ଭୁବନେଶ୍ବର: ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ। ବିଜେଡି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ। ଏକମାତ୍ର ପ୍ରାର୍ଥୀଭାବେ ନବମ ଥର ପାଇଁ ରାଜ୍ୟ ବିଜେଡି ସଭାପତି ହେବାକୁ ନାମାଙ୍କନ ଭରିଛନ୍ତି ନବୀନ । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ଏପ୍ରିଲ ୧୯ରେ ହେବ ସଭାପତିଙ୍କ ନାମ ଘୋଷଣା।
ଅନ୍ୟପକ୍ଷରେ ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସ । ସାରାରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସ ପାଳନ ହେଉଛି । ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ।