• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ

FNN WEB by FNN WEB
May 7, 2025
in ଓଡ଼ିଶା
0
ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ
0
SHARES
1
VIEWS

ପାରାଦୀପ: ଆଜି ଜିଲ୍ଲାର ପାରାଦୀପ ସ୍ଥିତ ଷଣ୍ଢକୁଦ ବସ୍ତି ଅଞ୍ଚଳ ଏବଂ ନେହେରୁ ବଙ୍ଗଳା ନିକଟସ୍ଥ ଏକ ଉଚ୍ଚ ଅଟ୍ଟାଳିକା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ପ୍ରସ୍ତୁତି ନିମନ୍ତେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ ଗାତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଷଣ୍ଢକୁଦ ରେ ଅତିରିକ୍ତ ଜିଲ୍ଲାପାଳ , ରାଜସ୍ବ ଶ୍ରୀ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଙ୍କ ଦିଗଦର୍ଶନ ରେ ଏହି ମକ୍ ଡ୍ରିଲ କୁ ସୂଚାରୁ ରୁପେ ସଂପାଦନ କରିବା ପାଇଁ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ କଳାକୌଶଳ ପ୍ରଦର୍ଶିତ ହୋଇଥିଲା। ପ୍ରଥମେ ଷଣ୍ଢକୁଦ ଜନବସତି ଅଞ୍ଚଳରେ ଆକାଶ ମାର୍ଗ ରୁ ଆକ୍ରମଣ ର ଛାୟା ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିବା ପାଇଁ ଅପରାହ୍ନ ୩.୫୮ ମିନିଟ ରେ ଧୁଆଁ ସହ ଅଗ୍ନି ସଂଯୋଗ ର କୃତ୍ରିମ ପରିସ୍ଥିତ ନେଇ ୫ ମିନିଟ ପର୍ଯ୍ୟନ୍ତ ସାଇରନ୍ ବାଜିଥିଲା।ସମ୍ଭାବ୍ୟ ଯୁଦ୍ଧ ବିପତ୍ତି ପରି ପରିସ୍ଥିତି ବିଷୟରେ ସେଠାକାର ଜନବସତି ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡ଼ିକ ରେ ସତର୍କ ସୁଚନା ଦିଆଯିବା ସହ ଲୋକଙ୍କୁ ପ୍ରଥମେ ପୂର୍ବ ନିର୍ଦ୍ଧାରିତ ଆଶ୍ରୟ ସ୍ଥଳ ରେ ଆଶ୍ରୟ ନେବାକୁ କୁହାଯାଇଥିଲା। ଏହାପରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇ ପ୍ରଭାବିତ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା କୁ ନିଆଯାଇଥିଲା। ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ମାନଙ୍କୁ ହୁଇଲ୍ ଚେୟାର ଦ୍ୱାରା ଆଶ୍ରୟ ସ୍ଥଳ କୁ ଅଣା ଯାଇଥିଲା। ସେଠାରେ ପ୍ରଭାବିତ ଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଗ୍ୟାସ୍ ଜନିତ ଅଗ୍ନି କୁ ନିର୍ବାପନ ର କଳା କୌଶଳ ପ୍ରଦର୍ଶନ ହୋଇଥିଲା। ରକ୍ଷାକାରୀ ମାନେ ଗ୍ୟାସ୍ ଟାଇଟ୍ ପୋଷାକ ପରିଧାନ କରି ଉଦ୍ଧାର କାର୍ଯ୍ୟ ର କୌଶଳ ଦେଖାଇଥିଲେ । ବମ୍ ଡିଫୁଜନ୍ ଟିମ୍ ଆସି ତଦାରଖ କରିଥିଲେ। ସେହିପରି ନେହେରୁ ବଙ୍ଗଳା ନିକଟସ୍ଥ ଏକ ସାତ ମହଲା ବିଶିଷ୍ଟ ଅଟ୍ଟାଳିକା ରେ ମଧ୍ୟ ତଦନୁରୁପେ ମକ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ାବଧାନରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଦିଗଦର୍ଶନ ରେ ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରାଯାଇ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସୁଉଚ୍ଚ ଅଟ୍ଟାଳିକା ରେ ଶତ୍ରୁ ଆକ୍ରମଣ ରେ ଆକାଶ ମାର୍ଗ ରୁ ଅଗ୍ନି ଲାଗିଲେ କିପରି ତାହାର ପ୍ରଶମନ କରାଯାଇ ପ୍ରଭାବିତ ମାନଙ୍କୁ ଉଦ୍ଧାର କରାଯିବ ସେହି ସମ୍ୱନ୍ଧ ରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଅଟ୍ଟାଳିକା ରେ ଲାଗିଥିବା ଅଗ୍ନି କୁ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ସ୍ପ୍ରେ କରି ନିର୍ବାପିତ କରାଯାଇଥିଲା ଓ ପ୍ରଭାବିତ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଇଥିଲା। ଆହତ ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା କୁ ପଠାଯାଇଥିଲା। ସେଠାରେ ବିପତ୍ତି ସମୟରେ କୌଣସି କାରଣରୁ ରୁମ ରେ ଫସି ରହିଥିବା ବ୍ୟକ୍ତି ମାନଙ୍କୁ ଝରକା ଦେଇ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିବା ର କଳା କୌଶଳ ପ୍ରଦର୍ଶନ କରାଯାଇଥିଲା।

ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଡେପୁଟୀ କଲେକ୍ଟର ଜିଲ୍ଲା ଜରୁରୀ ବିଭାଗ , ଅନିଶା ଦାସ, ନିର୍ବାହୀ ଅଧିକାରୀ ପାରାଦ୍ଵୀପ ପୌର ପରିଷଦ ଶ୍ରୀ ଅଭିଷେକ ପଣ୍ଡା,ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ର ସହକାରୀ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ଶେଖର ବେହେରା, ପୋଲିସ୍ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ସିଭିଲ ଡିଫେନସ, ଓଡ୍ରାଫ, ସ୍ଵେଚ୍ଛାସବୀ ସଙ୍ଗଠନ, ଏନ ସି ସି କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ମକ୍ ଡ୍ରିଲ ରେ ଭାଗ ନେଇଥିଲେ।ଶେଷ ରେ ପୁଣି ଥରେ ସାଇରନ ବାଜିବା ପରେ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଏହି ମକ ଡ୍ରିଲ ସଫଳ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ରେ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ମକ୍ ଡ୍ରିଲ ଆୟୋଜିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

Previous Post

ବିସ୍ଫୋରଣ ଘଟି ୧୧ ଗୁରୁତର, ନାବାଳକ ସମେତ ମହିଳା ମୃତ

Next Post

ରାଜ୍ୟର ୧୨ଟି ସ୍ଥାନରେ ଆତ୍ମରକ୍ଷା କୌଶଳ ଶିଖାଇଲେ ସିଭିଲ ‌ଡିଫେନ୍ସ କର୍ମୀ

FNN WEB

FNN WEB

Next Post
ରାଜ୍ୟର ୧୨ଟି ସ୍ଥାନରେ ଆତ୍ମରକ୍ଷା କୌଶଳ ଶିଖାଇଲେ ସିଭିଲ ‌ଡିଫେନ୍ସ କର୍ମୀ

ରାଜ୍ୟର ୧୨ଟି ସ୍ଥାନରେ ଆତ୍ମରକ୍ଷା କୌଶଳ ଶିଖାଇଲେ ସିଭିଲ ‌ଡିଫେନ୍ସ କର୍ମୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.