ଭୁବନେଶ୍ୱ: ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ନବୀନ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କ ସାଥିରେ ରହିଛି ଏବଂ ରହିଥିବ। ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି। ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି। ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟରୁ ବାହାରି ଯାଇଥିଲା। ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ। ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ। ମୁଁ ମଧ୍ୟ ରହିଛି। ଏହି ସାକ୍ଷାତ ସମୟରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ବିଜେଡି ହେଉଛି ଧର୍ମ ନିରପେକ୍ଷ ଦଳ । ନବୀନ ବାବୁ ହେଉଛନ୍ତି ଧର୍ମ ନିରପେକ୍ଷ ନେତା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ । ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ। ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି । ସେ ବିଦେଶ ଗସ୍ତରେ ଅଛନ୍ତି ଫେରିଲେ ଉତ୍ତର ଦେବେ କିଏ କହିଲା ତାଙ୍କୁ ସମର୍ଥନ କରିବାକୁ । ମୋର ବିଶ୍ୱାସ ନବୀନ ବାବୁ ୱାକଫ୍ ବିଲକୁ ସମର୍ଥନ କରିବାକୁ କହିନଥିବେ କାରଣ ବିଜୁ ଜନତା ଦଳ ସବୁବେଳେ ଧର୍ମ ନିରପେକ୍ଷତାକୁ ବିଶ୍ୱାସ କରେ ।