ନେଇଛନ୍ତି। ତେଣୁ, ସରକାର ଆସିବା ମାତ୍ରେ, ରାଜନୈତିକ କାରଣରୁ ସ୍ଥଗିତ ରଖାଯାଇଥିବା ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ଯାହା ଫଳରେ ରାଜ୍ୟର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଦେଶର ୩୨ ହଜାର ପ୍ରତିଷ୍ଠିତ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି । କେବଳ ଏତିକି ନୁହେଁ ଡାକ୍ତରୀ ଛାତ୍ରଙ୍କ ସୁବିଧା ପାଇଁ ନୂତନ ଭାବେ ନିର୍ମିତ ହୋଇଥିବା ମହାରାଜା ଯଯାତୀ କେଶରୀ ମେଡିକାଲ କଲେଜ, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ କନ୍ଧମାଳ ସରକାରୀ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି ନବରଙ୍ଗପୁର ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ଖୁବଶୀଘ୍ର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେହିପରି ଆୟୁଷ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ରାଇରଙ୍ଗପୁରରେ ନୂତନ ଆୟୁର୍ବେଦ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତ୍ତିପ୍ରସ୍ତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏହାଛଡ଼ା ରାଜ୍ୟରେ ୩ଟି ନୂତନ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲାଯିବ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ସ୍ୱାସ୍ଥ୍ୟ ସେବାକୁ ଅବାଧ କରିବା ପାଇଁ ସରକାର ବିଭିନ୍ନ ସମୟରେ ଏବଂ ବର୍ଗରେ ନୂତନ ନିଯୁକ୍ତି ଦେଇଛନ୍ତି । ଗତ ଦୁଇ ବର୍ଷରେ ୫ ହଜାର ୧୯୭ ମେଡିକାଲ ଅଫିସର ଏବଂ ପାରାମେଡିକ୍ସ ନିଯୁକ୍ତ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିତ୍ତିଭୂମିର ବିକାଶ:
ଓଡିଶା ରେକର୍ଡ ପରିମାଣ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛି । କାରଣ ଭିତ୍ତିଭୂମି ନିର୍ମାଣ ହେଲେ ରୋଜଗାର ସୃଷ୍ଟି ହେବ । ବ୍ୟବସାୟ ବଢିବ, ଲୋକଙ୍କ ଜୀବନ ସ୍ଵଚ୍ଛନ୍ଦ ହେବ। ତେଣୁ, ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପୁଞ୍ଜିଖର୍ଚ୍ଚ ପ୍ରାବଧାନ କରାଯାଇଛି ଯାହା ରାଜ୍ୟ GDPର ୬.୫ ପ୍ରତିଶତ। ଏହି ଅନୁପାତ ସାରା ଦେଶରେ ସବୁ ରାଜ୍ୟଠାରୁ ଅଧିକ। ରାଜ୍ୟ ସରକାର ମଧ୍ୟ ଗତ ୨ ବର୍ଷରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନେଇଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୯ ହଜାର କିଲୋମିଟର ରାସ୍ତା, ୫୭ଟି ସେତୁ ଓ ୪ଟି ରେଳ ଓଭର ବ୍ରିଜ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି। ଭୁବନେଶ୍ବରରେ ଯାତାୟତ ଭିଡ ହ୍ରାସ କରିବା ପାଇଁ ୩୬ଟି ରାସ୍ତାର ମାଷ୍ଟର ପ୍ଲାନ ଅନୁମୋଦିତ ହୋଇଛି। ଏଥି ମଧ୍ୟରୁ ପ୍ରାୟ ୨୭ କିଲୋମିଟର ଦୀର୍ଘ ୮ଟି ସଡକ ପ୍ରକଳ୍ପ ପାଇଁ ପ୍ରାୟ ୧ ହଜାର ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଯାତାୟତ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଯୋଜନା କରାଯାଇଛି। ମାଲକାନଗିରିର ମୋଟୁ ଠାରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ-ୱେ, ପାରଳାଖେମୁଣ୍ଡିରୁ ଅମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ-ୱେ, ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍-ୱେ, ଭୁବନେଶ୍ବର ରାଇଟ୍ ଆକ୍‌ସେସ୍ ରୋଡ୍ ନେଟୱାର୍କ, ଭୁବନେଶ୍ବର ଜୟଦେବ ବିହାର-ନନ୍ଦନ କାନନ ରୋଡ୍ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି କିମ୍ବା ହେବ ବୋଲି ସିଏମ୍ ମୋହନ ମାଝୀ କହିଛନ୍ତି ।

ଶିଳ୍ପ ଭିତ୍ତିଭୂମି ବିକାଶ:
ଆମ ସରକାର ଆସିବା ମାତ୍ରେ, ଶିଳ୍ପ ଓ ଉଦ୍ୟୋଗକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ କାରଣ ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ ହେବା ଅପରିହାର୍ଯ୍ୟ । ଗତ ବର୍ଷ ଜାନୁୟାରୀରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡିଶା ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିବେଶ ସମ୍ମିଳନୀ ଓ ରୋଡ୍ ସୋ ଆୟୋଜନ କରି ଆମେ ମୋଟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇପାରିଛୁ। ଏହିସବୁ ନିବେଶ ଦ୍ୱାରା ପ୍ରାୟ ୧୭ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ୨ ବର୍ଷରେ ଆମ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍‌ସ ଜରିଆରେ ୮ ଲକ୍ଷ ୬୯ ହଜାର କୋଟି ଟଙ୍କାର ୪୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ବାରା ୫ ଲକ୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହି ସମୟ ମଧ୍ୟରେ ଆମେ ୨ ଲକ୍ଷ ୧୮ ହଜାର କୋଟି ଟଙ୍କାର ୧୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଛୁ। ଏହା ସହିତ ପ୍ରାୟ ୬୭ ହଜାର କୋଟି ଟଙ୍କାର ୩୪ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ସମୁଦାୟ ୨ ଲକ୍ଷ ୮୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଯାହା ଫଳରେ ପ୍ରାୟ ୨ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ଆମ ଶିଳ୍ପାୟନର ନୀତି ହେଉଛି ରାଜ୍ୟର ସବୁ ଜିଲ୍ଲା ହେବ ଶିଳ୍ପାୟନ। ଆମର ଏହି ପଦକ୍ଷେପ ବିକାଶକୁ ସମାବେଶୀ କରିବାରେ ସହାୟକ ହେବ ବୋଲି ସିଏମ୍ ନିଜ ଅଭିଭାଷଣରେ କହିଛନ୍ତି ।

ଗୃହ ଓ ଆଇନ ଶୃଙ୍ଖଳା:
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଅଛି। ତେଣୁ, ମୁଁ ଦୃଢତାର ସହିତ ତା’ର ଉତ୍ତର ରଖିବି। ଆଜିର ଆଇନ ଶୃଙ୍ଖଳା ପରିସ୍ଥିତି ଏକ ରାଜନୈତିକ ରୂପ ଧାରଣ କରିଛି। ତେଣୁ ରାଜନୈତିକ ଭାବେ ବିଧାନସଭା ଭିତରେ ଏବଂ ବାହାରେ ଅନେକ ଥର ଏକ ସିଧା ଓ ସ୍ପଷ୍ଟ ପ୍ରଶ୍ନ ପଚାରିଛି । ‘କେଉଁ ସାଂଘାତିକ ଅପରାଧିକ କେସରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଦେଇ ପାରୁ ନାହାନ୍ତି । ମୁଁ ପୁଣିଥରେ ସେଇ ପ୍ରଶ୍ନ ଆଜି ପଚାରୁଛି, ‘କେଉଁ କେସରେ ଅଭିଯୁକ୍ତଙ୍କୁ ଗିରଫ କରଯାଇନାହିଁ ବା ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ’? ଯଦି ଆପଣମାନେ ତାଙ୍କଠୁ ଉତ୍ତର ପାଇବେ ମୋତେ ଜଣାଇବେ। ଏବେ ଓଡିଶା ନକ୍ସଲ ଓ ମାଓ ହିଂସା ମୁକ୍ତ। ବର୍ତ୍ତମାନ ଆପଣମାନେ ବିନା ଭୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳକୁ ଯାଇ ଖବର ସଂଗ୍ରହ କରି ପାରୁଛନ୍ତି ବୋଲି ସିଏମ୍ ମାଝୀ କହିଛନ୍ତି । ରାଜ୍ୟ ସରକାର ମହିଳା ବିରୋଧୀ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଇନଗତ ପଦକ୍ଷେପ ନିଆଯାଇ ଦଣ୍ଡହାର ଅହେତୁକ ଭାବେ ବୃଦ୍ଧି ପାଇଛି । ୨୦୨୩ରେ ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୭ ପ୍ରତିଶତ ଥିବା ବେଳେ, ୨୦୨୫ ଜୁନ ସୁଦ୍ଧା ଏହା ୬୨ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡ଼ିଶାର ସାମଗ୍ରୀକ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ପ୍ରାୟ ୧୧ ପ୍ରତିଶତ ଥିଲା। ଯଦି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆଇନ ଶୃଙ୍ଖଳାରେ ମାନକ ନୁହେଁ, ତ ଆଉ କେଉଁ ମାନକକୁ ଧରାଯିବ, ଯଦି ବିରୋଧୀଦଳ ନେତା କହିବେ, ତେବେ ଆମେ ତା’ ଉପରେ କାର୍ଯ୍ୟ କରିବୁ । ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ଵ ଦେଇ ପୋଲିସ ବିଭାଗକୁ ଅଧିକ ସଶକ୍ତ କରୁଛୁ। ଆମେ ଏଥି ପାଇଁ ୨୧ ହଜାର ୧୮୬ଟି ନୂତନ ପଦବୀ ସୃଷ୍ଟି କରିବା ସହିତ ଅନ୍ୟ ଆନୁଷଙ୍ଗିକ ସମ୍ବଳ ମଧ୍ୟ ପ୍ରଦାନ କରାଯାଉଛି ବୋଲି ସିଏମ୍ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା:
ଆଜିର ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ତେଣୁ ଆମ ସରକାର ସୁଶାସନ ପାଇଁ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇଛି। ଟେକ୍ନୋଲୋଜି ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ପ୍ରାୟ ୧ ହଜାର ଏକ ଶହ କୋଟି ଟଙ୍କା ବିନିଯୋଗରେ ପ୍ରଯୁକ୍ତିବିଦ୍ୟା ବିକାଶ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଏହା ସହିତ ପ୍ରାୟ ୩୦୦ କୋଟି ଟଙ୍କାରେ ଭୁବନେଶ୍ବର ନିକଟରେ ୭୭ ଏକର ଜମିରେ ଏକ ଆଇକନିକ୍ ସାଇନ୍‌ସ ସିଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ସେମିକଣ୍ଡକ୍ଟର, ଇଲୋକ୍ଟ୍ରୋନିକ୍‌ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ ପରି ଆଧୁନିକ ଟେକ୍ନୋଲୋଜି ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି। ଓଡିଶାରେ ୩ଟି ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଏହା ସହିତ ଓଡିଶାରେ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର ହବ୍ ପ୍ରତିଷ୍ଠା ମଧ୍ୟ କରାଯିବ। ଆସନ୍ତା ଦିନରେ ଓଡ଼ିଶା ସେମିକଣ୍ଡକ୍ଟର ହବ୍ ହେବାକୁ ଯାଉଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା:
୧୯୯୨ରୁ ୨୦୨୩ ମଧ୍ୟରେ ୩୨ ବର୍ଷ ଭିତରେ ରାଜ୍ୟରେ ମାତ୍ର ୧ ହଜାର ୭୫ଟି ରାଜସ୍ୱ ଗ୍ରାମ ଘୋଷଣା ହୋଇଥିଲା । ମାତ୍ର ଗତ ୨ ବର୍ଷରେ ଆମ ସରକାର ୯୪୬ ଟି ନୂତନ ରାଜସ୍ୱ ଗାଁ ଘୋଷଣା କରିଛନ୍ତି । ୨୮ ହଜାର ୫୩୧ ବାସହୀନ ପରିବାରକୁ ବସୁନ୍ଧରା ଯୋଜନାରେ ୪ ଡିସମିଲ ଘରବାରି ପଟ୍ଟା ଦିଆଯାଇଛି । ୨୫ ହଜାର ୬୪୩ ସରକାରୀ ଓ ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ଦିଆଯାଇଛି। ୧୦୮ ଟି ସବ୍‌-ରେଜିଷ୍ଟ୍ରେସନ ଅଫିସ ଖୋଲାଯାଇଛି । ନିକଟରେ ବିପର୍ଯ୍ୟୟ ପରିଚାଳନାରେ ଆମର ଉଲ୍ଲେଖନୀୟ ଦକ୍ଷତା ପାଇଁ BRICS ରାଷ୍ଟ୍ର ସମୂହ ବୈଠକରେ ଓଡ଼ିଶା ପ୍ରଶଂସା ଲାଭ କରିଛି । ସହରବାସୀଙ୍କ ଏକ ବଡ ସମସ୍ୟା ଯେପରିକି ନୂତନ ଫ୍ଲାଟ ଗୁଡିକର ପଞ୍ଜୀକରଣକୁ ସରଳୀକରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ:
ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରାଯିବ । ଗତ ୨ ବର୍ଷରେ ୧୫ ହଜାର ୨୦୦ ରୁ ଅଧିକ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ଅଧିକ ୩ ଲକ୍ଷ ୫୨ ହଜାରରୁ ଅଧିକ ପରିବାରକୁ ଟ୍ୟାପ୍ କନେକ୍ସନ୍ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୩୫ ଲକ୍ଷ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ୨ ହଜାରରୁ ଅଧିକ କିଲୋମିଟର ଗାଁ-ଭିତର ରାସ୍ତା ନିର୍ମାଣ କରାଯାଇଛି । ଏହାସହିତ ୭୩୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇ ଗାଁ’କୁ ଗାଁ ଯୋଡ଼ା ଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଓଡ଼ିଶା ପ୍ରତି ଆଶୀର୍ବାଦ ରହିଛି । ତାଙ୍କ ଆଶୀର୍ବାଦ ଆମକୁ ପ୍ରତ୍ୟେକଟି ଅଭିଯାନରେ ସଫଳ କରିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବାରେ ସହାୟ ହେବେ ବୋଲି ସର୍ବଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Previous Post

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

Next Post

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

FNN WEB

FNN WEB

Next Post
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.