କେନ୍ଦ୍ରାପଡ଼ା: ଭାଇଚାରାର ସହର କେନ୍ଦ୍ରାପଡ଼ାର ଫକୀରବାଦ ଠାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଓଡ଼ିଆ ନୱଜବାନ ୟୁନିଅନ,କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ଏକ ବିଶାଳ ଦାୱତ-ଏ-ଇଫତାର୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସଂଖ୍ୟାଲଘୁ, ଦଳିତ ଓ ଛାତ୍ର ନେତା ସାମିଲ ହୋଇ ଶାନ୍ତି ଓ ସାଧଭଵାବନାର ବାର୍ତା ପ୍ରଦାନ କରିଥିଲେ। ମାସେ ଧରି ଉପବାସର ଶେଷ ସମୟ ପାଖେଇ ଆସୁଥିବାରୁ, ଉତ୍ସବଗୁଡ଼ିକ ମହାନ ପର୍ବ ଈଦରେ ପରିଣତ ହେବ। ଚନ୍ଦ୍ର ଦେଖାଯିବା ଉପରେ ନିର୍ଭର କରି ସମଗ୍ର ଭାରତରେ ମାର୍ଚ୍ଚ 31 ତାରିଖରେ ଇଦ୍ ପାଳନ ହେବାର ଆଶା କରାଯାଉଛି। ‘ଆଲବିଦା ଜୁମ୍ମା’ ପବିତ୍ର ରମଜାନ ମାସର ଶେଷ ହୋଇଥିବାରୁ ସମସ୍ତ ଶୁକ୍ରବାରକୁ ଅପରାହ୍ନ ନମାଜ ପାଇଁ ଶୁଭ ବୋଲି ବିବେଚନା କରାଯାଏ ଏହି ଅବସରରେ ଆମ ପ୍ରିୟ ଭାରତ ବାସୀଙ୍କ ପାଇଁ ସୁସ୍ଥ ଜୀବନ, ଶାନ୍ତି, ଭାଇଚାରା ଓ ସାଧଭବନା ପାଇଁ ଦୁଆର ନେବେଦନ କରିଛନ୍ତି ୟୁନିଅନର ପ୍ରତିଷ୍ଠାତା ତଥା ରାଜ୍ୟକାର୍ଯକାରୀ ସଭାପତି ମହମ୍ମଦ ଆମିରଙ୍କ ନତୃତ୍ୱରେ ବରିଷ୍ଠ ସଂଖ୍ୟାଲଘୁ ନେତା ସେକ ଲିୟାକତ ଅଲି, ଓଡିଶା ମୁସଲିମ ରେଜର ୱେସନ ମୋଭମେଣ୍ଟ ଜିଲ୍ଲା ସଂଯୋଜନା କଲିମ ଖାନ,କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ବିକାଶ କମିଟିର ଜିଲ୍ଲା ସଭାପତି ଅବଦୁଲ ମଜିଦ,ଅନୁଷ୍ଠାନର ଜିଲ୍ଲା କାର୍ଯକାରୀ ସଭାପତି ଅବରାର ହସରତ ଖାନ, କୃଷ୍ଣ ଚନ୍ଦ୍ର ବେହେରା,ସେକ ଅକତର,ନାଇଁମ ଖାନ, ଟିକା ଖାନ, ବାବୁ ଖାନ, ସେକ ମୁନୁ, ସେକ ନାସିରୁଦ୍ଦିନ ବବଲୁ, ପଦ୍ମନାଭ ସାହୁ,ସେକ ଜାକିର, ସେକ ତାସଲିମ,ଅବଦୁଲ ଜବାର, ସେକ ଜୁନେଦ, ରଶ୍ମି ରଞ୍ଜନ ମହାପାତ୍ର, ସେକ ଅରମାନ, ନିରଞ୍ଜନ ନାୟକ ଆଦି ଉପସ୍ଥିତ ଥିଲେ।