• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ

FNN WEB by FNN WEB
March 27, 2025
in ଓଡ଼ିଶା, ମୁଖ୍ୟ ଖବର
0
ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ
0
SHARES
0
VIEWS

ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ: ଟେକାପଥର, ଟିୟର ଗ୍ୟାସ୍‌ ମାଡ଼, ଏକାଧିକ ଆହତ

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ । କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଉଗ୍ରରୂପ ନେବାରୁ ଲୋୟର ପିଏମଜିରେ ସୃଷ୍ଟି ହୋଇଥିଲା ଖଣ୍ଡପ୍ରଳୟ । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ଯାଇଥିବା ଶତାଧିକ କଂଗ୍ରେସ କର୍ମୀ ହଠାତ ପୋଲିସର ପ୍ରଥମ ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ବଢ଼ିଥିଲେ । ଏହାପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇାବାକୁ ଉଦ୍ୟମ କରିଥିଲା । ତେବେ ଏତିକି ବେଳେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଚେୟାର ମାଡ଼ କରିଥିଲେ । ଏହା ପରେ ପରେ ପୋଲିସ ଉପରକୁ ଟେକା ପଥର, ଅଣ୍ଡା, ଟମାଟୋ, ପାଣି ବୋତଲ ମାଡ଼ କରିଥିଲେ । ଯାହାଫଳରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା। ଏହାପର ବି କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ମାଡ଼ କରିଥିଲା । ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ । ଶେଷରେ ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଛି । ଗାନ୍ଧି ମାର୍ଗରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ସେହିପରି ସେ ଆହୁରି କହିଛନ୍ତି, ଆନ୍ଦୋଳନରତ କଂଗ୍ରେସ କର୍ମୀ ପୋଲିସ୍‌ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଡ୍ରାଇଭର ଏହାକୁ ପ୍ରତିହତ କରିଥିଲେ । ତେବେ ପୋଲିସ୍‌ ଗାଡ଼ି ପୋଡ଼ିବାକୁ କିଏ ଉଦ୍ୟମ କରିଥିଲେ ସେନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏହାସହ ଆନ୍ଦୋଳନସ୍ଥଳର ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି ଜଗମୋହନ ମୀନା ।

ଦିନ ଦଶଟା । ଭୁବନେଶ୍ୱରର ଲୋୟର ପିଏମଜି ଅଭିମୁଖେ ମାଡି ଚାଲିଲେ ହଜାର ହଜାର କଂଗ୍ରେସ କର୍ମୀ । ହାତରେ ଦଳୀୟ ପତାକା, ନାରୀ ନିର୍ଯାତନା ଓ ବିଜେପି ସରକାର ବିରୋଧୀ ପ୍ଲାକାର୍ଡ । ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ଓ ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା । ଶହ ଶହ ପୋଲିସ ବିଧାନସଭା ଚାରି ପଟେ ବ୍ୟାପକ ବ୍ୟାରିକେଡ ଲଗାଇ ଜଗି ରହିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା ବିରୋଧରେ ଭୀମ ଗର୍ଜନ କରି ଆଗେଇ ଚାଲିଥିଲେ କଂଗ୍ରେସ କର୍ମୀ। ଦିନ ପ୍ରାୟ ଗୋଟାଏ । କଂଗ୍ରେସ କର୍ମୀଙ୍କ ସାମାନ୍ୟ ଠେଲାପେଲା ପରେ ହଠାତ ଆଗ୍ରେସିଭ ହୋଇଥିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଥିଲା ରକ୍ତମୁଖା ପୋଲିସ । ନିରୀହ କର୍ମୀଙ୍କ ଉପରେ ପୋଲିସର ବର୍ବର କାଣ୍ଡ ପରେ ଛିନଛତ୍ର ହୋଇଯାଇଥିଲେ କର୍ମୀ । ପୋଲିସର ଆକ୍ରମଣକୁ କାଉଣ୍ଟର କରି କ୍ରୋଧିତ ହଜାର ହଜାର କର୍ମୀ ସିନେମା ଷ୍ଟାଇଲରେ ଚେୟାର ଉଡାଇ ଉଡାଇ ବ୍ୟାରିକେଡ ଆଡ଼କୁ ମାଡି ଆସିଥିଲେ । ସ୍ଥିତି ଭୟଙ୍କର ରୁପ ନେଉଥିଲା । ଚେୟାର ପରେ ପରେ ଟେକା, ପଥର ଓ କାଚ ମାଡ଼ ଆରମ୍ଭ ହୋଇଥିଲା । ଏପରିକି ଅଣ୍ଡା ମାଡ଼ ବି ହୋଇଥିଲା । ପୋଲିସ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପାଣି ମାଡ଼ କରିବା ପରେ ତଳେ ପଡିଯାଇଥିଲେ ନେତା ଓ କର୍ମୀ । କେବଳ ଏତିକି ନୁହେଁ ପୋଲିସ ପ୍ରୟୋଗ କରିଥିଲା ଲୁହ ବୁହା ଗ୍ୟାସ ଓ ରବର ଗୁଳି । ପୋଲିସ ଆକ୍ରମଣରେ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସକୁ ଗୁଣ୍ଡା ସଜାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହା ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଆଗକୁ କଂଗ୍ରେସ ଏହାର ଜବାବ ଦେବ ବୋଲି ଚେତାଇ ଦିଆଯାଇଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର, ମହିଳ ନେତ୍ରୀ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ମଧ୍ୟ ବସିବାକୁ ଦେଇ ନଥିଲା । ବରିଷ୍ଠ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ମହିଳା ନେତ୍ରୀଙ୍କୁ ଟେକି ନେଇ ଗିରଫ କରିଥିଲା । ଜବରଦସ୍ତ ଉଠାଇବା ଆଳରେ ପୋଲିସ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଦିନ ପ୍ରାୟ ଗୋଟାଏ ୪୫ରେ ପିସିସି ସଭାପତି ଭକ୍ତ ଦାସ ଏବଂ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାରାପ୍ରସାଦ ବାହିନୀପତିଙ୍କ ସମେତ ଦଳର ପ୍ରମୁଖ ନେତାଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ଆହତ ପୋଲିସ କର୍ମୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି । ଗିରଫଦାରୀକୁ ନେଇ ଭକ୍ତ କହିଛନ୍ତି, ଗିରଫକୁ ଭୟ ନାହିଁ । ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଭକ୍ତ କହିଛନ୍ତି । ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଖୋଦ ପୋଲିସ ମାଡ଼ ମାରିବା ସହ ଅସଦାଚରଣ କରିବା ସରକାରଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଛି । ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଆକ୍ରମଣତ୍ମକ ଆଭିମୁଖ୍ୟ ଆପଣାଇଛି । ଆଜିର ଆନ୍ଦୋଳନ ଦଳର କମବ୍ୟାକ ପ୍ଲାନ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପି କହିଛନ୍ତି, କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନକାରୀ ଏକ ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଡ୍ରାଇଭର ସଜାଗ ଥିବାରୁ ଏକ ବଡ଼ ଧରଣର ବିପଦକୁ ରୋକାଯାଇପାରିଲା ।

Previous Post

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ: ଆଇନ୍‌ ମନ୍ତ୍ରୀ

Next Post

ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

FNN WEB

FNN WEB

Next Post
ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.