ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୨୨-୨୩ ବର୍ଷର ଲାଭାଂଶ ବାବଦକୁ ୧ କୋଟି ୩୫ ଲକ୍ଷ ୭୮ ହଜାର ୫୦୨ ଟଙ୍କା ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି, ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ପକ୍ଷରୁ ୨୦୨୩-୨୪ ବର୍ଷର ଲାଭାଂଶ ଯୋଗୁଁ ୧୧୧ କୋଟି ୮୨ ଲକ୍ଷ ୪୮ ହଜାର ୭୦୦ ଟଙ୍କା ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ୯୨ କୋଟି ୨୧ ଲକ୍ଷ ୯୧ ହଜାର ୯୧୧ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (OHPC) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (OPGC) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।














