• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

FNN WEB by FNN WEB
April 17, 2025
in ଓଡ଼ିଶା, ମୁଖ୍ୟ ଖବର
0
ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
0
SHARES
3
VIEWS

ଡ. ମହତାବ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ
ଭୁବନେଶ୍ୱର : ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ଓଡିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାରାଷ୍ଟ୍ରର ଅହମଦ ନଗର ଜେଲରେ ଥିବା ବେଳେ ସେ ଓଡିଶାରେ ନୂତନ ସୂର୍ଯ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଶ୍ରୀ ଗଡକରୀ ନିଜ ଅଭିଭାଷଣରେ କହିଥିଲେ।

ସେ ପୁଣି କହିଥିଲେ ଯେ, ବିକାଶ ପାଇଁ କେବଳ ବ୍ୟକ୍ତିଗତ ପ୍ରୟାସ ନୁହେଁ, ସାମୁହିକ ପ୍ରୟାସ ଆବଶ୍ୟକ। ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଦୃଢ ଇଚ୍ଛା ଶକ୍ତି ଆବଶ୍ୟକ । ଯଦି ଇଚ୍ଛା ଥିବ ବାଟ ଆପେ ମିଳିବ । ଦେଶରେ ଅର୍ଥ ଓ ଜ୍ଞାନକୌଶଳର ଅଭାବ ନାହିଁ । ପ୍ରତ୍ୟେକ ପ୍ରକଳ୍ପର ସଫଳତା ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି । ଜଳ, ଶକ୍ତି, ପରିବହନ ଓ ଯୋଗାଯୋଗ, ଏହି ୪ଟି ମୂଳ ବିନ୍ଦୁ ଦ୍ୱାରା ଓଡିଶାର ବିକାଶ ସମ୍ଭବ । ଅସମ୍ଭବ ଶବ୍ଦ ମଧ୍ୟରେ ସମ୍ଭବକୁ ଖୋଜିବା ହିଁ ବିକାଶ । ଆଜିକାଲି ସମସ୍ତେ ଗାଁରୁ ସହର ଆଡକୁ ମୁଁହାଇଛନ୍ତି । କିନ୍ତୁ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ମୋତେ ଗାଁକୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ। ଆଜି ଆମେ କେବଳ ସ୍ମାର୍ଟ ସହର ନୁହେଁ, ସ୍ମାର୍ଟ ଭିଲେଜ ମଧ୍ୟ ବନାଇବାକୁ ଯାଉଛୁ। ଏଣୁ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହି ସଂସ୍କାର ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରେ ଏବଂ ଡ. ମହତାବ ନିଜ କଲମ ମୁନରୁ ଏହା ଶିକ୍ଷା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ମହାନ୍ ସ୍ୱାଧିନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୁଟନୀତିଜ୍ଞ, ସାହିତ୍ୟିକ, ସାମ୍ୱାଦିକ ଓ ଐତିହାସିକ ଥିଲେ। ସେ ଥିଲେ ଯଥାର୍ଥରେ ଆଧୁନିକ ଓଡିଶାର ନିର୍ମାତା। ଆଜି ଆମେ ଯେଉଁ ଓଡ଼ିଶାର ସ୍ୱରୂପ ଦେଖୁଛେ, ସେ ସ୍ୱରୂପକୁ ସାକାର କରିଥିଲେ ଡଃ ମହତାବ୍। ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଓ ଡଃ ମହତାବଙ୍କ ଉଦ୍ୟମରେ ୨୬ ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଲେ ଏବଂ ଓଡ଼ିଶାର କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଲା। ଡଃ ମହତାବଙ୍କ ବୁଦ୍ଧି, ଜ୍ଞାନ ଓ ନିଷ୍ଠାପର ଉଦ୍ୟମ ପାଇଁ ଏହା ସଫଳ ହୋଇଥିଲା। ସେଥିପାଇଁ ତାଙ୍କୁ ଓଡିଶାର ସର୍ଦ୍ଦାର ପଟେଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାବାସୀଙ୍କ ହୃଦୟରେ ଡ. ମହତାବ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ ଯେ, ଡ. ମହତାବ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନ। ପ୍ରଜାତନ୍ତ୍ର ଖବର କାଗଜ ମାଧ୍ୟମରେ ଡ. ମହତାବ ଓଡିଶାରେ ସାମ୍ବାଦିକତାକୁ ଏକ ନୂଆ ରୂପ ଦେଇଥିଲେ। ଓଡ଼ିଶା ପାଇଁ ତାଙ୍କର ତିନୋଟି ଶ୍ରେଷ୍ଠ ଅବଦାନ ହେଉଛି ଓଡ଼ିଶାରେ ଗଡଜାତ ରାଜ୍ୟ ଗୁଡ଼ିକର ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ଓ ହୀରାକୁଦ ବନ୍ଧ ସ୍ଥାପନ। ଏହା ସହିତ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳିତ କଳା ଏକାଡେମୀ, ରବୀନ୍ଦ୍ର ମଣ୍ଡପ, କଟକରେ ରେଡିଓ ଷ୍ଟେସନ, ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ଇତ୍ୟାଦି ପାଇଁ ଡ. ମହତାବ ଚିର ସ୍ମରଣୀୟ ହୋଇ ରହିବେ।

ରାଜ୍ୟ ସରକାର ଡ. ମହତାବଙ୍କ ସ୍ମୃତିକୁ ପୁନଃ ଉଜ୍ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ ୨୦୨୪ ନଭେମ୍ୱର ୨୧ ଠାରୁ ଏକବର୍ଷ ବ୍ୟାପୀ ପାଳନ କରାଯାଉଛି। ଏଥିପାଇଁ ଏକ କମିଟି ଗଠନ କରାଯାଇ ଡ. ମହତାବଙ୍କ କୀର୍ତ୍ତିକୁ ସ୍ମରଣୀୟ କରି ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଡ. ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀକୁ ପାଳନ କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଉଦ୍‍ଘାଟନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଡ. ମହତାବଙ୍କ ସ୍ମୃତିରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ଗଠନ, ତାଙ୍କ ଜନ୍ମପୀଠ ଆଗରପଡ଼ା ଠାରେ ଏକ ସ୍ମୃତି ସ୍ମାରକୀ ଓ ବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା; ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ ଠାରେ ମହତାବ ସ୍ମାରକୀ ନିର୍ମାଣ ଆଦି ଅନେକ ପଦକ୍ଷେପ ନିଆଯିବ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ତାଙ୍କ ନାମରେ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ସହିତ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ତାଙ୍କ ନାମରେ ନାମିତ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଡ. ମହତାବଙ୍କ ଆକାଂକ୍ଷା, ଅଭିଳାଷ ଅନେକ ଥିଲା। ଆଜି ଏହାକୁ ସଫଳ ରୂପାୟନ ଦେବା ପାଇଁ ତାଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଆମେ ଏକ ସମୃଦ୍ଧ ଓଡିଶା ଗଠନ କରିପାରିବୁ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡ. ହରେକୃଷ୍ଣ ମହତାବଙ୍କର ଜୀବନୀ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ଏହାର ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ବିଜେଡି ରାଜ୍ୟ ସଭାପତି ନିର୍ବାଚନ: ନାମାଙ୍କନ ଭରିଲେ ନବୀନ

Next Post

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ନୀତିନ ଗଡ଼କରୀ

FNN WEB

FNN WEB

Next Post
ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ନୀତିନ ଗଡ଼କରୀ

ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କଲେ ନୀତିନ ଗଡ଼କରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.