କଟକ: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିସିଆରଭ୍ୟାନକୁ ଟ୍ରକ୍ ଚାପିଦେବା ଫଳରେ ଅକାଳରେ ଚାଲିଯାଇଛି ୨ ପୁଲିସ କର୍ମଚାରୀଙ୍କ ଜୀବନ। ଖାଲି ସେତିକି ନୁହେଁ, ଏଥିରେ ଆଉ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିବା ଜଣାଯାଇଛି।
ଭୋର ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ମୁହାଁମୁହିଁ ପିସିଆରଭ୍ୟାନକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣେ ଓପିଏଫ୍ ଯବାନ୍ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ନାମ ଲୋକନାଥ ଶବର ଓ ତାଙ୍କ ଘର ରାୟଗଡ଼ାରେ ବୋଲି ଜଣାଯାଇଛି। ତେଣେ ହୋମଗାର୍ଡଙ୍କ କଟକ ଜିଲ୍ଲା କିଶୋରନଗରରେ ବୋଲି ସୂଚନା ରହିଛି। ଉଭୟଙ୍କ ପରିବାରକୁ ଘଟଣା ସଂପର୍କରେ ସୂଚନା ଦିଆଯାଇଛି। ଏଣେ ଟ୍ରକ୍ ଚାଳକଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି।
କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଭୋର ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ମୁହାଁମୁହିଁ ପିସିଆରଭ୍ୟାନକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣେ ଓପିଏଫ୍ ଯବାନ୍ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ନାମ ଲୋକନାଥ ଶବର ଓ ତାଙ୍କ ଘର ରାୟଗଡ଼ାରେ ବୋଲି ଜଣାଯାଇଛି। ତେଣେ ହୋମଗାର୍ଡଙ୍କ କଟକ ଜିଲ୍ଲା କିଶୋରନଗରରେ ବୋଲି ସୂଚନା ରହିଛି। ଉଭୟଙ୍କ ପରିବାରକୁ ଘଟଣା ସଂପର୍କରେ ସୂଚନା ଦିଆଯାଇଛି। ଏଣେ ଟ୍ରକ୍ ଚାଳକଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଳାଇଛି।